‘ପିଓକେ ଭାରତର ଅଂଶ’
ଶତ୍ରୁ ଯେତେ ଶକ୍ତିଶାଳୀ କବଚ ପିନ୍ଧିଥିଲେ ବି ତାକୁ ଭେଦ କରିବାର ତାକତ ରଖିଛି ଭାରତ । ଅପରେସନ ସିନ୍ଦୂର ମାଧ୍ୟମରେ ଭାରତର ଶକ୍ତି ଦେଖିଲା ବିଶ୍ବ । ଭାରତ ଚାହିଁଥିଲେ ପାକିସ୍ତାନରେ ଆହୁରି ଧ୍ବଂସଲୀଳା ରଚିପାରିଥାନ୍ତା । କିନ୍ତୁ ଭାରତ ଶାନ୍ତି ପାଇଁ ସଂଯମତା ରକ୍ଷା କଲା। ଶକ୍ତି ଓ ସଂଯମତାର ମହାନ ଉଦାହରଣ ଉପସ୍ଥାପନ କଲା ଭାରତ । CII ଆନୁଆଲ ବିଜନେସ୍ ସମିଟିରେ ଯୋଗଦେଇ ପାକିସ୍ତାନକୁ ଏଭଳି କଡ଼ା ଚେତାବନୀ ଦେବା ସହ ଭାରତର ସୌର୍ଯ୍ୟ ବଖାଣିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
ଅଧିକ ପଢ଼ନ୍ତୁ: ଭାରତର ଗୁପ୍ତ ତଥ୍ୟ ଚୋରି କରୁଛି ଚୀନ CCTV ! ମୁକାବିଲା ପାଇଁ ଭାରତ ନେଲା କଠୋର ପଦକ୍ଷେପ
ରାଜନାଥ କହିଛନ୍ତି, ଭାରତ ଖାଲି ଫ୍ଲାଇଟ୍ କି ମିସାଇଲ ପ୍ରସ୍ତୁତ କରୁନି । ନ୍ୟୁ ଏଜ୍ ୱାର୍ ଟେକ୍ନୋଲୋଜି ପାଇଁ ବି ଆମେ ପ୍ରସ୍ତୁତ । ୧୦ ବର୍ଷ ପୂର୍ବେ ଭାରତର ପ୍ରତିରକ୍ଷା ରପ୍ତାନୀ ହଜାରେ କୋଟିରୁ କମ୍ ରହିଥିଲା । ଯାହା ଏବେ ୨୩ ହଜାର ୫୦୦ କୋଟିକୁ ବୃଦ୍ଧି ପାଇଛି । ମେକ୍-ଇନ୍-ଇଣ୍ଡିଆ ଭାରତର ସୁରକ୍ଷା ଏବଂ ସମୃଦ୍ଧି ପାଇଁ ବରଦାନ ସାଜିଛି । ସେହିପରି ପିଓକେ ପ୍ରସଙ୍ଗରେ ରାଜନାଥ କହିଛନ୍ତି, ପିଓକେର ଲୋକମାନେ ଭାରତୀୟ ପରିବାରର ଅଂଶ । ସେହି ଦିନ ଆଉ ଦୂର ନୁହେଁ ଯେତେବେଳେ ସେମାନେ ସ୍ବେଚ୍ଛାକୃତ ଭାବେ ଆସି ଭାରତରେ ସାମିଲ ହେବେ ।
ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ୍ ଅମରପ୍ରୀତ ସିଂହ କହିଛନ୍ତି, ଆମେ ଯେକୌଣସି ପ୍ରକାରରେ ଅପରେସନ କରିବାକୁ ସକ୍ଷମ । ଅପରେସନ ସିନ୍ଦୂର ଆମ ପରାକାଷ୍ଠାର ପ୍ରମାଣ ଦେଇସାରିଛି । ଭବିଷ୍ୟତରେ ଆମର କ’ଣ ଆବଶ୍ୟକ ତାହାର ଧାରଣା ଦେଇଛି ଅପରେସନ ସିନ୍ଦୂର । ତେଣୁ ଆମର ନିଜସ୍ୱ ଚିନ୍ତାଧାରା ପ୍ରକ୍ରିୟାକୁ ବିକଶିତ କରିବାର ଆବଶ୍ୟକତା ରହିଛି । ଭବିଷ୍ୟତରେ ଆମେ ଏକ ରାଷ୍ଟ୍ର ଭାବରେ ଯୁଦ୍ଧାସ୍ତ୍ର ଯୋଗାଇ ପାରିବୁ । ଘରୋଇ ଶିଳ୍ପ ଏ କ୍ଷେତ୍ରରେ ପଥ ପ୍ରସ୍ତୁତ କରିବ । ଆତ୍ମନିର୍ଭର ଭାରତ ପାଇଁ ସେନା ଓ ଇଣ୍ଡଷ୍ଟ୍ରିକୁ ଏକାଠି କାମ କରିବାକୁ ପଡିବ । ଆମେ କେବଳ ଅସ୍ତ୍ରଶସ୍ତ୍ର ଉତ୍ପାଦନ ନୁହେଁ ବରଂ ଡିଜାଇନ୍ ଓ ଏହାକୁ ଅଧିକ କ୍ଷମତା ବିଶିଷ୍ଟ ବିକାଶ କରିବା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପଡ଼ିବ । ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତର ଶକ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748518797.jpg)