Advertisment

ମୃତ ଘୋଷଣା କରିବା ପରେ ପୋଷ୍ଟମର୍ଟମ ରୁମ୍‌ରେ ଉଠି ପଡ଼ିଲା ଶବ

ଦୁର୍ଘଟଣାରେ ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଚେକ୍‌ଅପ୍‌ କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଜଣାପଡ଼ିଲା ସେ ଜୀବିତ।

author-image
Rajalaxmi Sahoo
dead man found alive

dead man found alive

ମୋରଦାବାଦ: ଯେଉଁ ରୋଗୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର, ପରେ ଜଣାପଡ଼ିଲା ସେ ଜୀବିତ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ, ଘଟଣା ଟି ସତ। ଉତ୍ତରପ୍ରଦେଶ ମୋରଦାବାଦରେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଜିଲ୍ଲା ହସ୍ପିଟାଲ୍‌ରେ ଜଣେ ଜୀବିତ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରି ଦେଇଥିଲେ। ଏନେଇ ଡାକ୍ତରଙ୍କ ଅବହେଳା ଜଣାପଡ଼ିବା ପରେ ହସ୍ପିଟାଲରେ ହଇଚଇ ସୃଷ୍ଟି ହୋଇଥିଲା। 

Advertisment

ସୂଚନା ଅନୁସାରେ, ମଝୋଲା ଥାନା ଅଞ୍ଚଳରେ ରହୁଥିବା ଶ୍ରୀକେଶ ନାମକ ଜଣେ ବ୍ୟକ୍ତି କିଛି କାର୍ଯ୍ୟ ପାଇଁ ବିଳମ୍ବିତ ରାତିରେ ଘରୁ ବାହାରି ଥିଲେ। ଏହି ସମୟରେ ରାସ୍ତା ପାର୍‌ ହେଉଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ମୋରଦାବାଦ ଜିଲ୍ଲା ହସ୍ପିଟାଲକୁ ରେଫର କରାଯାଇଥିଲା। 

ମୋରଦାବାଦ ଜିଲ୍ଲା ହସ୍ପିଟାଲରେ ଡାକ୍ତର ଶ୍ରୀକେଶଙ୍କୁ ଚେକ୍‌ଅପ୍‌ କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ହସ୍ପିଟାଲ୍‌ କର୍ମଚାରୀ ତାଙ୍କୁ ଶବ ବ୍ୟବଚ୍ଛେଦ ଗୃହରେ ରଖିଥିଲେ। ହେଲେ କିଛି ସମୟ ପରେ ହଠାତ୍‌ ଶ୍ରୀକେଶ ନିଶ୍ୱାସପ୍ରଶ୍ୱାସ ନେବା ଆରମ୍ଭ କରିଥିଲେ। ଏହାଦେଖି ପୁଣି ଥରେ ତାଙ୍କର ଚେକ୍‌ଅପ୍‌ କରାଯାଇଥିଲା ଓ ସେ ଜୀବିତ ଥିବା ଜଣାପଡ଼ିଥିଲା। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ଦୁର୍ଘଟଣାରେ ଆହତ ଶ୍ରୀକେଶଙ୍କୁ ଏର୍ମଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ତେବେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷେ, ଶ୍ରୀକେଶଙ୍କ ପରିବାର ଲୋକ ହସ୍ପିଟାଲ୍‌ର ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ଚିକିତ୍ସା ଅବହେଳା ଅଭିଯୋଗ ଆଣିଛନ୍ତି। 

Dead Man Alive Moradabad District Hospital
Advertisment
Advertisment