PM Modi
ସନ୍ଦେଶଖାଲି ମାମଲାର ଦୋଷୀଙ୍କୁ କଡାଦଣ୍ଡ ଦିଆଯିବ । ମାଆ ଭଉଣୀଙ୍କ ପ୍ରତି ଅନ୍ୟାୟକୁ କୌଣସି ପ୍ରକାର ସହ୍ୟ କରାଯିବ ନାହିଁ । ପଶ୍ଚିମବଙ୍ଗର କୁଚବେହାରରେ ଏକ ବିରାଟ ଜନସଭାକୁ ସମ୍ବୋଧନ ବେଳେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହିଳାଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ସବୁ ବେଳେ ପ୍ରୟାସ କରୁଛନ୍ତି । ଏଭଳି କ୍ଷେତ୍ରରେ ସନ୍ଦେଶଖାଲି ମାମଲାର ଅଭିଯୁକ୍ତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟର ଟିଏମସି ସରକାର । ସେମାନଙ୍କୁ ଉଚିତ ଜବାବ ମିଳିବ ବୋଲି କହିଛନ୍ତି ମୋଦି ।
ରାଜ୍ୟରେ କେନ୍ଦ୍ରର କୌଣସି ଯୋଜନାକୁ ଲାଗୁ କରୁନାହିଁ ଟିଏମସି ସରକାର । ରାଜ୍ୟରେ ମେଡିକାଲ କଲେଜ ସ୍ଥାପନା ପାଇଁ ପ୍ରୟାସ କରାଯାଉଥିବା ବେଳେ ଟିଏମସି ତାହା କରାଇ ଦେଉନାହିଁ । ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଯଥେଷ୍ଟ ଅର୍ଥ ଦେଉଥିବା ସତ୍ତ୍ୱେ ଠିକ ସମୟରେ ବିଭିନ୍ନ ପ୍ରକଳ୍ପ ପୂର୍ଣ୍ଣ ହୋଇପାରୁନାହିଁ । ଯେଉଁଥିପାଇଁ ଏଠାକାର ଲୋକେ ପ୍ରଭାବିତ ହେଉଛନ୍ତି ବୋଲି ମୋଦି କହିଛନ୍ତି ।
ଅଧିକ ପଢ଼ନ୍ତୁ: ହେମା ମାଲିନୀଙ୍କ ବିରୋଧରେ ସୂର୍ଯୋୱାଲା ଦେଲେ ଆପତ୍ତିଜନକ ମନ୍ତବ୍ୟ, କହିଲେ....
କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କଂଗ୍ରେସ ସବୁବେଳେ ଗରିବୀ ହଟାଓ ନାରା ଦେଉଥିବା ବେଳେ ବିଜେପି ସରକାର ଗରିବୀ କମାଇ ଦେଖାଇଛନ୍ତି ବୋଲି କହିଛନ୍ତି । ଦେଶରେ ଏକ ଶକ୍ତିଶାଳୀ ସରକାରର ଆବଶ୍ୟକତା ରହିଛି । କଠୋର ନିଷ୍ପତ୍ତି ନେଲେ ଦେଶ ଆର୍ଥିକ ବିକାଶ ଦିଗରେ ଦୌଡିବ । ଏଥିପାଇଁ ଦେଶବାସୀ ଏଥର ସଶକ୍ତ କେନ୍ଦ୍ର ସରକାର ଗଠନ କରିବା ପାଇଁ ସ୍ଥିର କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/PM_Modi_1712235759.jpg)