Also Read
ସୋସିଆଲ୍ ମିଡ଼ିଆ Xରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଲେଖିଛନ୍ତି ଯେ, “ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୨ ଟଙ୍କା ହ୍ରାସ କରି ଦେଶର ସଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରମାଣ କରିଛନ୍ତି ଯେ ତାଙ୍କର ଲକ୍ଷ୍ୟ ସର୍ବଦା କୋଟି କୋଟି ଭାରତୀୟଙ୍କ ପରିବାରର କଲ୍ୟାଣ ଓ ସୁବିଧା ଉପରେ ନଜର ରହିଛି । ”
ଆହୁରି କହିଛନ୍ତି ଯେ , “କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦି ନଭେମ୍ବର ୨୦୨୧ ଏବଂ ମେ ୨୦୨୨ରେ ଦୁଇଥର ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଏକ୍ସାଇଜ୍ ହ୍ରାସ କରିଥିଲେ । ଏହା ପରେ ବିଜେପି ଶାସିତ ରାଜ୍ୟମାନଙ୍କରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ହୋଇଥିଲା । ଏହାର କାରଣ ହେଉଛି ଆଜି ମଧ୍ୟ ପେଟ୍ରୋଲ ମୂଲ୍ୟରେ ପ୍ରାୟ ୧୫ ଟଙ୍କା ଏବଂ ଡିଜେଲ ମୂଲ୍ୟରେ ପ୍ରାୟ ୧୧ ଟଙ୍କା ବିଜେପି ଶାସିତ ରାଜ୍ୟ ତଥା ଅନ୍ୟ ରାଜ୍ୟ ମଧ୍ୟରେ ପାର୍ଥକ୍ୟ ରହିଛି ।”