Advertisment

ମଧ୍ୟପ୍ରାଚ୍ୟ ସଂକଟ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜରୁରୀ ବୈଠକ

ଗତରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
PM Modi News | PM Modi Chairs Urgent Top-Level Security Meet On Widening West Asia Crisis

PM Modi

Advertisment

ପଶ୍ଚିମ ଏସିଆ ବା ମଧ୍ୟପ୍ରାଚ୍ୟ ସ୍ଥିତିକୁ ନେଇ ମୋଦିଙ୍କ ଜରୁରୀ ବୈଠକ। ଗତରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। 

Advertisment

ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇଥିଲେ ।

ଅଧିକ ପଢ଼ନ୍ତୁ: ଇରାନ-ଇସ୍ରାଇଲ ଯୁଦ୍ଧରେ ଭାରତ ହେବ କି ସଙ୍କଟ ମୋଚକ ?

ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟର ସ୍ଥିତିକୁ ଗଭୀର ଚିନ୍ତାଜନକ ବୋଲି ଏହି ବୈଠକରେ ଦର୍ଶାଯାଇଛି । ଏଥିସହ ଏହି ସଂକଟ ଆହୁରି ବ୍ୟାପକ ହେଲେ, ବାଣିଜ୍ୟ, ତୈଳ, ପେଟ୍ରୋଲିୟମ ଉତ୍ପାଦ ସପ୍ଲାଏ ଚେନ୍ ଓ ଜାହାଜ ଚଳାଚଳ ଆଦି କ୍ଷେତ୍ରରେ ଭାରତକୁ କିଭଳି ଚାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ, ସେସଂପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି । 

Advertisment

ଏଥିସହ ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗରେ ବି ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି ।

PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ