Advertisment

ମେଡିକାଲ୍‌ରେ ବନ୍ଧା ପଡ଼ିଛି ପୁଅର ମୃତଦେହ: ୫୦ ହଜାର ଟଙ୍କା ପାଇଁ କାନିପାତି ଭିକ୍ଷା ମାଗୁଛନ୍ତି ବୃଦ୍ଧ ବାପାମା’

ଟଙ୍କା ଦେଲେ ନାହିଁ ବୋଲି ଛାଡ଼ିଲେନି ମୃତଦେହ। ଯେତେ କାକୁତି ମିନତି ହୋଇଥିଲେ ବି କେହି ଶୁଣିନଥିଲେ। ଶେଷରେ ପୁଅର ମୃତଦେହ ଆଣି ଅନ୍ତ୍ୟେଷ୍ଟି କ୍ରିୟା କରିବା ଲାଗି ବୃଦ୍ଧ ବାପାମା’ଙ୍କୁ କାନିପାତି ଭିକ୍ଷା ମାଗିବାକୁ ପଡ଼ିଛି।

author-image
Rajalaxmi Sahoo
Parents Beg Money for Sons Dead Body

Parents Beg Money for Sons Dead Body

ମରିଗଲା ମାନବିକତା। ଟଙ୍କା ଦେଲେ ନାହିଁ ବୋଲି ଛାଡ଼ିଲେନି ମୃତଦେହ। ଯେତେ କାକୁତି ମିନତି ହୋଇଥିଲେ ବି କେହି ଶୁଣିନଥିଲେ। ଶେଷରେ ପୁଅର ମୃତଦେହ ଆଣି ଅନ୍ତ୍ୟେଷ୍ଟି କ୍ରିୟା କରିବା ଲାଗି ବୃଦ୍ଧ ବାପାମା’ଙ୍କୁ କାନିପାତି ଭିକ୍ଷା ମାଗିବାକୁ ପଡ଼ିଛି। ବାର ଦୁଆର ବୁଲି ଭିକ୍ଷା ମାଗି ଟଙ୍କା ଯୋଗାଡ଼ କରୁଛନ୍ତି ଗରିବ ବାପାମା’। ବିହାରର ସମସ୍ତିପୁର ଜିଲ୍ଲାରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। 

Advertisment

୫୦ ହଜାର ଟଙ୍କା ଦେଲେ ଯାଇ ପୁଅର ମୃତଦେହ ହସ୍ପିଟାଲ୍‌ରୁ ଆଣିପାରିବେ। ସେଥିପାଇଁ  ଦିନ ରାତି ଏକ କରି ଘରକୁ ଘର, ଗାଁକୁ ଗାଁ ବୁଲି ଭିକ୍ଷା ମାଗୁଛନ୍ତି ବାପାମା’। ସମସ୍ତିପୁରର ବୃଦ୍ଧି ଦମ୍ପତି ମହେଶ ଠାକୁର ଓ ତାଙ୍କ ସ୍ତ୍ରୀ ବୁଲି ବୁଲି ଭିକ୍ଷା ମାଗିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ପୁରା ଘଟଣା ସାମ୍ନାକୁ ଆସିଛି।

ସୂଚନାଥାଉ କି, କିଛିଦିନ ପୂର୍ବରୁ ମହେଶଙ୍କ ପୁଅ ନିଖୋଜ ହୋଇ ଯାଇଥିଲେ। ପରେ ପୋଲିସ ଖବର ଦେଲା ଯେ, ପୁଅର ମୃତ୍ୟୁ ହୋଇଛି ଓ ତାଙ୍କ ମୃତଦେହ ସମସ୍ତିପୁର ସଦର ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ରଖାଯାଇଛି। 

Advertisment

ଖବର ପାଇବା ପରେ ମହେଶ ପୁଅର ମୃତଦେହ ଆଣିବାକୁ ହସ୍ପିଟାଲ୍‌ ଯାଇଥିଲେ। ହେଲେ ୫୦ ହଜାର ଟଙ୍କା ନ ଦେଲେ ମୃତଦେହ ଦିଆଯିବ ନାହିଁ ବୋଲି କହି ହସ୍ପିଟାଲ କର୍ମଚାରୀ ଫେରାଇ ଦେଇଥିଲେ। ଯେତେ କାକୁତି ମିନତି ହୋଇଥିଲେ ବି କେହି ଶୁଣିନଥିଲେ। ଶେଷରେ ପୁଅର ମୃତଦେହ ଫେରି ପାଇବା ଲାଗି ଟଙ୍କା ଯୋଗାଡ଼ କରିବାକୁ ମହେଶ ଓ ସ୍ତ୍ରୀ ବାର ଦୁଆର ବୁଲି ଭିକ୍ଷା ମାଗୁଛନ୍ତି। ଅନ୍ୟପକ୍ଷେ, ଘଟଣା ଜଣାପଡ଼ିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  

Couple Begs
Advertisment
Advertisment