Advertisment

ଦେଶବ୍ୟାପୀ ଆରମ୍ଭ ହେବ ‘ମୋ ମାଟି, ମୋ ଦେଶ’ ଅଭିଯାନ

ମନ୍ କି ବାତରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି। ଦେଶର ସହିଦଙ୍କୁ ସମ୍ମାନ ଜଣାଇ ଅଭିଯାନ ଆରମ୍ଭ ହେବ। ସାରା ଦେଶରେ ସହିଦଙ୍କ ସ୍ମୃତିରେ ବହୁ କାର୍ଯ୍ୟକ୍ରମ ଆୟୋଜନ ହେବ।

ଅଦ୍ୟତନ ହୋଇଛି
‘Meri Mati Mera Desh’ campaign

‘Meri Mati Mera Desh’ campaign

Advertisment

ଦେଶରେ ଆରମ୍ଭ ହେବାକୁ ଯାଉଛି ଆଉ ଏକ ବଡ଼ କ୍ୟାମ୍ପେନ। ଦେଶବ୍ୟାପି ଆରମ୍ଭ ହେବ ‘ମୋ ମାଟି, ମୋ ଦେଶ’ ଅଭିଯାନ। ଆଜି ମନ୍ କି ବାତରେ ଏନେଇ ସୂଚନା ଦେଇଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ସହିଦଙ୍କୁ ସମ୍ମାନ ଜଣାଇ ଅଭିଯାନ ହେବ। ସାରା ଦେଶରେ ସହିଦଙ୍କ ସ୍ମୃତିରେ ବହୁ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

Advertisment

ଦେଶର ସବୁ ପଞ୍ଚାୟତରେ ବିଶେଷ ଶିଳାଲେଖ ସ୍ଥାପନ ହେବ। ଅମୃତ କଳସ ଯାତ୍ରାର ମଧ୍ୟ ଆୟୋଜନ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ୭ ହଜାର ୫୦୦ କଳସରେ ବିଭିନ୍ନ ଗାଁରୁ ମାଟି ଓ ବୃକ୍ଷ ସଂଗ୍ରହ ହୋଇ ଦିଲ୍ଲୀ ଅଣାଯିବ। ଏହି ମାଟି ଓ ବୃକ୍ଷରେ ଜାତୀୟ ଯୁଦ୍ଧ ସ୍ମାରକୀ ନିକଟରେ ‘ଅମୃତ ବାଟିକା’ ନିର୍ମାଣ ହେବ ବୋଲି କହିଛନ୍ତି ମୋଦି। 

ଦେଶବ୍ୟାପି ଆରମ୍ଭ ହେବ ‘ମୋ ମାଟି, ମୋ ଦେଶ’ ଅଭିଯାନ ମନ୍ କି ବାତରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି। ଦେଶର ସହିଦଙ୍କୁ ସମ୍ମାନ ଜଣାଇ ଅଭିଯାନ ଆରମ୍ଭ ହେବ। ସାରା ଦେଶରେ ସହିଦଙ୍କ ସ୍ମୃତିରେ ବହୁ କାର୍ଯ୍ୟକ୍ରମ ଆୟୋଜନ ହେବ। ଦେଶର ସବୁ ପଞ୍ଚାୟତରେ ବିଶେଷ ଶିଳାଲେଖ ସ୍ଥାପନ ହେବ। ଅମୃତ କଳସ ଯାତ୍ରାର ମଧ୍ୟ ଆୟୋଜନ କରାଯିବ କହିଲେ ମୋଦି। ୭,୫୦୦ କଳସରେ ବିଭିନ୍ନ ଗାଁରୁ ମାଟି ଓ ବୃକ୍ଷ ସଂଗ୍ରହ ହେବ। ଜାତୀୟ ଯୁଦ୍ଧ ସ୍ମାରକୀ ନିକଟରେ ‘ଅମୃତ ବାଟିକା’ ନିର୍ମାଣ ହେବ।

Advertisment
Maan Ki Baat PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ