Advertisment

ନୂଆ ମନ୍ତ୍ରୀଙ୍କୁ ମୋଦିଙ୍କ ଟିପ୍ସ: ପୂର୍ବ ମନ୍ତ୍ରୀଙ୍କୁ ଭେଟି ଜ୍ଞାନ ଆହରଣ କର

ନୂଆମନ୍ତ୍ରୀଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ। କେମିତି କାମ କରିବେ, କେତେବେଳେ କାର୍ଯ୍ୟାଳୟକୁ ଆସିବେ, ମିଡିଆ ସହ ସମ୍ପର୍କ କିପରି ରଖିବେ ସେ ନେଇ ଦେଲେ ଗୁରୁମନ୍ତ୍ର।

ଅଦ୍ୟତନ ହୋଇଛି
ନୂଆ ମନ୍ତ୍ରୀଙ୍କୁ ମୋଦିଙ୍କ ଟିପ୍ସ: ପୂର୍ବ ମନ୍ତ୍ରୀଙ୍କୁ ଭେଟି ଜ୍ଞାନ ଆହରଣ କର

PM Modi

Advertisment

ନୂଆଦିଲ୍ଲୀ: କ୍ୟାବିନେଟ୍ ସଂପ୍ରସାରଣ ପରେ ନୂଆ ମନ୍ତ୍ରୀମାନଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯେଉଁମାନେ ମନ୍ତ୍ରିମଣ୍ଡଳରେ ନାହାନ୍ତି ବା ଯେଉଁମାନେ ପୂର୍ବରୁ ମନ୍ତ୍ରୀ ରହିଛନ୍ତି ସେମାନଙ୍କୁ ଭେଟି ସେମାନଙ୍କ ଠାରୁ ଜ୍ଞାନ ଆହରଣ ପାଇଁ ପରାମର୍ଶ ଦେଇଛନ୍ତି ମୋଦି । ଯେଉଁମାନେ ଏବେ ସରକାରରେ ନାହାନ୍ତି ସେମାନେ ମଧ୍ୟ ଦେଶ ଚଳାଇବାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।

Advertisment

ସେମାନଙ୍କ ଠାରୁ ନୂଆ ମନ୍ତ୍ରୀମାନେ ଶିଖିବାର ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ମନ୍ତ୍ରୀମାନେ ସେମାନଙ୍କ କାମକୁ ଗୁରୁତ୍ୱର ସହ କରିବା ଉଚିତ ମିଡିଆରେ ଚର୍ଚ୍ଚିତ ହେବା ପାଇଁ ନିଶା ରଖିବା ଉଚିତ ନୁହେଁ । ଏଥିସହ ଅନାବଶ୍ୟକ ବୟାନ ବାଜିରୁ ଦୂରେଇ ରହିବା ଆବଶ୍ୟକ ବୋଲି ନୂଆ ମନ୍ତ୍ରୀମାନଙ୍କୁ ଟିପ୍ସ ଦେଇଛନ୍ତି ମୋଦି।

Advertisment

ଠିକ୍ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବା ସହ ନିଜ ନିଜ ବିଭାଗର କାମରେ ନିଜର ଶକ୍ତି ବିନିଯୋଗ କରିବା ଉଚିତ। ଯେଉଁମାନେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ, ସେମାନଙ୍କ ଉପରେ ମନ୍ତ୍ରୀମାନଙ୍କର ଧ୍ୟାନ ରହିବା ଜରୁରୀ ବୋଲି ମୋଦି କହିଛନ୍ତି। ଅନ୍ୟପକ୍ଷେ ଲୋକେ କୋଭିଡ୍ ନିୟମର ଅନୁପାଳନ ନ କରିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି  । ତେବେ ଏହାକୁ ବରଦାସ୍ତ କରାଯିବି ବୋଲି ସେ କହିଛନ୍ତି। ଛୋଟିଆ ଭୁଲ୍  କୋଭିଡ୍ ବିରୋଧରେ ଲଢ଼େଇ ଦୁର୍ବଳ କରିଦେବ ବୋଲି ମୋଦି କହିଛନ୍ତି । ତେବେ ଲୋକଙ୍କୁ ଡରାଇଲେ ହେବ ନାହିଁ, ବରଂ କୋଭିଡ୍ ନିୟମ ଅନୁପାଳନ ପାଇଁ ସେମାନଙ୍କ ମଧ୍ୟରେ ଆଗ୍ରହ ବଢ଼ାଇବା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ସୂଚନାଥାଉ କି, ଗଲା ଦି ବର୍ଷରେ କେଉଁ ମନ୍ତ୍ରୀ କେତେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି ସମସ୍ତଙ୍କ ପ୍ରଦର୍ଶନର ସମୀକ୍ଷା ପରେ ନିଜ ଟିମର ନବକଳେବର କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଶାସନରେ ପାରଦର୍ଶିତା ଆଣିବା ଲାଗି ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ଆଧାରରେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି। ବିଜ୍ଞାନ ଓ ଇଂଜିନିୟରିଂ ଡିଗ୍ରୀଧାରୀଙ୍କୁ ଶିଳ୍ପ, ଆଇଟି, ରେଲଓ୍ୱ ଓ MSME; ଡାକ୍ତରୀ ଡିଗ୍ରୀ ଥିବା ସାଂସଦଙ୍କୁ ସ୍ୱାସ୍ଥ୍ୟ ସଂପର୍କିତ ମନ୍ତ୍ରଣାଳୟ , ମ୍ୟାନେଜମେଂଟ୍‌ ଡ୍ରିଗୀଧାରୀଙ୍କୁ ଅର୍ଥ, ବାଣିଜ୍ୟ, ଲ- ଡ଼ିଗ୍ରୀଧାରୀଙ୍କୁ ଆଇନ ଏବଂ ମହିଳାଙ୍କୁ ସାମାଜିକ ନ୍ୟାୟ, ମହିଳା ଓ ଶିଶୁ ବିକାଶ ଭଳି ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି l ସ୍ୱାସ୍ଥ୍ୟ,ଶିକ୍ଷା, ବେସାମରିକ ବିମାନଚଳାଚଳ, ଆଇଟି ଓ ଆଇନ ବିଭାଗ ସରକାରଙ୍କ ଫୋକସରେ ଥିବା ବେଳେ ୨୦୨୪ ନିର୍ବାଚନ ବୈତରଣୀ ପାର ହେବା ରଣନୀତି ଅନୁଯାୟୀ ଟିମ୍ ଗଢିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

Advertisment
Narendra Modi PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ