Advertisment

Trump Wishes Modi: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ; ଶୁଭେଚ୍ଛା ଜଣାଇଲେ ଡୋନାଲ୍ଡ ଟ୍ରମ୍ପ

ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଥିଲା। ଯଦିଓ ପରେ ଉଭୟ ଦେଶ ମଧ୍ୟରେ ଧୀରେ ଧୀରେ ସମ୍ପର୍କ ସୁଧାର ହେଉଛି। ମୋଦିଙ୍କ ଜନ୍ମଦିନ ଅବସରରେ ଟ୍ରମ୍ପ ମୋଦିଙ୍କୁ ଫୋନ କରିଥିଲେ।

Modi

Modi

Advertisment

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିନ। ଏହି ଉପଲକ୍ଷେ ଦେଶ ବିଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହ ୟୁକ୍ରେନ ସଙ୍କଟର ସମାଧାନ କରିବାରେ ସାହାଯ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ। ଉଭୟ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଥିଲା।

Advertisment

ଟାରିଫ ଯୋଗୁଁ ଉତ୍ତେଜନା ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତାକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏହି କଥାବାର୍ତ୍ତା ସମ୍ପର୍କରେ ଉଭୟ ଦେଶର ସମ୍ପର୍କ ସୁଧୁରିବାର ଏକ ନୂଆ ସଙ୍କେତ ବୋଲି ମନେ କରାଯାଉଛି। କଥାବାର୍ତ୍ତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କୁ ଏକ୍ସରେ ଟ୍ୟାଗ କରି ଲେଖିଥିଲେ, “ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପ, ମୋର ୭୫ତମ ଜନ୍ମଦିନରେ ଣୁଭେଚ୍ଛା ଜଣାଇଥିବାରୁ ଧନ୍ୟବାଦ। ଆପଣଙ୍କ ପରି ମୁଁ ମଧ୍ୟ ଭାରତ-ଆମେରିକାର ବ୍ୟାପକ ଏବଂ ବିଶ୍ୱବ୍ୟାପୀ ସହଭାଗୀତାକୁ ନୂଆ ଶିଖରକୁ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଆମେ ୟୁକ୍ରେନ ସଙ୍ଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଆପଣଙ୍କ ପ୍ରୟାସକୁ ସମର୍ଥନ କରୁଛୁ।”

ରାଷ୍ଟ୍ରପତି ଟ୍ରମ୍ପ ଏହା ପରେ ଟ୍ରୁଥ ସୋସିଆଲରେ ଲେଖିଥିଲେ, “ଏବେ ଏବେ ମୋ ବନ୍ଧୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ କଲରେ କଥା ହୋଇଛି। ମୁଁ ତାଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛି। ସେ ବହୁତ ଭଲ କାମ କରୁଛନ୍ତି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବାରେ ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାଦ।”

Advertisment

ଭାରତ ଓ ଆମେରିକା ମଧ୍ୟରେ ଟାରିଫକୁ ନେଇ ଉତ୍ତେଜନା ଲାଗିଥିବା ବେଳେ ଉଭୟ ଦେଶ ସକରାତ୍ମକ ଭାବେ ଆଲୋଚନା କରିଛନ୍ତି। ଗତ କାଲି ଆମେରିକାର ବାଣିଜ୍ୟ ପ୍ରତିନିଧି ବ୍ରେଣ୍ଡୋନ ଲିଞ୍ଚ ଓ ଭାରତୀୟ ପ୍ରତିପକ୍ଷ ତଥା ବାଣିଜ୍ୟ ବିଭାଗର ସ୍ବତନ୍ତ୍ର ସଚିବ ରାଜେଶ ଅଗ୍ରୱାଲଙ୍କ ସହ ଆଲୋଚନା କରିଥିଲେ।

ଏହି କଥାବାର୍ତ୍ତା ଏହି ସପ୍ତାହର ଆରମ୍ଭରେ ଉଭୟ ପକ୍ଷଙ୍କ ତରଫରୁ ମିଳିଥିବା ସଙ୍କେତ ପରେ ହୋଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ସେମାନେ ଦୀର୍ଘ ଦିନରୁ ଅଟକି ରହିଥିବା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିକୁ ଆଗେଇ ନେବା ପାଇଁ ପ୍ରସ୍ତୁତ ଅଛନ୍ତି। ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ ସୋସିଆଲରେ ପୋଷ୍ଟ କରି କହିଥିଲେ ଯେ ସେ ବାଣିଜ୍ୟ ବାଧାକୁ ଦୂର କରିବା ପାଇଁ କଥାବାର୍ତ୍ତା ଜାରି ରହିଥିବାରୁ ଖୁସି ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର “ବହୁତ ଭଲ ବନ୍ଧୁ” ବୋଲି ବର୍ଣ୍ଣନା କରି ଟ୍ରମ୍ପ ସେତେବେଳେ କହିଥିଲେ ଯେ ସେ ଆଗାମୀ ସପ୍ତାହମାନଙ୍କରେ ତାଙ୍କ ସହ କଥାବାର୍ତ୍ତା କରିବା ପାଇଁ ଉତ୍ସୁକ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଏହି ମନ୍ତବ୍ୟକୁ ସ୍ୱାଗତ କରିଥିଲେ ଏବଂ ଶୀଘ୍ର ବାଣିଜ୍ୟ ଚୁକ୍ତି ସମ୍ପୂର୍ଣ୍ଣ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

Advertisment

ଅଧିକ ପଢନ୍ତୁ: ଟାରିଫ ଟେନସନ: ଦିଲ୍ଲୀରେ ଆମେରିକା ବାଣିଜ୍ୟ ପ୍ରତିନିଧି ବ୍ରେଣ୍ଡୋନ ଲିଞ୍ଚ, ବାହାରିବ କି ସମାଧାନର ବାଟ

Prime Minister Narendra Modi US President Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ