Advertisment

ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି: ଆଜିଠୁ ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ

ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ପେଟ୍ରୋଲ ଓ ଡିଜେଲରୁ ଏକ୍ସାଇଜ୍ ଡ୍ୟୁଟି କମିଛି।

ଅଦ୍ୟତନ ହୋଇଛି
 Petrol Diesel Prices Today

Petrol Diesel Prices Today

Advertisment

ଦୀର୍ଘ ଦିନ ପରେ ତୈଳ ଦରରୁ ଆଶ୍ୱସ୍ତି ପାଇଛନ୍ତି ଗ୍ରାହକ। ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ପେଟ୍ରୋଲ ଓ ଡିଜେଲରୁ ଏକ୍ସାଇଜ୍ ଡ୍ୟୁଟି କମିଛି। ପେଟ୍ରୋଲ ଉପରୁ ଲିଟର ପିଛା ୮ ଟଙ୍କା କମିଥିବା ବେଳେ, ଡିଜେଲ ଉପରୁ ଲିଟର ପିଛା ୬ ଟଙ୍କା କମିଛି। ଆଜି ସକାଳ ୬ଟାରୁ ନୂଆ ଦର ଲାଗୁ ହୋଇଛି।

Advertisment

ନୂଆ ଦର ଲାଗୁ ପରେ ପେଟ୍ରୋଲ ଲିଟର ପିଛା ୯ଟଙ୍କା ୫୦ ପଇସା ଶସ୍ତା ହୋଇଛି। ଏହାସହ ଡିଜେଲ ଲିଟର ପିଛା ୭ ଟଙ୍କା ଶସ୍ତା ହୋଇଛି। ସେହିପରି ଉଜ୍ଜ୍ୱଳା ଯୋଜନାରେ LPG ସିଲିଣ୍ଡରରେ ୨୦୦ ଟଙ୍କା ସବ୍‌ସିଡି ପାଇଁ ନିଷ୍ପତ୍ତି ହୋଇଛି। ଫଳରେ ବର୍ଷକୁ ୧୨ଟି ସିଲିଣ୍ଡର ଉପରେ ସବ୍‌ସିଡି ମିଳିବ। ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।

ତୈଳ ଦର କମିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରିବା ସହ କହିଛନ୍ତି, ଦେଶର ଜନତାଙ୍କ ସ୍ୱାର୍ଥ ଆମ ପାଇଁ ପ୍ରାଥମିକତା। ତୈଳ ଦର ହ୍ରାସ ନେଇ ନିଷ୍ପତ୍ତି ଫଳରେ ବିଭିନ୍ନ କ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଏହାସହ ଜନତାଙ୍କ ପାଇଁ ଇଜ୍ ଅଫ୍ ଲିଭିଂ ହେବ ବୋଲି ମୋଦି ଟ୍ୱିଟ୍‌ କରି କହିଛନ୍ତି। 

Advertisment
Diesel Prices Petrol Prices Petrol Diesel Prices Petrol Diesel Prices Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ