Advertisment

ଏଥର କ୍ୟାବିନେଟରେ ଆସିପାରେ ‘ୱାନ ନେସନ୍ ୱାନ୍ ଇଲେକସନ୍’ ରିପୋର୍ଟ

ଆସନ୍ତା ସପ୍ତାହେ ଓ ଦୁଇ ସପ୍ତାହ ଭିତରେ କେନ୍ଦ୍ର କ୍ୟାବିନେଟକୁ ଏହି ରିପୋର୍ଟ ପ୍ରଦାନ କରିବାକୁ ଆଇନ ମନ୍ତ୍ରଣାଳୟ ଯୋଜନା କରିଛି। ଗତ ବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ସାରା ଦେଶରେ ଏକକାଳୀନ ନିର୍ବାଚନ ସମ୍ଭାବ୍ୟତା ଉପରେ ଆଲୋଚନା ପାଇଁ ୮ ଜଣିଆ କମିଟି ନିଯୁକ୍ତ କରିଥିଲେ।

undefined

One Nation One Election

Advertisment

କେନ୍ଦ୍ର କ୍ୟାବିନେଟରେ ଆସିପାରେ ୱାନ ନେସନ୍ ୱାନ୍ ଇଲେକସନ୍ ରିପୋର୍ଟ। NDA ସରକାରଙ୍କ ୧୦୦ ଦିନିଆ ଯୋଜନାର ଅଂଶ ଭାବରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏକ ଦେଶ, ଏକ ନିର୍ବାଚନ ଉପରେ ଉଚ୍ଚସ୍ତରୀୟ କମିଟିର ରିପୋର୍ଟ କେନ୍ଦ୍ର କ୍ୟାବିନେଟରେ ଉପସ୍ଥାପନ କରିବା ସମ୍ଭାବନା ରହିଛି। ରିପୋର୍ଟକୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଉପସ୍ଥାପନ କରିବ।

Advertisment

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ମାର୍ଚ୍ଚ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କରିଥିଲା। ଯେଉଁଥିରେ, ଲୋକସଭା ଓ ବିଧାନସଭା ନିର୍ବାଚନ ଏକକାଳୀନ କରିବା ଓ ୧୦୦ ଦିନ ମଧ୍ୟରେ ସ୍ଥାନୀୟ ନିର୍ବାଚନ କରିବାକୁ ସୁପାରିସ କରାଯାଇଥିଲା। ଏକକାଳୀନ ନିର୍ବାଚନ ସମ୍ବଳ ସଞ୍ଚୟ, ବିକାଶ ଓ ସାମାଜିକ ସଂହତିକୁ ପ୍ରୋତ୍ସାହିତ କରିବା, ଗଣତାନ୍ତ୍ରିକ ବ୍ୟବସ୍ଥାର ଭିତ୍ତିଭୂମିକୁ ଗଭୀର କରିବା ସହ ଭାରତର ଆକାଂକ୍ଷାକୁ ସାକାର କରିବାରେ ସହାୟକ ହେବ ବୋଲି ରିପୋର୍ଟରେ କୁହାଯାଇଥିଲା। 

ଆସନ୍ତା ସପ୍ତାହେ ଓ ଦୁଇ ସପ୍ତାହ ଭିତରେ କେନ୍ଦ୍ର କ୍ୟାବିନେଟକୁ ଏହି ରିପୋର୍ଟ ପ୍ରଦାନ କରିବାକୁ ଆଇନ ମନ୍ତ୍ରଣାଳୟ ଯୋଜନା କରିଛି। ଗତ ବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ସାରା ଦେଶରେ ଏକକାଳୀନ ନିର୍ବାଚନ ସମ୍ଭାବ୍ୟତା ଉପରେ ଆଲୋଚନା ପାଇଁ ୮ ଜଣିଆ କମିଟି ନିଯୁକ୍ତ କରିଥିଲେ।

Advertisment
One Nation-one Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ