Advertisment

ସ୍ୱାଧୀନତା ଦିବସରେ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

‘ଶାସ୍ତ୍ରୀଙ୍କ ଜୟ ଯବାନ, ଜୟ କିଷାନ ସହ ଅଟଲୀ ଜୟ ବିଜ୍ଞାନ ଯୋଡ଼ିଥିଲେ। ଆଜି ଜୟ ଅନୁସନ୍ଧାନ ଯୋଡ଼ି ସମସ୍ତଙ୍କୁ ଆହ୍ୱାନ ଦେଉଛି’ ବୋଲି ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ଏହା କହିଛନ୍ତି।

PM Modi celebrates 76th Independence Day

PM Modi celebrates 76th Independence Day

Advertisment

ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଲାଲ୍‌କିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଭାରତ ବିଶ୍ୱର ମ୍ୟାନୁଫାକଚରିଂ ହବ୍ ହେବାକୁ ଯାଉଛି। କାହା ଉପରେ ନିର୍ଭର ନ କରି ସବୁ କ୍ଷେତ୍ରରେ ଆତ୍ମନିର୍ଭର ହେଉଛୁ। ରୋଜଗାର କ୍ଷେତ୍ରରେ ଯୁବପିଢ଼ି ପାଇଁ ନୂଆ ବାଟ ଖୋଲିଛି। ଘରୋଇ ଉଦ୍ୟୋଗକୁ ଆପଣାଇ ଆତ୍ମନିର୍ଭର ହେବା ପାଇଁ ବଢୁଛୁ।’

Advertisment

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ‘ଆଜିର ଦିନରେ ମୁଁ ଏକ ବଡ଼ ଘୋଷଣା କରିବାକୁ ଯାଉଛି। ଶାସ୍ତ୍ରୀଙ୍କ ଜୟ ଯବାନ, ଜୟ କିଷାନ ସହ ଅଟଲୀ ଜୟ ବିଜ୍ଞାନ ଯୋଡ଼ିଥିଲେ। ଆଜି ଜୟ ଅନୁସନ୍ଧାନ ଯୋଡ଼ି ସମସ୍ତଙ୍କୁ ଆହ୍ୱାନ ଦେଉଛି। ୫ ଜି, ଅପଟିକାଲ ଫାଇବର ଓ ଅନ୍ୟାନ୍ୟ ଟେକ୍ନୋଲଜିରେ ସଫଳ ହୋଇଛୁ। ୭୫ ବର୍ଷର ଅନୁଭବରେ ଅନେକ କ୍ଷେତ୍ରରେ ନୂଆ ସଂକଳ୍ପ ନେଇଛୁ। ଗଚ୍ଛିତ ପ୍ରାକୃତିକ ସମ୍ପଦ ଓ ମାନବ ସମ୍ପଦର ଆବଶ୍ୟକତା ଅଛି।’

‘ନାରୀ ଶକ୍ତି ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ପୋଲିସ ହେଉ କି ସେନା ବାହିନୀ ସବୁଠି ନାରୀ ଶକ୍ତି ଯୋଡ଼ି ହୋଇଛି। ପରିବାରବାଦ ଆମର ଅନେକ ସଂସ୍ଥାକୁ ନିୟନ୍ତ୍ରଣ କରୁଛି। ପରିବାରବାଦ ଦ୍ୱାରା ଅନେକ ପ୍ରତିଭା ଲୁଚି ଯାଉଛନ୍ତି। ପରିବାରବାଦ ରାଜନୀତି ପରିବାରର ଭଲ ପାଇଁ ଓ ଦେଶ ପାଇଁ ନୁହେଁ। ତେଣୁ ପରିବାରବାଦ ମାନସିକତାରୁ ଦୂରେଇ ରୁହନ୍ତୁ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment
PM Modi Independence Day Azadi Ka Amrit Mahotsav Independence Day 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ