Advertisment

India-Pakistan Tensions: ଭାରତର ସମ୍ଭାବ୍ୟ ଷ୍ଟ୍ରାଇକ ଭୟରେ ଛାନିଆ ପାକିସ୍ତାନ, ସେନାକୁ ପୂର୍ଣ୍ଣ କ୍ଷମତା ପରେ ହଜିଛି ପାକ୍‌ର ନିଦ

ଆସନ୍ତା ୨୪ରୁ ୩୬ ଘଣ୍ଟା ଭିତରେ ଭାରତ ମିଲିଟାରୀ ଷ୍ଟ୍ରାଇକ୍ କରିପାରେ। ଏମିତି ଆଶଙ୍କା କରି ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ପ୍ରେସମିଟ କରିଛନ୍ତି ପାକିସ୍ତାନ ସୂଚନା ମନ୍ତ୍ରୀ ଅତାଉଲ୍ଲା ତରାର ।

ପାକିସ୍ତାନ ଛାନିଆ

ପାକିସ୍ତାନ ଛାନିଆ

Advertisment

ପହଲଗାମ ବଦଲା ନେଇ ଭାରତର ସମ୍ଭାବ୍ୟ ଷ୍ଟ୍ରାଇକ ଭୟରେ ଛାନିଆ ହେଲାଣି ପାକିସ୍ତାନ । ଭାରତରେ କ’ଣ ହେଉଛି, କ’ଣ ଚାଲିବ ଟିକିନିଖି ଖବର ରଖୁଛି । ସେନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ଣ୍ଣ ସ୍ବାଧୀନତା ଛାଡିବା ପରେ ଭୟରେ ପାକିସ୍ତାନର ନିଦ ହଜିଯାଇଛି । ଛାତି ଧଡ଼ଧଡ଼ ହେଲାଣି, ମୁଣ୍ଡ ଗୋଳମାଳ ହୋଇଯାଇଛି । ଆସନ୍ତା ୨୪ରୁ ୩୬ ଘଣ୍ଟା ଭିତରେ ଭାରତ ମିଲିଟାରୀ ଷ୍ଟ୍ରାଇକ୍ କରିପାରେ। ଏମିତି ଆଶଙ୍କା କରି ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ପ୍ରେସମିଟ କରିଛନ୍ତି ପାକିସ୍ତାନ ସୂଚନା ମନ୍ତ୍ରୀ ଅତାଉଲ୍ଲା ତରାର ।

Advertisment

ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସମ୍ଭାବ୍ୟ ଆଟାକ ନେଇ ଛାନିଆ ହେଲା ଭଳି ସୂଚନା ଦେଇଛନ୍ତି । ଅତାଉଲ୍ଲା କହିଛନ୍ତି, ଭାରତ ୨୪-୩୬ ଘଣ୍ଟା ଭିତରେ ହମଲା କରିପାରେ ବୋଲି ପାକିସ୍ତାନ ପାଖରେ ବିଶ୍ବାସଯୋଗ୍ୟ ଗୁଇନ୍ଦା ତଥ୍ୟ ରହିଛି । ଏଥିସହ ଦୋମୁହାଁ ନୀତି କଥା ଦୋହରାଇଛନ୍ତି ପାକ୍ ମନ୍ତ୍ରୀ ।

ସେ କହିଛନ୍ତି, ପାକିସ୍ତାନ ନିଜେ ଆତଙ୍କବାଦ ଦ୍ବାରା ପୀଡ଼ିତ । ଏକ ଦାୟିତ୍ୱବାନ ରାଷ୍ଟ୍ର ଭାବରେ ପାକିସ୍ତାନ ପହଲଗାମ୍ ହମଲାର ନିରପେକ୍ଷ ତଦନ୍ତ ପାଇଁ ପାକିସ୍ତାନ ପ୍ରସ୍ତାବ ଦେଇଛି । ଗୋଟିଏ ପଟେ ଭୟରେ ଛାନିଆ ହେଉଥିବା ବେଳେ ଅନ୍ୟପଟେ ପାକିସ୍ତାନର ମୁହଁ ଫୁଟାଣି ଛାଡୁନି। ଅତାଉଲ୍ଲା କହିଛନ୍ତି, କୌଣସି ପ୍ରକାର ଆକ୍ରମଣ ହେଲେ ଉଚିତ ଜବାବ ଦିଆଯିବ ।

Advertisment

ଅଧିକ ପଢ଼ନ୍ତୁ: ରୁଷିଆ ଗସ୍ତ ବାତିଲ କଲେ ମୋଦି

Narendra Modi India Pakistan Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ