Mission Sudarshan Chakra
ସୁଦର୍ଶନ ଚକ୍ର ମିଶନ ଆରମ୍ଭ ହେବ କହିଲେ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରୀୟ ସୁରକ୍ଷା କବଚକୁ ବିସ୍ତାର କରାଯିବ । ୨୦୩୫ ସୁଦ୍ଧା ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ସୁରକ୍ଷା କବଚ ଯୋଗାଇ ଦିଆଯିବ । ଶ୍ରୀଘ୍ର ସୁଦର୍ଶନ ଚକ୍ର ମିଶନ ଆରମ୍ଭ କରିବାକୁ ଯାଉଛୁ ବୋଲି ଲାଲକିଲ୍ଲାରୁ ଘୋଷଣା କରିଛନ୍ତି ପିଏମ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଆଗାମୀ ଦଶ ବର୍ଷ ମଧ୍ୟରେ, ୨୦୩୫ ସୁଦ୍ଧା, ମୁଁ ଏହି ଜାତୀୟ ସୁରକ୍ଷା ଢାଲକୁ ବିସ୍ତାର, ସୁଦୃଢ଼ ଏବଂ ଆଧୁନିକୀକରଣ କରିବାକୁ ଚାହୁଁଛି। ଭଗବାନ ଶ୍ରୀକୃଷ୍ଣଙ୍କଠାରୁ ପ୍ରେରଣା ନେଇ, ଆମେ ସୁଦର୍ଶନ ଚକ୍ରର ପଥ ବାଛିଛୁ... ଦେଶ ସୁଦର୍ଶନ ଚକ୍ର ମିଶନ ଆରମ୍ଭ କରିବ।"
ସୁଦର୍ଶନ ଚକ୍ର ମିଶନ ପାୱାରଫୁଲ୍ ୱିପେନ୍ ସିଷ୍ଟମ । ଶତ୍ରୁର ଆକ୍ରମଣକୁ ଏହା ବିଫଳ କରିବ । ସେହିପରି ଅନୁପ୍ରବେଶକାରୀଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୀମାବର୍ତ୍ତୀ ଅଞ୍ଚଳରେ ଡେମୋଗ୍ରାଫି ବଦଳୁଛି । ଡେମୋଗ୍ରାଫି ବଦଳାଇବା ପାଇଁ ଷଡଯନ୍ତ୍ର ଚାଲିଛି ।
ଅନୁପ୍ରବେଶକାରୀ ମାନେ ଆମ ଯୁବକ ଯୁବତୀଙ୍କୁ ଭ୍ରମିତ କରୁଛନ୍ତି । ଅନୁପ୍ରବେଶ ରୋକିବା ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛୁ । ସେଥିପାଇଁ ହାଇ ପାୱାର ଡେମୋଗ୍ରାଫି ମିଶନ ଆରମ୍ଭ ହେବ ବୋଲି ମଧ୍ୟ କହିଛନ୍ତି ମୋଦି । ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755234987.jpg)