Narendra Modi
ଆମେରିକା ନ୍ୟୁୟର୍କରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଏଣିକି 'ନମସ୍ତେ' ଲୋକାଲରୁ ଗ୍ଲୋବାଲ ହୋଇଗଲାଣି । ଆପଣଙ୍କ ଭଲ ପାଇବା ମୋ ପାଇଁ ସବୁଠୁ ବଡ଼ ସୌଭାଗ୍ୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେଥର ଆମେରିକା ଆସିଛି, ଅପାର ସ୍ନେହ ପାଇଛି । ପ୍ରବାସୀ ଭାରତୀୟଙ୍କୁ ରାଷ୍ଟ୍ରଦୂତ ଭାବେ ସମ୍ବୋଧିତ କରି ମୋଦି କହିଛନ୍ତି, ଆପଣମାନେ ଭାରତର ସବୁଠୁ ମଜବୁତ ବ୍ରାଣ୍ଡ ଆମ୍ବାସଡର ।
ନରେନ୍ଦ୍ର ମୋଦି ଆହୁରି କହିଛନ୍ତି ଯେ, ଆପଣଙ୍କ ସ୍କିଲ, ଟ୍ୟାଲେଣ୍ଟର କୌଣସି ମୁକାବିଲା ନାହିଁ, ବିବିଧତା ସତ୍ତ୍ବେ ଆମେ ଏକ ହୋଇ ଆଗକୁ ବଢୁଛୁ । ଏହି ମୂଲ୍ୟବୋଧ ହିଁ ଆମକୁ ବିଶ୍ବବନ୍ଧୁ କରିଛି ବୋଲି କହିଛନ୍ତି ମୋଦି । AIର ଅର୍ଥକୁ ନିଜସ୍ବ ଢଙ୍ଗରେ ବୁଝାଇ ମୋଦି କହିଛନ୍ତି ମୋ ପାଇଁ AIର ଅର୍ଥ, ଆମେରିକାନ୍-ଇଣ୍ଡିଆନ୍ । ଆଉ ଆମେରିକା-ଇଣ୍ଡିଆ ବିଶ୍ବର ନୂଆ AI ଶକ୍ତି ବୋଲି ମୋଦି କହିଛନ୍ତି । ୨୦୨୪ ବର୍ଷ ଏକ ଐତିହାସିକ ବର୍ଷ ବୋଲି କହିବା ସହ କହିଛନ୍ତି, ଏହି ବର୍ଷ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଭିତରେ ଥିବା ବେଳେ, ଭାରତ ଓ ଆମେରିକାରେ ଗଣତନ୍ତ୍ରର ମହାପର୍ବ ଆୟୋଜିତ ହେଉଅଛି । ଦେଶର ସ୍ବାଧିନତାରେ ବଳିଦାନ ଦେଇନପାରିଲେ କଣ ହେଲା, ସମୃଦ୍ଧ ଭାରତ ପାଇଁ ମୋ ଜୀବନ ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ମୋଦି ଆହୁରି କହିଛନ୍ତି ଯେ, ଭାରତ ଆଉ ସୁଯୋଗକୁ ଅପେକ୍ଷା କରୁନି, ସୁଯୋଗ ସୃଷ୍ଟି କରୁଛି । ଆମେ ମହିଳା ଆଧାରିତ ବିକାଶ ଉପରେ ଗୁରୁତ୍ବ ଦେଉଛୁ। ହଜାର ହଜାର ମହିଳାଙ୍କୁ ଡ୍ରୋନ୍ ପାଇଲଟ କରାଯାଉଛି । ଭାରତର 5G ବଜାର ଆମେରିକା ଠାରୁ ମଧ୍ୟ ବଡ଼ । ଆଜି ଭାରତ 6G ଉପରେ କାମ କରୁଛି । ସେହିପରି ମେଡ୍ ଇନ୍ ଇଣ୍ଡିଆ ଆଜି ବିଶ୍ବର ସବୁଠୁ ବଡ଼ ବ୍ରାଣ୍ଡ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଦେଶର UPI ପୂରା ବିଶ୍ବକୁ ଆକର୍ଷିତ କରୁଛି । ଏକବିଂଶ ଶତାବ୍ଦୀର ଭାରତ ଶିକ୍ଷା, ସ୍କିଲ ସହଯୋଗରେ ଆଗକୁ ବଢୁଛି । ୧୦ ବର୍ଷରେ IIT ସଂଖ୍ୟା ୯ରୁ ବଢ଼ି ୨୫ ହୋଇଛି । କରୋନା ସମୟରେ ୧୫୦ ଦେଶକୁ ଔଷଧ ଓ ଟିକା ପଠାଇଛୁ ବୋଲି ମୋଦି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727026977.jpg)