Advertisment

ଭାରତ ଫେରିଲେ ଇସ୍ରାଏଲ୍ ଜାହାଜରେ ବନ୍ଦୀ ଥିବା ମହିଳା, ବାକି ୧୬ଜଣଙ୍କୁ ଆଣିବାକୁ ପ୍ରୟାସ

ବନ୍ଦୀ ଥିବା ଅବଶିଷ୍ଟ ୧୬ ଜଣଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାର ଇରାନ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି।

ଅଦ୍ୟତନ ହୋଇଛି
indian crew returns home

indian crew returns home

Advertisment

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ିବାରେ ଲାଗିଛି ତିକ୍ତତା । ଏହାରି ମଧ୍ୟରେ ଇସ୍ରାଏଲର ଏକ ଜାହାଜରେ (କଣ୍ଟେନର ସିପ୍‌) ବନ୍ଦୀ କରି ରଖିଥିବା ୧୭ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ମହିଳା ସଦସ୍ୟ ଆଜି ଭାରତ ଫେରିଛନ୍ତି । ଏନେଇ ଜି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମାଲବାହୀ ଜାହାଜ MSC ଏରୀଜ୍‌ରେ ଥିବା କେରଳର ବାସିନ୍ଦା କ୍ୟାଡେଟ୍ ଏନ୍ ଟେସା ଜୋସେଫ୍ ଆଜି କୋଚିନ୍‌ରେ ପହଞ୍ଚିଛନ୍ତି।

Advertisment

ରିପୋର୍ଟ ଅନୁସାରେ, ବନ୍ଦୀ ଥିବା ଅବଶିଷ୍ଟ ୧୬ ଜଣଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାର ଇରାନ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଇରାନର ବୈଦେଶିକ ମନ୍ତ୍ରୀଙ୍କ ସହ ବନ୍ଦୀ ଥିବା ଭାରତୀୟଙ୍କୁ ଶୀଘ୍ର ମୁକ୍ତ କରିବା ନେଇ ନିରନ୍ତର ଆଲୋଚନା କରୁଛନ୍ତି ।

Advertisment

ସୂଚନା ଅନୁସାରେ ଇସ୍ରାଏଲ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଇରାନ ଶନିବାର ୟୁଏଇର ଉପକୂଳବର୍ତ୍ତୀ ଅଞ୍ଚଳରୁ ଏକ ଇସ୍ରାଏଲ ଜାହାଜକୁ ଅଟକାଇଥିଲା । ଏହା ଏକ କଣ୍ଟେନର ଜାହାଜ ଥିଲା, ଯେଉଁଥିରେ ୨୫ ଜଣ କ୍ରୁ’ ମେମ୍ବର ଥିଲେ। ସେମାନଙ୍କ ମଧ୍ୟରୁ ୧୭ ଜଣ କ୍ରୁ’ ସଦସ୍ୟ ହେଉଛନ୍ତି ଭାରତୀୟ । ଏହି ଜାହାଜରେ ଥିବା ସମସ୍ତ କ୍ରୁ’ ସଦସ୍ୟଙ୍କୁ ଇରାନ ବନ୍ଧକ ରଖିଥିଲା । ଇରାନ ସେନା ହେଲିକପ୍ଟର ଯୋଗେ ଜାହାଜରେ ପହଞ୍ଚି ସମସ୍ତ କ୍ରୁ’ ସଦସ୍ୟଙ୍କୁ ବନ୍ଧକ କରିଥିଲେ । ଏକ ଇଟାଲୀ ସ୍ୱିସ୍ କମ୍ପାନୀ ଏହି କଣ୍ଟେନର ଜାହାଜର ମାଲିକ । ଏହି ଜାହାଜରେ ପର୍ତ୍ତୁଗାଲର ପତାକା ଲାଗିଥିଲା ।

Prafulla Ghadei Israel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ