Advertisment

ଭାରତକୁ କେହି ନଜର ପକାଇଲେ ତିନି ସେନା ମୁହଁତୋଡ଼ ଯବାବ ଦେବେ: ମୋଦି

ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ଖୁବ୍ ଉତ୍ସାହିତ ଥିଲେ ଯବାନ।

PM Modi

PM Modi

Advertisment

କାର୍ଗିଲ ମାଟିରୁ ଦେଶର ବୀର ଯବାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଭାରତର ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ବିନା ବିଶ୍ୱରେ ଶାନ୍ତି ଅସମ୍ଭବ। ଦୀପାବଳି ପାଳିବାକୁ ଜମ୍ମୁ ଓ କାଶ୍ମୀରର ସୀମାନ୍ତ କାର୍ଗିଲ ଯାଇ ଯବାନଙ୍କ ମନୋବଳ ବୃଦ୍ଧି କରିଛନ୍ତି ପ୍ରଧାନମନ୍ତ୍ରୀ। ୨୪ ଘଣ୍ଟିଆ ସୀମା ଜଗୁଥିବା ଯବାନଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି ଦେଶ ସେତେବେଳେ ସୁରକ୍ଷିତ, ଯେତେବେଳେ ଏହାର ସୀମା ସୁରକ୍ଷିତ ଥାଏ। ଭାରତର ସୀମାକୁ କେହି ନଜର ପକାଇଲେ ଦେଶର ତିନି ବାହିନୀ ସେମାନଙ୍କୁ ମୁହଁତୋଡ଼ ଯବାବ ଦେବେ ବୋଲି କହିଛନ୍ତି ମୋଦି।

Advertisment

ପଡ଼ୋଶୀ ଦେଶର ନାଁ ନନେଇ ମୋଦି କହିଛନ୍ତି, ଭାରତ କେବେ ଯୁଦ୍ଧ ଚାହେଁନା, କିନ୍ତୁ ଶାନ୍ତି ପାଇଁ ସାମର୍ଥ୍ୟ ନିହାତି ଲୋଡ଼ା। ଏଥିପାଇଁ ଦେଶର ୩ ସେନାକୁ ଆଗାମୀ ଦିନରେ ମିଳିବାକୁ ଯାଉଛି ୪୦୦ ପ୍ରକାର ସ୍ୱଦେଶୀ ଆଧୁନିକ ଅସ୍ତ୍ରଶସ୍ତ୍ର ପୂର୍ବରୁ ଏଥିପାଇଁ ବିଦେଶୀ ରାଷ୍ଟ୍ର ଉପରେ ନିର୍ଭର କରିବାକୁ ପଡୁଥିଲା କିନ୍ତୁ ଏବେ ଭାରତ ଆମଦାନୀ ବନ୍ଦ କରି ଏ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଯାଉଛି ଯାହା ଦେଶର ସୁରକ୍ଷା ବାହିନୀ ପ୍ରତି ଏକ ବଡ଼ ଉପଲବ୍ଧି।

ପ୍ରଧାନମନ୍ତ୍ରୀ ହେବା ପରଠୁ ମୋଦି ତାଙ୍କ ଚିରାଚରିତ ଢଙ୍ଗରେ ଦୀପାବଳି ପାଳନ ପାଇଁ ନୂଆଦିଲ୍ଲୀରୁ ବାହାରିଥିଲେ। କାର୍ଗିଲ ଉପତ୍ୟକା ସେଠାରେ ପହଞ୍ଚିବା ପରେ ଉଚ୍ଛ୍ୱସ୍ୱିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଏଠାରେ ଆୟୋଜିତ ଦୀପାବଳି ଉତ୍ସବରେ ସାମିଲ ହୋଇଥିଲେ ମୋଦି। ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ଖୁବ୍ ଉତ୍ସାହିତ ଥିଲେ ଯବାନ। ଭାରତ ମାତା କି ଜୟ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ଅଞ୍ଚଳ। ପରେ ପରିବେଷିତ ହୋଇଥିଲା ବନ୍ଦେ ମାତରଂ ସଙ୍ଗୀତ। ଯବାନଙ୍କ ସହ ସମବେତ ସ୍ବରରେ ସ୍ବର ମିଶାଇଥିଲେ ମୋଦି। ସେହିଭଳି ଯବାନଙ୍କୁ ମିଠା ବାଣ୍ଟି ଖୁସି ଜାହିର କରିଥିଲେ। ଏହି ଅବସରରେ କବିତା ମାଧ୍ୟମରେ ଦେଶର ଆଧୁନିକ ଯୁଦ୍ଧାସ୍ତ୍ରର ଶକ୍ତି ବଖାଣିଥିଲେ ପ୍ରଧାନମନ୍ତ୍ରୀ।

Advertisment

୨୦୧୪ରେ ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରଠୁ ପ୍ରତିବର୍ଷ ସେନା ଯବାନଙ୍କ ସହ ଦୀପାବଳି ମନାଇ ଆସୁଛନ୍ତି। ୨୦୧୪ରେ ସିଆଚେନ୍, ୧୫ରେ ଅମୃତସର, ୧୬ରେ ହିମାଚଳ, ୧୭ରେ କାଶ୍ମୀରର ଗୁରେଜ ସେର, ୨୦୧୮ରେ ଉତ୍ତରାଖଣ୍ଡର ହର୍ଷିଲ,୨୦୧୯ରେ କାଶ୍ମୀରର ରାଜୌରୀ, ୨୦୨୦ରେ ରାଜସ୍ଥାନର ଜୟସାଲମେର ଏବଂ ଗତବର୍ଷ କାଶ୍ମୀରର ନୌସେରା ଯାଇ ଦୀପାବଳି ଉତ୍ସବ ମନାଇଥିଲେ।

PM Modi India Army
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ