• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଯଦି ଆପଣଙ୍କୁ ଜ୍ୱର ହୋଇଛି ଆଉ ଆପଣ ପାରାସିଟାମୋଲ ମେଡିସିନ୍‌ ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାହିଁକି ନା ଦେଶର ଡ୍ରଗ୍‌ ରେଗୁଲେଟର ସେଣ୍ଟ୍ରାଲ୍ ଡ୍ରଗମାନକ ନିୟନ୍ତ୍ରଣ ସଂଗଠନ (CDSCO) ଦ୍ୱାରା ହୋଇଥିବା ଗୁଣାତ୍ମକ ପରୀକ୍ଷାରେ ବିଫଳ ହୋଇଛି ପାରାସିଟାମୋଲ୍‌ । ଏହି ଗୁଣାତ୍ମକ ପରୀକ୍ଷଣରେ ପାରାସିଟାମୋଲ ସମେତ ୫୩ଟି ଔଷଧ ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି।

କ୍ୟାଲସିୟମ ଏବଂ ଭିଟାମିନ୍ D3 ସପ୍ଲିମେଣ୍ଟସ୍, ଆଣ୍ଟି-ଡାଇବେଟିସ୍ ବଟିକା ଏବଂ ଉଚ୍ଚ ରକ୍ତଚାପ ଔଷଧ ସମେତ ୫୦ରୁ ଅଧିକ ମେଡିସିନ୍‌ ଭାରତର ଔଷଧ ନିୟନ୍ତ୍ରକ ଦ୍ୱାରା ହୋଇଥିବା ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି । ଏହାର ସଦ୍ୟତମ ଡ୍ରଗ୍ ଆଲର୍ଟ ତାଲିକାରେ, କେନ୍ଦ୍ରୀୟ ଡ୍ରଗ୍ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ୫୩ଟି ଔଷଧକୁ ‘ନଟ୍‌ ଅଫ୍ ଷ୍ଟାଣ୍ଡାର୍ଡ କ୍ୱାଲିଟି’ (NSQ) ଭାବରେ ଘୋଷଣା କରିଛି ।

ଭିଟାମିନ୍ ସି ଏବଂ D3 ଟାବଲେଟ୍ ସେଲକାଲ୍, ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ଭିଟାମିନ୍ ସି ସଫ୍ଟଜେଲ୍ସ, ଆଣ୍ଟିସିଡ୍ ପାନ୍-ଡି, ପାରାସିଟାମୋଲ୍ ଟାବଲେଟ୍ ଆଇପି ୫୦୦ mg, ଆଣ୍ଟି-ଡାଇବେଟିସ୍ ଔଷଧ ଗ୍ଲାଇମିପିରାଇଡ୍, ଉଚ୍ଚ ରକ୍ତଚାପ ଔଷଧ ଟେଲମିସାର୍ଟାନ୍ ଭଳି ମୋଟ୍‌ ୫୩ଟି ବହୁଳ ବ୍ୟବହାର ହେଉଥିବା ଔଷଧ ଗୁଣାତ୍ମକ ଯାଞ୍ଚରେ ବିଫଳ ହୋଇଛି ।

ଏହି ମେଡିସିନଗୁଡିକ ହେଟେରୋ ଡ୍ରଗ୍, ଆଲକେମ୍ ଲାବୋରଟୋରୀ, ହିନ୍ଦୁସ୍ଥାନ ଆଣ୍ଟିବାୟୋଟିକ୍ସ ଲିମିଟେଡ୍ (HAL), କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ସ ଏବଂ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍, ମେଗ୍ ଲାଇଫ ସାଇନ୍ସ, Pure & Cure ହେଲ୍ଥକେୟାର ଦ୍ୱାରା ପ୍ରସ୍ତୁତ କରାଯାଏ । ଷ୍ଟୋମାକ୍‌ ସଂକ୍ରମଣର ଚିକିତ୍ସା ପାଇଁ ଏକ ବହୁଳ ବ୍ୟବହୃତ ଔଷଧ, PSU ହିନ୍ଦୁସ୍ଥାନ ଆଣ୍ଟିବାୟୋଟିକ୍ ଲିମିଟେଡ୍ (HAL) ଦ୍ୱାରା ଉତ୍ପାଦିତ ମେଟ୍ରୋନିଡାଜୋଲ୍ ମଧ୍ୟ ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି ।

CSDSO ୫୩ଟି ଔଷଧର ଏକ ତାଲିକା ପ୍ରକାଶ କରିଛି ଯାହା ପରୀକ୍ଷାଣରେ ବିଫଳ ହୋଇଛି । ସେଥିମଧ୍ୟରୁ ୫ଟି ମେଡିସିନ୍‌ ନକଲି ଥିଲା । ଅର୍ଥାତ୍ ଔଷଧ ଉତ୍ପାଦନକାରୀ କମ୍ପାନୀଗୁଡିକ କହିଛନ୍ତି ଯେ ଏହା ସେମାନଙ୍କର ଔଷଧ ନୁହେଁ, ବରଂ ନକଲି ଔଷଧ ସେମାନଙ୍କ ନାମରେ ବଜାରରେ ବିକ୍ରି ହେଉଛି ।

ଚଳିତ ବର୍ଷ ଅଗଷ୍ଟରେ କେନ୍ଦ୍ର ସରକାର ୧୫୬ ଫିକ୍ସଡ ଡୋଜ୍ ମିଶ୍ରଣ (FDC) ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଜ୍ୱର ଏବଂ ଥଣ୍ଡା ବ୍ୟତୀତ ଏଗୁଡିକ ସାଧାରଣତଃ ପେନ୍‌ କିଲର, ମଲ୍ଟି ଭିଟାମିନ୍ ଏବଂ ଆଣ୍ଟିବାୟୋଟିକ୍ ଭାବରେ ବ୍ୟବହୃତ ହେଉଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now