• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ପୁଣି ବଢ଼ିଲା ତୈଳ ଦର । ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଉପରେ ୮୦ ପଇସା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଅନୁସାରେ ଆଜି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କା ୬୧ ପଇସା ହୋଇଥିବାବେଳେ ଡିଜେଲ ଦର ୯୫ ଟଙ୍କା ୮୭ ପଇସା ହୋଇଛି ।

ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ଉପରେ ୮୪ ପଇସା ବଢ଼ି ୧୧୯.୬୭ ଟଙ୍କା ଓ ଡିଜେଲ ଉପରେ ୮୫ ପଇସା ବଢ଼ି ୧୦୩.୯୨ ଟଙ୍କା ହୋଇଛି ।

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୧୧୧.୬୪ ଟଙ୍କା ଓ ଡିଜେଲ ଲିଟର ପିଛା ୧୦୧.୩୯ ଟଙ୍କାରେ ବିକ୍ରି ହେଉଛି । ସେହିପରି ସମ୍ବଲପୁରରେ ପେଟ୍ରୋଲ ଲିଟର ୧୧୨.୩୨ ଟଙ୍କା ଓ ଡିଜେଲ୍ ଲିଟର ପିଛା ୧୦୨.୦୭ ଟଙ୍କାରେ ପହଞ୍ଚିଛି ।

ଅନ୍ୟପକ୍ଷେ, ଗତକାଲି ମଧ୍ୟ ପେଟ୍ରୋଲ ଡିଜେଲ୍ ଦରରେ ବୃଦ୍ଧି ପାଇଥିଲା । ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୪୦ ପଇସା ବଢ଼ିଥିବାବେଳେ ମୁମ୍ବାଇରେ ମଧ୍ୟ ତେଲ ଦରରେ ୮୪ ପଇସା ବୃଦ୍ଧି ପାଇ ୧୧୮ ଟଙ୍କା ହୋଇଥିଲା । ସେହିପରି ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ୧୧୦ ଟଙ୍କା ୯୬ ପଇସା, ଡିଜେଲ୍ ୧୦୦ ଟଙ୍କା ୬୫ ପଇସାରେ ପହଞ୍ଚିଥିଲା ।

କେମିତି ଜାଣିବେ ନୂଆ ତୈଳ ଦର

ଦେଶରେ ସବୁଦିନ ସକାଳ ୬ ଟାରେ ୩ ଟି ତେଲ କମ୍ପାନୀ ଯଥା HPCL, BPCL ଏବଂ IOC ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ଜାରି କରାଯାଏ । ୱେବସାଇଟ୍ ମାଧ୍ୟମରେ ଗ୍ରାହକମାନେ ନୂଆ ଦର ଜାଣିପାରିବେ । ଏହା ସହ ମୋବାଇଲ୍ ଫୋନରେ SMS ମାଧ୍ୟମରେ ମଧ୍ୟ ନୂଆ ଦର ଜାଣିପାରିହେବ । ଯାହା ପାଇଁ ଗ୍ରାହକମାନଙ୍କୁ 92249 92249 ନମ୍ୱର କୁ ଏକ SMS ପଠାଇବାକୁ ପଡିବ । ଫଳରେ ସେମାନେ ପେଟ୍ରୋଲ ଏବଂ ଡିଜେଲର ନୂଆ ମୂଲ୍ୟ ବିଷୟରେ ଜାଣିପାରିବେ । ଏହି SMS ରେ RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖି 92249 92249 କୁ ପଠାଇବାକୁ ପଡିବ ।