PM Modi's Key Security Meet
ପାକିସ୍ତାନ ସହ ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ବସିଛି ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ । ଏଥିରେ ପ୍ରତିରକ୍ଷା ମନ୍ତ୍ରୀ, NSA ଅଜିତ୍ ଡୋଭାଲ, ସିଡିଏସ୍ NSA ଅଜିତ ଡୋଭାଲ, ସିଡିଏସ୍ ଜେନେରାଲ୍ ଅନୀଲ ଚୌହ୍ବାନ ଉପସ୍ଥିତ ଅଛନ୍ତି । ୩ ସେନାର ମୁଖ୍ୟ ମଧ୍ୟ ବୈଠକରେ ଉପସ୍ଥିତ ରହିଛନ୍ତି । ପହଲଗାମ୍ ହମଲା ପରେ ଏହା ହେଉଛି ସବୁଠୁ ବଡ଼ ବୈଠକ । ଯେଉଁଥିରେ ସୁରକ୍ଷା ଏଜେନ୍ସିର ସମସ୍ତ ଶୀର୍ଷ ଅଧିକାରୀ ଉପସ୍ଥିତ ଅଛନ୍ତି ।
ପହଲଗାମ୍ ଆକ୍ରମଣ ପରେ ଆଜି ପ୍ରଥମ ଥର ପାଇଁ ୩ ସେନା ମୁଖ୍ୟଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ବୈଠକରେ ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ହୋଇଥିବା ସୂଚନା ମିଳୁଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ବୈଠକ ବସିବାକୁ ଯାଉଛି । ତା'ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ, NSA, CDS ଓ ୩ ସେନା ମୁଖ୍ୟଙ୍କ ସହ ପିଏମ୍ ମୋଦିଙ୍କ ବୈଠକକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ଉଚ୍ଚସ୍ତରୀୟ ବୈଠକରେ କିଛି ଗୋଟେ ବଡ଼ ନିର୍ଣ୍ଣ ଆସିପାରେ ।
ଅଧିକ ପଢନ୍ତୁ: କାଶ୍ମୀରରେ ଆତଙ୍କୀ ଆକ୍ରମଣର ପୁରୁଣା ଇତିହାସ, ଘାଟିକୁ ଅଶାନ୍ତ କରୁଛି ପାକିସ୍ତାନ
ପାକିସ୍ତାନ ପ୍ରାୟୋଜିତ ପହଲଗାମ୍ ଆତଙ୍କୀ ହମ୍ଲାକୁ ନେଇ ଦୁଇ ଦେଶ ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି । ଭାରତର ବଡ଼ ଆକ୍ସନ ପରେ ଯୁଦ୍ଧ ଭଳି ସ୍ଥିତି ଉପୁଜିଛି । ସୀମାରେ ମଧ୍ୟ ଫାୟାରିଂ ଜାରି ରହିଛି । ଏଥର ପାକିସ୍ତାନକୁ ଉଚିତ୍ ଜବାବ ଦେବାକୁ ଭାରତ ସରକାର ଘନ ଘନ ବୈଠକ ସହ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଏବେ କେବଳ ଆକ୍ସନକୁ ଅନାଇ ବସିଛି ସାରା ଦେଶ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745932370.jpg)