Advertisment

ନୂଆ ପେଟ୍ରୋଲିୟମ ମନ୍ତ୍ରୀ ଆସିବା ପରେ ପରେ ବଢିଲା ତୈଳ ଦର

ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ପଦବୀ ଛାଡ଼ିବା ପରେ ଦାୟିତ୍ୱ ସମ୍ଭାଳିଛନ୍ତି ହରଦୀପ ସିଂହ ପୁରୀ। ନୂଆ ପେଟ୍ରୋଲିୟମ ମନ୍ତ୍ରୀ ଆସୁ ଆସୁ ପୁଣି ବଢିଲା ତୈଳ ଦର।

ନୂଆ ପେଟ୍ରୋଲିୟମ ମନ୍ତ୍ରୀ ଆସିବା ପରେ ପରେ ବଢିଲା ତୈଳ ଦର

petrol diesel rate

Advertisment

ନୂଆଦିଲ୍ଲୀ: ଦେଶରେ ୨ୟ ଦିନରେ ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର। ଗତକାଲି ପେଟ୍ରୋଲିୟମ ମନ୍ତ୍ରୀ ବଦଳି ଯାଇଛନ୍ତି।  ନୂଆ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପୁଣି ତୈଳ ଦର ବଢିଛି। ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଏହି ମନ୍ତ୍ରାଳୟ ଦାୟିତ୍ୱରେ ଥିବାବେଳେ ଏବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଦିଆଯାଇଛି ଦାୟିତ୍ୱ। 

Advertisment

ଆଜି ଗୁରୁବାର ଜୁଲାଇ ୮ ତାରିଖ ତୈଳ କମ୍ପାନୀ ପେଟ୍ରୋଲ, ଡିଜେଲ ଦର ପୁଣି ବଢାଇ ଦେଇଛନ୍ତି। ଆଜି ପେଟ୍ରୋଲ ଦର ୩୫ ପଇସା ବଢିଥିବାବେଳେ ଡିଜେଲ ଦର ଲିଟର ପିଛା  ୯ ପଇସା ବଢିଛି।  ସୂଚନାଥାଉ କି, ମେ’ ୪ ତାରିଖ ପରେ ବର୍ତ୍ତମାନ ସୁଦ୍ଧା ଅର୍ଥାତ ୩୮ ଦିନ ପେଟ୍ରୋଲ ଦର ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ପେଟ୍ରୋଲ ୧୦.୨୪ ପଇସା ମହଙ୍ଗା ହୋଇଛି। ସେହିପରି ଡିଜେଲ ଦର ୩୬ ଦିନ ବଢିଛି ଏବଂ ଏହି ସମୟ ମଧ୍ୟରେ ଲିଟର ପିଛା ଦର ୮.୮୩ ପଇସା ମହଙ୍ଗା ହୋଇଛି। 

Advertisment

ତୈଳ ଦର ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୦୦.୫୬ ଟଙ୍କା ହୋଇଥିବାବେଳେ ଡିଜେଲ ଲିଟର ପିଛା ଦର ୮୯.୬୨ ଟଙ୍କା ହୋଇଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପଛା ଦର ୧୦୬.୫୯ ଟଙ୍କା ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା ଦର ୯୭.୧୮ ଟଙ୍କା ହୋଇଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ଦର ୧୦୦.୬୨ ଟଙ୍କା ହୋଇଥିବାବେଳେ ଡିଜେଲ ରହିଛି ୯୨.୬୫ ଟଙ୍କା । 

ସେହିପରି ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ଦର ୧୦୧.୩୭ ଟଙ୍କା, ଡିଜେଲ ୯୪.୧୫ ଟଙ୍କା ରହିଛି। ପାଟନାରେ ପଟ୍ରୋଲ ଲିଟର ପିଛା ଦର ୧୦୨.୭୯ ଟଙ୍କା ରହିଥିବାବେଳେ ଡିଜେଲ ଦର ଲିଟର ପିଛା ୯୫.୧୪ ଟଙ୍କା ରହିଛି। 

Advertisment
India News Petrol Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ