Advertisment

ଆବୁଧାବିରେ BAPS ସ୍ୱାମୀ ନାରାୟଣ ମନ୍ଦିର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମନ୍ଦିରରେ ସାତୋଟି ଶିଖର ନିର୍ମାଣ କରାଯାଇଛି ଯେଉଁଥିରେ ପ୍ରଭୁ ରାମ, ଭଗବାନ ଶିବ, ଜଗନ୍ନାଥ, କୃଷ୍ଣ, ସ୍ୱାମୀନାରାୟଣ, ତିରୁପତି ବାଲାଜୀ ଏବଂ ଭଗବାନ ଆୟାପ୍ପାଙ୍କ ମୂର୍ତ୍ତି ରହିଛି।

UAE BAPS ସ୍ୱାମୀ ନାରାୟଣ ମନ୍ଦିର

UAE BAPS ସ୍ୱାମୀ ନାରାୟଣ ମନ୍ଦିର

Advertisment

ଲୋକାର୍ପିତ ହେଲା ଅବୁଧାବି ସ୍ଥିତ BAPS ସ୍ୱାମୀ ନାରାୟଣ ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଲୋକାର୍ପଣ କରିଛନ୍ତି। ଏହି ସମୟରେ ସେ ୪୨ଟି ଦେଶର ପ୍ରତିନିଧୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଉଦ୍‌ଘାଟନୀ ଉତ୍ସବରେ ବଲିଉଡ ଅଭିନେତା ଅକ୍ଷୟ କୁମାର ମଧ୍ୟ ସାମିଲ ହୋଇଛନ୍ତି। ଏଥିସହ ଅନେକ ଭାରତୀୟ ମଧ୍ୟ ଦେଶର କୋଣ ଅନୁକୋଣରୁ ଆସି ଏହି ମନ୍ଦିରର ଉଦ୍‌ଘାଟନୀ ଉତ୍ସବରେ ସାମିଲ ହୋଇଛନ୍ତି।

Advertisment

 ମନ୍ଦିରର କୋଣ ଅନୁକୋଣରେ ଭାରତୀୟ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ନାଗର ଶୈଳୀରେ ନିର୍ମାଣ ହୋଇଥିବା ଏହି ମନ୍ଦିର ଗୁଜରାଟର ସୋମନାଥ, କାଶୀ ବିଶ୍ୱନାଥଙ୍କ ମନ୍ଦିରର ଭ୍ରମ ସୃଷ୍ଟି କରୁଛି। ୨୭ ଏକର ଜମିରେ ନିର୍ମିତ ଏହି ମନ୍ଦିରରେ ଖର୍ଚ୍ଚ ହୋଇଛି ପ୍ରାୟ ୭୦୦ କୋଟି ଟଙ୍କା। ଏହି ମନ୍ଦିରରେ ସାତୋଟି ଶିଖର ନିର୍ମାଣ କରାଯାଇଛି ଯେଉଁଥିରେ ପ୍ରଭୁ ରାମ, ଭଗବାନ ଶିବ, ଜଗନ୍ନାଥ, କୃଷ୍ଣ, ସ୍ୱାମୀନାରାୟଣ, ତିରୁପତି ବାଲାଜୀ ଏବଂ ଭଗବାନ ଆୟାପ୍ପାଙ୍କ ମୂର୍ତ୍ତି ରହିଛି।

Advertisment

ୟୁନାଇଟେଡ୍ ଆରବ ଏମିରେଟ୍ସରେ ଏହା ହେଉଛି ପ୍ରଥମ ମନ୍ଦିର ଯାହା ସଂପୂର୍ଣ୍ଣ ଭାବେ ପଥରରେ ନିର୍ମିତ ହୋଇଛି। ମନ୍ଦିରରେ ବ୍ୟବହାର ହୋଇଥିବା ଗୋଲାପି ପଥର ରାଜସ୍ଥାନରୁ ଆସିଥିବା ବେଳେ ଧଳା ଇଟାଲିଆନ୍ ମାର୍ବଲ ଇଟାଲୀରୁ ଆସିଛି। ଗ୍ରାନାଇଟ୍ ଓ ଧଳା ମାର୍ବଲରେ ନିର୍ମାଣ ଏହି ମନ୍ଦିର ବେଶ୍ ମନମୁଗ୍ଧକର। ମନ୍ଦିରରେ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ବି ନିଖୁଣ ଭାବେ ନିର୍ମାଣ କରାଯାଇଛି।

Advertisment

BAPS ସ୍ୱାମୀ ମିନାରାୟଣ ମନ୍ଦିରର ଉଚ୍ଚତା ୧୦୮ ଫୁଟ, ୨୬୨ ଫୁଟ ଲମ୍ବ ଏବଂ ଚଉଡା ୧୮୦ ଫୁଟ ରହିଛି।  କୁହାଯାଉଛି ଯେ ମନ୍ଦିର ନିର୍ମାଣ ପାଇଁ ୨୦,୦୦୦ ଟନ୍‌ରୁ ଅଧିକ ପଥର ଏବଂ ମାର୍ବଲ ୭୦୦ କଣ୍ଟେନର୍‌ରେ ଭର୍ତ୍ତି କରି ଅବୁଧାବିକୁ ଅଣାଯାଇଥିଲା।

ଦୁଇ ଦିନିଆ ୟୁଏଇ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଅବୁଧାବିରେ ପହଞ୍ଚିଥିଲେ। ବିମାନବନ୍ଦରରେ ମୋଦିଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ UAE ରାଷ୍ଟ୍ରପତି ଜାୟେଦ୍। ଏହି ଅବସରରେ ଭାରତ ଓ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବା ସହ ଅନେକ ନିବେଶ ରାଜିନାମା ସ୍ୱାକ୍ଷରିତ ହୋଇଛି। ଏଥିସହ ଆବୁଧାବିରେ UPI ରୁପେ କାର୍ଡ ପ୍ରଚଳନ ଶୁଭାରମ୍ଭ କରିଛନ୍ତି ଉଭୟ ରାଷ୍ଟ୍ର ନେତା।

Narendra Modi Abu Dhabi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ