Advertisment

ଲୋକାର୍ପିତ ହେଲା ଦେଶର ସର୍ବବୃହତ ହେଲିକପ୍ଟର ଫ୍ୟାକଟ୍ରି

ଆସନ୍ତା ୨୦ ବର୍ଷ ମଧ୍ୟରେ ଏଠାରେ ୧ ହଜାରରୁ ଅଧିକ ହେଲିକପଟର ନିର୍ମାଣ କରିବାକୁ ଲକ୍ଷ୍ୟ ରହିଛି।

ଅଦ୍ୟତନ ହୋଇଛି
PM Modi inaugurates Helicopter Factory of HAL in Karnataka's Tumakuru

Helicopter Factory

Advertisment

କର୍ଣ୍ଣାଟକ ତୁମକୁରରେ ଲୋକାର୍ପିତ ହେଲା ଦେଶର ସର୍ବବୃହତ ହେଲିକପ୍ଟର ଫ୍ୟାକଟ୍ରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଲୋକାର୍ପଣ କରିଛନ୍ତି। ଏହା ହେଉଛି ହାଲ୍‌ର ଫ୍ୟାକଟ୍ରି। ୬୧୫ ଏକର ଜମିରେ ନିର୍ମିତ ଏହି ବିଶାଳକାୟ ଗ୍ରୀନ୍ ଫିଲଡ ଫ୍ୟାକଟ୍ରିରେ ଦେଶର ସବୁ ପ୍ରକାର ହେଲିକପଟର ନିର୍ମାଣ କରାଯିବ। ମରାମତି ଓ ରକ୍ଷଣାବେକ୍ଷଣ ଲାଗି ଏହା ହେବ ୱାନ ପଏଣ୍ଟ ସଲ୍ୟୁସନ।

Advertisment

ଏହି ଫ୍ୟାକଟ୍ରିରେ ପ୍ରଥମ କରି ଲାଇଟ ୟୁଟିଲିଟି ହେଲିକପଟର ନିର୍ମାଣ କରାଯିବ।  ପରବର୍ତ୍ତୀ ସମୟରେ ଲାଇଟ୍ କଂବାଟ ହେଲିକପଟର, ମଲଟି ରୋଲ ହେଲକପଟର ଏବଂ ଆଡଭାନସ ଲାଇଟ ହେଲିକପଟର ନିର୍ମାଣ କରାଯିବ। ଆସନ୍ତା ୨୦ ବର୍ଷ ମଧ୍ୟରେ ଏଠାରେ ୧ ହଜାରରୁ ଅଧିକ ହେଲିକପଟର ନିର୍ମାଣ କରିବାକୁ ଲକ୍ଷ୍ୟ ରହିଛି।

ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ତୁମକୁର ଫ୍ୟାକଟ୍ରି ଏକ ବୃହତ ପଦକ୍ଷେପ ହେବାକୁ ଯାଉଛି।

Advertisment
PM Narendra Modi HAL
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ