Advertisment

ଓଭରବ୍ରିଜ୍ ତଳେ ଫସିଲା ବିମାନ, ସେଲଫି ଉଠାଇଲେ ସ୍ଥାନୀୟ ଲୋକ

ସ୍କ୍ରାପ୍‌ ବିମାନଟି ଓଭର ବ୍ରିଜ୍‌ ତଳେ ଫସିବା ପରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଟ୍ରାଫିକ୍‌ ଜାମ୍‌ ଭଳି ସ୍ଥିତି ଉପୁଜିଥିଲା। ଏହାପରେ ପୋଲିସ୍‌ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ସ୍କ୍ରାପ୍‌ ବିମାନଟିକୁ ଓଭର ବ୍ରିଜ୍‌ ତଳୁ ବାହାର କରାଯାଇଥିଲା।

Airplane gets stuck under overbridge

Airplane gets stuck under overbridge

Advertisment

ବିହାର ମୋତିହାରରେ ଏକ ଓଭରବ୍ରିଜ୍‌ ତଳେ ଫସିଗଲା ବିମାନ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ। ସ୍କ୍ରାପ୍‌ରେ ପରିଣତ ହୋଇଥିବା ଏକ ଉଡାଜାହାଜକୁ ଏକ ଟ୍ରଲରରେ ମୁମ୍ବାଇରୁ ଆସମ ନିଆଯାଉଥିଲା। କିନ୍ତୁ ବିହାର ମୋତିହାର ନିକଟରେ ଏହି ବିମାନଟି ଏକ ଓଭରବ୍ରିଜ୍‌ରେ ଫସିଯାଇଥିଲା। ତେବେ ଏହାରି ମଧ୍ୟରେ ଅନେକ ଲୋକ ଫସିଥିବା ବିମାନ ସହ ସେଲଫି ଓ ଭିଡିଓ କରୁଥିବାର ନଜର ଆସିଥିଲା। ଯେଉଁ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା।

Advertisment

ସ୍କ୍ରାପ୍‌ ବିମାନଟି ଓଭର ବ୍ରିଜ୍‌ ତଳେ ଫସିବା ପରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଟ୍ରାଫିକ୍‌ ଜାମ୍‌ ଭଳି ସ୍ଥିତି ଉପୁଜିଥିଲା। ଏହାପରେ ପୋଲିସ୍‌ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ସ୍କ୍ରାପ୍‌ ବିମାନଟିକୁ ଓଭର ବ୍ରିଜ୍‌ ତଳୁ ବାହାର କରାଯାଇଥିଲା।

Advertisment

ତେବେ ଏହା ପୂର୍ବରୁ ଠିକ୍‌ ଏହି ଘଟଣା ଦେଖିବାକୁ ମିଳିଥିଲା ହାଇଦ୍ରାବାଦରେ। ୨୦୨୨ ନଭେମ୍ବରରେ ହାଇଦ୍ରାବାଦର ଜଣେ ହୋଟେଲ ମାଲିକ ଏକ ପୁରୁଣା ବିମାନ ନିଲାମୀ ସମୟରେ କିଣିଥିଲେ। ଏହି ବିମାନକୁ ଏକ ଟ୍ରଲରରେ କୋଚିରୁ ହାଇଦ୍ରାବାଦ ଆଣିବା ସମୟରେ ଏକ ଅଣ୍ଡରପାସ୍‌ରେ ଫସିଯାଇଥିଲା। ଯାହାର ଭିଡିଓ ସେତେବେଳେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍ ହୋଇଥିଲା।

Bihar India News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ