Advertisment

ପେଗାସସ୍ ଗୁଇନ୍ଦାଗିରିର ତଦନ୍ତ ପାଇଁ ବିଶେଷଜ୍ଞ କମିଟି ଗଠନ କରିବେ ସୁପ୍ରିମକୋର୍ଟଙ୍କ

ପେଗାସସ୍ ଗୁଇନ୍ଦାଗିରି ଅଭିଯୋଗର ତଦନ୍ତ କରାଯିବ। ଏଥପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ବୈଷୟିକ ବିଶେଷଜ୍ଞ କମିଟି ଗଠନ ହେବ । ଏ ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି. ରମନ୍ନା  ସୂଚନା ଦେଇଛନ୍ତି। ଏଥିସହ ଆସନ୍ତା ସପ୍ତାହରେ ମଧ୍ୟବର୍ତ୍ତକାଳୀନ ରାୟ ଦିଆଯିବ ବୋଲି ସୂଚନା ମିଳିଛି ।

undefined

Supreme Court

Advertisment

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ଅଭିଯୋଗର ତଦନ୍ତ କରାଯିବ। ଏଥପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ବୈଷୟିକ ବିଶେଷଜ୍ଞ କମିଟି ଗଠନ ହେବ । ଏ ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି. ରମନ୍ନା  ସୂଚନା ଦେଇଛନ୍ତି। ଏଥିସହ ଆସନ୍ତା ସପ୍ତାହରେ ମଧ୍ୟବର୍ତ୍ତକାଳୀନ ରାୟ ଦିଆଯିବ ବୋଲି ସୂଚନା ମିଳିଛି ।

Advertisment

ସିଜେଆଇ ଏକ ମାମଲାର ଶୁଣାଣି କରି କହିଛନ୍ତି, ଚଳିତ ସପ୍ତାହରେ  ଏ ନେଇ ଆଦେଶନାମା ଜାରି କରିବା ପାଇଁ ଚାହୁଁଥିଲେ। ଏ ନେଇ ବିଶେଷଜ୍ଞ ଟିମ୍‌ ଗଠନ କରାଯାଉଛି। କିଛି ସଦସ୍ୟ ବ୍ୟକ୍ତିଗତ କାରଣରୁ ଶାମିଲ ହେବାକୁ ମନା କରି ଦେଇଛନ୍ତି। ଏଥିପାଇଁ ବିଳମ୍ବ ହେଉଛି। ଜଷ୍ଟିସ ରମନ୍ନା କହିଛନ୍ତି, “ଆମେ ଆସନ୍ତା ସପ୍ତାହ ସୁଦ୍ଧା ତଦନ୍ତ ପାଇଁ ଗଠନ ହେବାକୁ ଥିବା ବୈଷୟିକ ବିଶେଷଜ୍ଞ କମିଟି ସଦସ୍ୟଙ୍କ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ। ଏହାପରେ ବିସ୍ତୃତ ରାୟ ପ୍ରକାଶ ପାଇବ।”

Advertisment

ସୂଚନାଥାଉ କି, ଇସ୍ରାଏଲ  ସପ୍ଟଓୟାର ପେଗାସସ୍ ଦ୍ୱାରା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ବିରୋଧୀ ଦଳ ନେତା, ବ୍ୟବସାୟୀ ଓ ସାମ୍ବାଦିକମାନଙ୍କ ଉପରେ ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗ ହୋଇଥିଲା। । ଏନେଇ ସୁପ୍ରିମକୋର୍ଟରେ ଅନେକ ଆବେଦନ ହୋଇଛି।  ମାମଲାର ଶୁଣାଣି କରି ଆସନ୍ତା ସପ୍ତାହରେ ମଧ୍ୟବର୍ତ୍ତୀକାଳୀନ ରାୟ ଦିଆଯିବ ବୋଲି ସୂଚନା ମିଳିଛି।

Supreme Court Pegasus Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ