Advertisment

କେନ୍ଦ୍ରର ବଡ଼ ନିଷ୍ପତ୍ତି ! କମିବ ପେଟ୍ରୋଲ-ଡିଜେଲ ଦର

ରାଇଘରରେ ପେଟ୍ରୋଲ ୩.୪୧ ପଇସା, ଡିଜେଲ୍ ୩.୨୨ ପଇସା ହ୍ରାସ । ଝରିଗାଁରେ ପେଟ୍ରୋଲ ୩.୨୫ ପଇସା, ଡିଜେଲ୍ ୩.୦୮ ପଇସା ହ୍ରାସ ।

ଅଦ୍ୟତନ ହୋଇଛି
Petrol Price

Petrol Price

Advertisment

ଓଡ଼ିଶାର ୯ଟି ସ୍ଥାନରେ କମିବ ତେଲ ଦର। ଧନତେରାସରେ କେନ୍ଦ୍ର ପକ୍ଷରୁ ନିଆଯାଇଛି ଏଭଳି ବଡ଼ ନିଷ୍ପତ୍ତି। ତୈଳ ଡିପୋରୁ ଦୂରଦୂରାନ୍ତରେ ଥିବା ସ୍ଥାନ ଏହାର ଲାଭ ପାଇବେ। ଏନେଇ ସୋସିଆଲ ମିଡିଆ 'ଏକ୍ସ'ରେ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ, ଓଡ଼ିଶାର ୯ଟି ସ୍ଥାନରେ ପେଟ୍ରୋଲ ଓ ଡିଜେଲ୍ ଦର କମିବ।

Advertisment

ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାବାସୀଙ୍କୁ ଏହାର ଲାଭ ମିଳିବ। ଏପରିକି କେଉଁଠି କେତେ ଟଙ୍କା କମିବ, ସେନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।
କୁନନପାଲିରେ ପେଟ୍ରୋଲ ୪ ଟଙ୍କା ୬୯ ପଇସା, ଡିଜେଲ୍ ୪ ଟଙ୍କା ୪୫ ପଇସା ହ୍ରାସ ହୋଇଛି । ସେହିପରି କାଲିମେଳାରେ ପେଟ୍ରୋଲ ୪ ଟଙ୍କା ୫୫ ପଇସା, ଡିଜେଲ୍ ୪ ଟଙ୍କା ୩୨ ପଇସା କମିବ ।

ସେହିପରି ଗନ୍ଧିପାଲିରେ ପେଟ୍ରୋଲ ୪ ଟଙ୍କା ୧୯ ପଇସା, ଡିଜେଲ୍ ୩ ଟଙ୍କା ୯୭ ପଇସା, ନନ୍ଦପୁରରେ ପେଟ୍ରୋଲ ୩ ଟଙ୍କା ୭୧ ପଇସା, ଡିଜେଲ୍ ୩ ଟଙ୍କା ୫୨ ପଇସା, ମାଳିପୁଟରେ ପେଟ୍ରୋଲ ୩ ଟଙ୍କା ୬୬ ପଇସା, ଡିଜେଲ୍ ୩ ଟଙ୍କା ୪୭ ପଇସା, ରାମଗିରିରେ ପେଟ୍ରୋଲ ୩ ଟଙ୍କା ୬୦ ପଇସା, ଡିଜେଲ୍ ୩ ଟଙ୍କା ୪୦ ପଇସା କମିବ ।

Advertisment

ସେପଟେ ବଡ଼ସାଗରରେ ପେଟ୍ରୋଲ ୩ ଟଙ୍କା ୫୨ ପଇସା, ଡିଜେଲ୍ ୩ ଟଙ୍କା ୩୩ ପଇସା, ରାଇଘରରେ ପେଟ୍ରୋଲ ୩ ଟଙ୍କା ୪୧ ପଇସା, ଡିଜେଲ୍ ୩ ଟଙ୍କା ୨୨ ପଇସା ଏବଂ ଝରିଗାଁରେ ପେଟ୍ରୋଲ ୩ ଟଙ୍କା ୨୫ ପଇସା ଓ ଡିଜେଲ୍ ୩ ଟଙ୍କା ୮ ପଇସା ହ୍ରାସ ହୋଇଛି।

Petrol Price Diesel Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ