Advertisment

ଖରାପମାନର ସୁନ ପାମ୍ପୁଡି ବିକି ଅଡୁଆରେ ପତଞ୍ଜଳି; ବନ୍ଧା ହେଲେ କର୍ମଚାରୀ

୨୦୧୯ ଅକ୍ଟୋବର ୧୭ରେ ଖାଦ୍ୟ ସୁରକ୍ଷା ଇନ୍ସପେକ୍ଟର ପିଥୋରାଗଡର ବେରିନାଗର ମୁଖ୍ୟ ବଜାରରେ ଥିବା ଲୀଲାଧର ପାଠକଙ୍କ ଦୋକାନ ଯାଞ୍ଚ କରିଥିଲେ। ସେଠାରେ ବିକ୍ରି ହେଉଥିବା ପତଞ୍ଜଳି ନାବରତ୍ନ ଇଲାଇଚି ସୁନ ପାମ୍ପୁଡି ନିମ୍ନମାନର ବୋଲି ଅଭିଯୋଗ ହେବା ପରେ ଚଢାଉ କରାଯାଇଥିଲା।

ଅଦ୍ୟତନ ହୋଇଛି
Patanjali

Patanjali

Advertisment

ସରୁନି ପତଞ୍ଜଳି ଅଡୁଆ। ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ଯୋଗ ଗୁରୁବାବା ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣ ଛନ୍ଦି ହୋଇ ଶେଷରେ କ୍ଷମା ପ୍ରାର୍ଥନା କଲେ। ଏହାର ଦିନ କେଇଟା ପରେ ପୁଣି ପତଞ୍ଜଳି ଆୟୁର୍ବେଦ ପ୍ରାଇଭେଟ ଲିମିଟେଡର ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ସମେତ ୩ଜଣଙ୍କୁ ୬ମାସରେ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ପିଥୋରାଗଡ଼ କୋର୍ଟ। ଖରାପ ସୁନ ପାମ୍ପୁଡି ବିକ୍ରି ଅଭିଯୋଗରେ ଏହି ଦଣ୍ଡାଦେଣ ଶୁଣାଇଛନ୍ତି ମୁଖ୍ୟ ବିଚାରପତି।

Advertisment

ସୂଚନା ଅନୁସାରେ, ୨୦୧୯ ଅକ୍ଟୋବର ୧୭ରେ ଖାଦ୍ୟ ସୁରକ୍ଷା ଇନ୍ସପେକ୍ଟର ପିଥୋରାଗଡର ବେରିନାଗର ମୁଖ୍ୟ ବଜାରରେ ଥିବା ଲୀଲାଧର ପାଠକଙ୍କ ଦୋକାନ ଯାଞ୍ଚ କରିଥିଲେ। ସେଠାରେ ବିକ୍ରି ହେଉଥିବା ପତଞ୍ଜଳି ନାବରତ୍ନ ଇଲାଇଚି ସୁନ ପାମ୍ପୁଡି ନିମ୍ନମାନର ବୋଲି ଅଭିଯୋଗ ହେବା ପରେ ଚଢାଉ କରାଯାଇଥିଲା। ଏସବୁକୁ ଜବତ କରିବା ସହ ମାନ ପରୀକ୍ଷଣ ପାଇଁ ଲ୍ୟାବକୁ ପଠାଇଥିଲେ ଖାଦ୍ୟ ସୁରକ୍ଷା ଇନ୍ସପେକ୍ଟର।

ଏହାପରେ ରାମନଗରରେ ଥିବା କାହ୍ନାଜୀ ଡିଷ୍ଟ୍ରିବ୍ୟୁଟର ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍, ହରିଦ୍ୱାରକୁ ନୋଟିସ୍ ଜାରି କରାଯାଇଥିଲା। ୨୦୧୯ ମେ’ ୧୮ରେ ଉଦାମ ସିଂ ନଗର ରୁଦ୍ରପୁରର ରାଜ୍ୟ ଖାଦ୍ୟ ଏବଂ ଡ୍ରଗ୍ ପରୀକ୍ଷା ଲାବୋରେଟୋରୀରେ ଏହାର ଫୋରେନସିକ୍ ଟେଷ୍ଟ କରାଯାଇଥିଲା।

Advertisment

ଡିସେମ୍ବର ୨୦୨୦ରେ, ରାଜ୍ୟ ଖାଦ୍ୟ ନିରାପତ୍ତା ବିଭାଗ ଲାବୋରେଟୋରୀ ଏକ ରିପୋର୍ଟ ମିଳିଥିଲା ​​ଯେଉଁଥିରେ ଏହା ଖରାପ ମାନର ବୋଲି ଦର୍ଶାଯାଇଥିଲା। ଏହାପରେ ବ୍ୟବସାୟୀ ଲୀଲାଧର ପାଠକ, ବିତରକ ଅଜୟ ଯୋଶୀ ଏବଂ ପତଞ୍ଜଳି ଆୟୁର୍ବେଦ ପ୍ରାଇଭେଟ ଲିମିଟେଡର ଆସିଷ୍ଟାଣ୍ଟ ମ୍ୟାନେଜର ଅଭିଷେକ କୁମାରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ଏହି ମାମଲାର ଶୁଣାଣି ପରେ କୋର୍ଟ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ, ୨୦୦୬ର ଧାରା ୫୯ଅନୁଯାୟୀ ୩ଜଣଙ୍କୁ ୬ମାସ ଜେଲ୍‌ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ଲୀଲାଧର ପାଠକଙ୍କୁ ୫ହଜାର, ଅଜୟ ଯୋଶୀଙ୍କୁ ୧୦ହଜାର ଓ ଅଭିଷେକ କୁମାରଙ୍କୁ ୨୫ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି ଯେ “କୋର୍ଟରେ ଉପସ୍ଥାପିତ ପ୍ରମାଣ ଦ୍ରବ୍ୟର ମାନକ ଗୁଣକୁ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଏଗୁଡିକ ନିମ୍ନମାନର“।

Advertisment
Patanjali Ayurved Quality
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ