Advertisment

କାହିଁକି Paytm ଉପରେ କାର୍ଯ୍ୟାନୁଷ୍ଠାନ ନେଲା RBI, ସାମ୍ନାକୁ ଆସିଲା କାରଣ....

ପେଟିଏମ୍‌ ପେମେଣ୍ଟ୍ସ ବ୍ୟାଙ୍କ୍‌ ଉପରେ ବ୍ୟାନ୍‌ ଲଗାଇବାର ମୁଖ୍ୟ କାରଣ ହେଉଛି ସଠିକ୍‌ ପରିଚୟ ବିନା ସୃଷ୍ଟି ହୋଇଥିବା କୋଟି କୋଟି ଆକାଉଣ୍ଟ ।

Paytm Payments Bank

Paytm Payments Bank

Advertisment

ଜାନୁଆରୀ ୩୧ରେ ପେଟିଏମ୍‌ ପେମେଣ୍ଟ୍ସ୍‌ ବ୍ୟାଙ୍କ୍‌ ଉପରେ ପ୍ରତିବନ୍ଧକ ଲଗାଇଛି RBI। ଫାସ୍‌ଟ୍ୟାଗ୍‌, ୱାଲେଟ୍‌ ଏବଂ Paytm ବ୍ୟାଙ୍କ୍‌ ଆକାଉଣ୍ଟରେ ଟଙ୍କା ଜମା ଉପରେ ରୋକ୍‌ ଲଗାଇଛି ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ। ଆରବିଆଇ ପକ୍ଷରୁ କୁହାଯାଇଛି କି ଫେବ୍ରୁଆରୀ ୨୯ ପରେ ପେଟିଏମ୍‌ ବ୍ୟାଙ୍କିଂ ସର୍ଭିସ କାମ କରିବ ନାହିଁ। ନିୟମ ଉଲ୍ଲଂଘନ ହେତୁ RBI ଏହି ବ୍ୟାଙ୍କ୍‌ ଉପରେ ପ୍ରତିବନ୍ଧକ ଲଗାଇଛି। ତେବେ ଆପଣ ଜାଣିଛନ୍ତି କି ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ୍‌ କିପରି ଆସିଲା ଆରବିଆଇ ରାଡାରରେ ?

Advertisment

ପେଟିଏମ୍‌ ପେମେଣ୍ଟ୍ସ ବ୍ୟାଙ୍କ୍‌ ଉପରେ ବ୍ୟାନ୍‌ ଲଗାଇବାର ମୁଖ୍ୟ କାରଣ ହେଉଛି ସଠିକ୍‌ ପରିଚୟ ବିନା ସୃଷ୍ଟି ହୋଇଥିବା କୋଟି କୋଟି ଆକାଉଣ୍ଟ । ଏହି ଆକାଉଣ୍ଟ୍‌ ଗୁଡ଼ିକର KYC ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। କେବଳ ଏତିକି ନୁହେଁ, ସଠିକ୍‌ ପରିଚୟ ବିନା କୋଟି କୋଟି ଟଙ୍କାର କାରବାର ମଧ୍ୟ ହୋଇଥିଲା। ଯାହାଫଳରେ ମନି ଲଣ୍ଡରିଂ ଭୟ ମଧ୍ୟ ସୃଷ୍ଟି ହୋଇଥିଲା।

ମିଡିଆ ରିପୋର୍ଟସ୍‌ ଅନୁଯାୟୀ, RBI ପ୍ରତିବନ୍ଧକ ଲଗାଇବାର ସବୁଠୁ ବଡ଼ କାରଣ ହେଉଛି, ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ୍ ଅଧୀନରେ ଗୋଟିଏ ପ୍ୟାନ୍‌ କାର୍ଡ ୧୦୦୦ରୁ ଅଧିକ ୟୁଜର୍ସଙ୍କ ବ୍ୟାଙ୍କ ଆକାଉଣ୍ଟ ଜଡ଼ିତ। ଅର୍ଥାତ ଗୋଟିଏ ପ୍ୟାନ୍‌ କାର୍ଡରେ ୧୦୦୦ରୁ ଅଧିକ ବ୍ୟକ୍ତି ଏଥିରେ ଆକାଉଣ୍ଟ ଖୋଲିଥିଲେ। ଏହା ସହିତ RBI ଓ ଅଡିଟରଙ୍କ ଦ୍ୱାରା ହୋଇଥିବା ଅନୁସନ୍ଧାନାରେ ଜଣାପଡ଼ିଛି କି ପେଟିଏମ୍‌ ବ୍ୟାଙ୍କ୍‌ ନିୟମ ଅନୁପାଳନ କରୁନାହିଁ।

Advertisment

ସୂଚନା ଅନୁସାରେ Paytm ପେମେଣ୍ଟ ବ୍ୟାଙ୍କ ପାଖରେ ପ୍ରାୟ ୩୫ କୋଟି ଇ-ଓ୍ୱଲେଟ୍‌ ରହିଛି। ଏଥିରୁ ପ୍ରାୟ ୩୧ କୋଟି ଆକ୍ଟିଭ୍‌ ନାହିଁ। ସେହିପରି ୪ କୋଟି ଆକାଉଣ୍ଟରେ ଟଙ୍କା ନାହିଁ କିମ୍ବା କମ୍‌ ଟଙ୍କାରେ ଚାଲୁଛି। ଏହାର ଅର୍ଥ ସେଠାରେ ବହୁ ସଂଖ୍ୟକ ନିଷ୍କ୍ରିୟ ଖାତା ଅଛି। ସେହିପରି ଲକ୍ଷ ଲକ୍ଷ ଆକାଉଣ୍ଟରେ KYC ଅପଡେଟ୍ ହୋଇନାହିଁ।

India News RBI Paytm Paytm Payments Bank
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ