Advertisment

୨ୟ ଦିନ ପାଇଁ କମିଲା ପେଟ୍ରୋଲ, ଡିଜେଲ ଦର

ପେଟ୍ରୋଲ, ଡିଜେଲ ଦର ଆକାଶଛୁଆଁ ହୋଇଥିବାବେଳେ ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଆଜି ଅର୍ଥାତ୍‌ ଅଗଷ୍ଟ ୧୯ ତାରିଖରେ ୨ ଦିନ ପାଇଁ ପେଟ୍ରୋଲ, ଡିଜେଲ ଦର ତଳମୁହାଁ ହୋଇଛି।

୨ୟ ଦିନ ପାଇଁ କମିଲା ପେଟ୍ରୋଲ, ଡିଜେଲ ଦର

Petrol Diesel Prices Today hiked

Advertisment

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ ଦର ଆକାଶଛୁଆଁ ହୋଇଥିବାବେଳେ ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଆଜି ଅର୍ଥାତ୍‌ ଅଗଷ୍ଟ ୧୯ ତାରିଖରେ ୨ ଦିନ ପାଇଁ ପେଟ୍ରୋଲ, ଡିଜେଲ ଦର ତଳମୁହାଁ ହୋଇଛି। ଆଜି ଡିଜେଲ ଲିଟର ପିଛା ୨୦ ପଇସା ହ୍ରାସ ପାଇଛି। ତେବେ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ପ୍ରାୟ ୩୩ ଦିନ ଧରି ପେଟ୍ରୋଲ ଦର ସ୍ଥିର ରହିଛି। 

Advertisment

ଏହା ପୂର୍ବରୁ ଜୁଲାଇ ୧୭ ତାରିଖ ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଥିଲା।  ସେହିପରି ଡିଜେଲ ଶେଷଥର ପାଇଁ ଜୁଲାଇ ୧୫ ତାରିଖ ୧୫ ପଇସା ବୃଦ୍ଧି ହୋଇଥିଲା। ସେବେଠାରୁ ରିଟେଲ ଫୁଏଲ ଦାମ ସ୍ଥିର ରହିବା ପରେ ଏବେ ସାମାନ୍ୟ ହ୍ରାସ ପାଇଛି। 

Advertisment

 ଦର ହ୍ରାସ ପାଇବା ପରେ ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ ଦର ୧୦୧.୮୪ ଟଙ୍କା ଥିବାବେଳେ ଡିଜେଲ ଦର ୮୯.୪୭ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୧୦୭.୮୩ ଟଙ୍କା ଥିବାବେଳେ ଡିଜେଲ ଦର ରହିଛି ୯୭.୦୪ ଟଙ୍କା। ସେହିପରି ବେଙ୍ଗାଲୁରରେ ପେଟ୍ରୋଲ ଲିଟର ପିଛା ଦର ୧୦୫.୨୫ ଟଙ୍କା ଥିବାବେଳେ ଡିଜେଲ ରହିଛି ୯୪.୮୬ ଟଙ୍କା। କୋଲକାତାରେ ପେଟ୍ରୋଲ ୧୦୨.୦୮ ଟଙ୍କା ଏବଂ ଡିଜେଲ ୯୨.୫୭ ଟଙ୍କା ଥିବାବେଳେ ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ଦର ୯୯.୪୭ ଏବଂ ଡିଜେଲ ଦର ୯୪.୦୨ ଟଙ୍କା ରହିଛି। ଏଠି କହିରଖିବୁ, ଗତକାଲି ଅର୍ଥାତ ବୁଧବାର ଦିନ ମଧ୍ୟ ତୈଳ ଦର ହ୍ରାସ ହୋଇଥିଲା। ଗତକାଲି ଡିଜେଲ ଦର ୨୦ ପଇସା କମିଥିବାବେଳେ ଆଜି ମଧ୍ୟ ୨୦ ପଇସା କମିଛି

ସୂଚନାଥାଉ କି, ଦେଶରେ ପ୍ରତିଦିନ ପେଟ୍ରୋଲ-ଡିଜେଲର ନୂଆ ଦର ସକାଳ ୬ଟାରୁ ସମସ୍ତ ପେଟ୍ରୋଲ ପମ୍ପରେ ଲାଗୁ ହୋଇଥାଏ। ତେବେ ପ୍ରତ୍ୟେକ ରାଜ୍ୟର ଦର ଅଲଗା ଅଲଗା ରହିଥାଏ। 

Advertisment
Petrol Prices Petrol Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ