ପୁଣି କମିବ ପେଟ୍ରୋଲ ଓ ଡିଜେଲ ! ଜାଣନ୍ତୁ, କ’ଣ କହିଲେ ଏକ୍ସପର୍ଟ...

ବିମାନ ଇନ୍ଧନ(Aviation Turbine Fuel- ATF) ଦାମ୍‌ ଗତକାଲି ୨.୨% କମିଛି। ଅନ୍ୟପକ୍ଷେ, ଗତ କିଛିଦିନ ହେବ କ୍ରୁଡ୍‌ ଅଏଲ୍‌(ଅଶୌଧିତ ତୈଳ) ଦର ପାଖାପାଖି ୧୦୦ ଡଲାର ରହିଛି।

ପୁଣି କମିବ ପେଟ୍ରୋଲ ଓ ଡିଜେଲ !

ବିମାନ ଇନ୍ଧନ(Aviation Turbine Fuel- ATF) ଦାମ୍‌ ଗତକାଲି ୨.୨% କମିଛି। ଅନ୍ୟପକ୍ଷେ, ଗତ କିଛିଦିନ ହେବ କ୍ରୁଡ୍‌ ଅଏଲ୍‌(ଅଶୌଧିତ ତୈଳ) ଦର ପାଖାପାଖି ୧୦୦ ଡଲାର ରହିଛି। ଗତ ସପ୍ତାହରେ ଏହାର ଦାମ୍‌ ମଧ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା। ତେଣୁ ଏଭଳି ସ୍ଥିତିରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ନେଇ ଆଶଙ୍କା କରାଯାଉଛି। ଏକ୍ସପର୍ଟଙ୍କ କହିବା ଅନୁସାରେ, ଯଦି ଅଶୌଧିତ ତୈଳ ଦାମ୍‌ ୧୦୦ ଡଲାର ପାଖାପାଖି ରହିବ ତା’ହେଲେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବାର ସମ୍ଭାବନା ରହିଛି।

ଅଶୌଧିତ ତୈଳ ଦରରେ ହ୍ରାସ ମଧ୍ୟରେ ସରକାରୀ ତୈଳ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଓ ଡିଜେଲର ତାଜା ରେଟ୍‌ ଜାରି କରିଛନ୍ତି। ଆଜି  ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୬ ଟଙ୍କା ୭୨ ପଇସା ରହିଛି। ଏପ୍ରିଲ ୬ ପରେ ତୈଳ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ବୃଦ୍ଧି କରି ନାହାନ୍ତି। ହେଲେ ଏକ ସମୟରେ ଅଶୌଧିତ ତୈଳ ପ୍ରତି ବ୍ୟାରେଲ୍‌କୁ ୧୪୦ ଡଲାରରେ ପହଞ୍ଚିଥିଲା। ଏବେ ଅଶୌଧିତ ତୈଳ ୧୦୦ ଡଲାର ପାଖାପାଖି ଥିବାରୁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି।

୪ ମହାନଗରରେ ପେଟ୍ରୋଲ ଓ ଡିଜେଲ ଦାମ୍‌...

ଏହି ସହରରେ ନୂଆ ଦର ଜାରି...

ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲର ନୂଆ ଦର ଲାଗୁ ହୋଇଥାଏ। ସୂଚନାଥାଉ କି, ନିକଟରେ ଭାରତ ସରକାର ପେଟ୍ରୋଲ ଉପରୁ ଲିଟର ପିଛା ୯ ଟଙ୍କା ୫୦ ପଇସା କମାଇ ଥିବାବେଳେ, ଡିଜେଲ ଉପରୁ ଲିଟର ପିଛା ୭ ଟଙ୍କା କମାଇଥିଲେ। ଫଳରେ ପେଟ୍ରୋଲ ଓ ଡିଜେଲ ଦର ଶସ୍ତା ହୋଇଥିଲା।