PM Modi
ସବୁ ପ୍ରକାର ବୈଶ୍ୱିକ ଆହ୍ବାନକୁ ସାମ୍ନା କରିବାରେ ସମର୍ଥ ଭାରତ। ଜର୍ମାନୀ ଗସ୍ତ ଅବସରରେ ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମ୍ୟୁନିକ୍ରେ ପହଂଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ସେଠାକାର ପ୍ରବାସୀ। ଭାରତୀୟ ପ୍ରବାସୀ ଭାରତୀୟ ଆଗରେ ବଦଳୁଥିବା ଭାରତର ବିକାଶର ଚିତ୍ର ଉପସ୍ଥାପନ କରିଛନ୍ତି।
ମୋଦି କହିଛନ୍ତି- ଭାରତରେ ଏବେ ସବୁ ଗାଁକୁ ବିଜୁଳି ପହଞ୍ଚି ପାରିଛି, ସବୁ ଗାଁକୁ ସଡକ ଯୋଗାଯୋଗ ହୋଇପାରିଛି ଏବଂ ଅଧିକାଂଶ ଗାଁ ବାହ୍ୟ ମଳତ୍ୟାଗ ମୁକ୍ତ ହୋଇପାରିଛି। ଏଥି ସହିତ ୨ ବର୍ଷରେ ୮୦ କୋଟି ଲୋକଙ୍କ ପାଖରେ ମାଗଣା ରାସନ ପହଞ୍ଚାଇଥିବାବେଳେ ଦେଶର ସବୁ ଗରିବ ପରିବାର ବ୍ୟାଙ୍କିଂ ବ୍ୟବସ୍ଥାର ସୁବିଧା ଉଠାଉଛନ୍ତି। କୃଷି ଓ ଶିଳ୍ପେ କ୍ଷେତ୍ରରେ ଟେକନ୍ଲୋଜି ଦ୍ୱାରା କିଭଳି ଅଦ୍ଭୁତପୂର୍ବ ବିକାଶ ହୋଇପାରିଛି, ତାହା ପ୍ରବାସୀ ଭାରତୀୟଙ୍କୁ କହିଛନ୍ତି ମୋଦି।
ସେହିପରି ଭାରତକୁ ଗଣତନ୍ତ୍ରର ମାଆ ବୋଲି ବର୍ଣ୍ଣନା କରି ପ୍ରତି ଭାରତୀୟଙ୍କ ଡିଏନ୍ଏରେ ଲୋକତନ୍ତ୍ର ଅଛି ବୋଲି ମୋଦି କହିଛନ୍ତି। ସେହିପରି ପାଶ୍ଚାତ୍ୟ ଦେଶମାନଙ୍କ ସହ ଭାରତ ସୁସମ୍ପର୍କ ସ୍ଥାପନ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଜି ସେଭେନ୍ ବୈଠକରେ ଯୋଗ ଦେବା ପାଇଁ ଜର୍ମାନୀ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us