Advertisment

ବିରୋଧୀଙ୍କ ହୋ-ହଲ୍ଲା ମଧ୍ୟରେ ସଂସଦରେ ପାରିତ ହେଲା DPDP 2023

ଏହା ପରେ ବିରୋଧୀ ସାଂସଦମାନେ ଏହି ବିଲକୁ ବିରୋଧ କରି ଏହାକୁ ସଂସଦୀୟ କମିଟି ନିକଟକୁ ପଠାଇବାକୁ ଦାବି କରିଥିଲେ।

ଅଦ୍ୟତନ ହୋଇଛି
Data Protection Bill

Data Protection Bill

Advertisment

ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ୍‌ (DPDP) ବିଲ୍, ୨୦୨୩କୁ ସୋମବାର ଲୋକସଭାରେ ଅନୁମୋଦନ ମିଳିସାରିଛି । ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ଲୋକସଭାରେ ନୂଆ ଡିଜିଟାଲ ଡାଟା ପ୍ରୋଟେକ୍ସନ ବିଲ୍ ୨୦୨୩ କୁ ଅନୁମୋଦନ ମିଳିଛି । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଗଷ୍ଟ ୩ ତାରିଖ ଗୁରୁବାର ଦିନ ଲୋକସଭାରେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ୍‌ (DPDP) ବିଲ୍ ୨୦୨୩ ଉପସ୍ଥାପନ କରିଥିଲେ। ଏହା ପରେ ବିରୋଧୀ ସାଂସଦମାନେ ଏହି ବିଲକୁ ବିରୋଧ କରି ଏହାକୁ ସଂସଦୀୟ କମିଟି ନିକଟକୁ ପଠାଇବାକୁ ଦାବି କରିଥିଲେ।

Advertisment

ଗତ ସପ୍ତାହରେ ବିଲ୍ ଉପସ୍ଥାପିତ ହୋଇଥିଲା

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଗଷ୍ଟ ୩ରେ ଲୋକସଭାରେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ୍‌ (DPDP) ବିଲ୍ ୨୦୨୩ ଉପସ୍ଥାପନ କରିଥିଲେ । ବିରୋଧୀ ସାଂସଦମାନେ ଆରମ୍ଭରୁ ପ୍ରସ୍ତାବିତ ଆଇନ ପ୍ରଣୟନକୁ ବିରୋଧ କରି ହଙ୍ଗାମା କରିଥିଲେ ଏବଂ ଏହାକୁ ସଂସଦୀୟ କମିଟି ନିକଟକୁ ପଠାଇବାକୁ ଦାବି କରିଥିଲେ । ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ୍‌ (DPDP) ବିଲ୍ ୨୦୨୩ ଲାଗୁ ହେଲେ ସୋସିଆଲ ମିଡିଆ କମ୍ପାନୀଗୁଡିକର ମନମାନି ଉପରେ ଅଙ୍କୁଶ ଲଗାଯାଇପାରିବ । ଏନେଇ ସଂସଦରେ କହିଥିଲେ କେନ୍ଦ୍ରମନ୍ତ୍ରୀ ।

ନିୟମ ଭାଙ୍ଗିଲେ ମୋଟା ଜୋରିମାନା ଲାଗିବ

ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ୍‌ (DPDP) ବିଲ୍ ୨୦୨୩ ଅନୁଯାୟୀ, ଉପଭୋକ୍ତାମାନଙ୍କ ଡିଜିଟାଲ୍ ତଥ୍ୟର ଅପବ୍ୟବହାର କିମ୍ବା ସୁରକ୍ଷା କରିବାରେ ବିଫଳ ହେଲେ ସଂସ୍ଥାଗୁଡିକ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାର ବ୍ୟବସ୍ଥା ରହିଛି । ନିୟମ ଉଲ୍ଲଂଘନ କରୁଥିବା ସଂସ୍ଥାକୁ ସର୍ବାଧିକ ୨୫୦ କୋଟି ଟଙ୍କା ଏବଂ ସର୍ବନିମ୍ନ ୫୦ କୋଟି ଟଙ୍କା ଜରିମାନା କରାଯିବାର ସୁବିଧା ରହିଛି । ନୂତନ ବିଲ୍ ଅନୁଯାୟୀ ସଂସ୍ଥାମାନେ ୟୁଜର୍ସଙ୍କ ଅଧିକାର ଏବଂ ସେମାନଙ୍କ ତଥ୍ୟର ସୁରକ୍ଷା ଉପରେ ଅଧିକ ଗୁରୁତ୍ୱଦେବାକୁ ବାଧ୍ୟ ହେବେ ।

Advertisment
Parliament
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ