Advertisment

Panchkula Tragedy: ଋଣ ବୋଝରୁ ଚରମ ନିଷ୍ପତ୍ତି; ଖତମ୍ ହୋଇଗଲା ହସଖୁସିର ଗୋଟିଏ ପରିବାର, ସାରା ଦେଶ ସ୍ତବ୍ଧ...

ଆମେ ସମସ୍ତେ ବିଷ ପିଇଦେଇଛୁ...ଆଉ ବଞ୍ଚିବାର ସମ୍ଭାବନା ନାହିଁ...୨୦ କୋଟି ଟଙ୍କାର ୠଣ ପାଇଁ ଆମେ ଚରମ ନିଷ୍ପତ୍ତି ନେଇଛୁ...୫ ମିନିଟ୍ ପରେ ମୋର ବି ଜୀବନ ଚାଲିଯିବ...

undefined

Panchkula Tragedy

Advertisment

ସାରା ଦେଶକୁ ଦୋହଲାଇ ଦେଉଛି ହରିୟାଣା ପଞ୍ଚକୁଲା କାଣ୍ଡ। ଯିଏ ଶୁଣୁଛନ୍ତି, ଲୋମ ଟାଙ୍କୁରି ଉଠୁଛି। କାରଣ, ଦିଲ୍ଲୀ ବୁରାରୀର ଗଣ ଆତ୍ମହତ୍ୟା ଭଳି ଗୋଟିଏ ପରିବାରର ସାତ ସାତ ଜଣଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି ରାସ୍ତା କଡ଼ର ଏକ ବନ୍ଦ କାର୍ ଭିତରେ। ମିଳିଥିବା ସୁଇସାଇଡ୍ ନୋଟ୍ ଏବଂ ଆସନ୍ନ ମୃତ୍ୟୁବେଳେ ପରିବାର ମୁଖିଆଙ୍କ ବୟାନ କହୁଛି, ୨୦ କୋଟିର ୠଣ ଭାର ପାଇଁ ବିଷ ପିଇ ସମସ୍ତେ ଜୀବନ ହାରିଛନ୍ତି। ବାସ୍ତବରେ ଆର୍ଥିକ ବୋଝରୁ ଆତ୍ମହତ୍ୟା, ନା ଆଉ କେଉଁ ରହସ୍ୟ ରହିଛି, ସେନେଇ ଖୋଳତାଡ଼ କରୁଛି ପଞ୍ଚକୁଲା ପୋଲିସ।

Advertisment

ଆମେ ସମସ୍ତେ ବିଷ ପିଇଦେଇଛୁ...ଆଉ ବଞ୍ଚିବାର ସମ୍ଭାବନା ନାହିଁ...୨୦ କୋଟି ଟଙ୍କାର ୠଣ ପାଇଁ ଆମେ ଚରମ ନିଷ୍ପତ୍ତି ନେଇଛୁ...୫ ମିନିଟ୍ ପରେ ମୋର ବି ଜୀବନ ଚାଲିଯିବ... ପ୍ରତ୍ୟକ୍ଷଦର୍ଶୀଙ୍କୁ ଏଭଳି କିଛି କହିବାର ୫ ମିନିଟ୍ ପରେ ଆଖି ବୁଜିଲେ ପରିବାରର ମୁଖିଆ...ଖତମ୍ ହୋଇଗଲା ହସଖୁସିର ଗୋଟିଏ ପରିବାର। ଚାଲିଗଲା ସାତ ସାତ ଜଣଙ୍କ ଜୀବନ।...ସାରା ଦେଶ ଆଜି ସ୍ତବ୍ଧ। ସ୍ଥାନ ହରିୟାଣା ପଞ୍ଚକୁଲା ସେକ୍ଟର-27। ସୋମବାର, ରାତି ପ୍ରାୟ ୧୦ଟା। ଏକ କାର୍‌ରେ ଯେଉଁଥିରେ ଯାଇଛି ୭ ଆରୋହୀଙ୍କ ଜୀବନ। ୧୨ ଓ ୧୩ ବର୍ଷର ୨ ନାବାଳିକା, ୧୪ ବର୍ଷିୟ ପୁଅ, ସେମାନଙ୍କ ବାପା-ମାଙ୍କ ସହ ଜେଜେବାପା, ଜେଜେ ମା’ଙ୍କ ମୃତ୍ୟୁର ମୂକସାକ୍ଷୀ ସାଜିଛି କାର୍। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ରାସ୍ତା କଡ଼ରେ ପାର୍କିଂ ହୋଇଥିବା କାରରେ ୬ ଜଣଙ୍କ ମୃତ୍ୟୁ ହୋଇସାରିଥିବାବେଳେ କାର୍ ବାହାରେ ବସିଥିଲେ ପରିବାର ମୁଖିଆ ପ୍ରବୀଣ ମିତ୍ତଲ। ସେ ବି କହିଥିଲେ ୫ ମିନିଟ୍ ଭିତରେ ମରିଯିବେ। ତେଣୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ ବି ଆମ୍ବୁଲାନ୍ସ ପହଞ୍ଚିବା ଆଗରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ଅଧିକ ପଢନ୍ତୁ : ପୁରୀରେ ୱାଟର ସ୍ପୋର୍ଟସ ଆକ୍ଟିଭିଟି ବେଳେ ଦୁର୍ଘଟଣା, ଅଳ୍ପକେ ରକ୍ଷା ପାଇଲେ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ

Advertisment

ମୃତ ପରିବାର ହେଉଛନ୍ତି ଉତ୍ତରାଖଣ୍ଡର। ମୃତ୍ୟୁ ପୂର୍ବରୁ ପରିବାର ମୁଖ୍ୟ ପ୍ରବୀଣ କହିଥିଲେ, ସମସ୍ତେ ପ୍ରବଚନ ଶୁଣି ବାଗେଶ୍ବର ଧାମରୁ ଫେରୁଥିଲେ। ଆଉ ଫେରିବା ବାଟରେ ବିଷ ପିଇ ଦେଇଥିଲେ। ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ବର୍ଷ ତଳେ ପ୍ରବୀଣଙ୍କ ହିମାଚଳପ୍ରଦେଶ ବଡ୍ଡିରେ ଏକ ସ୍କ୍ରାପ୍ ଫ୍ୟାକ୍ଟ୍ରି କରିଥିଲେ। କିନ୍ତୁ ଋଣ ଭାର ଯୋଗୁ ବ୍ୟାଙ୍କ ଫ୍ୟାକ୍ଟ୍ରିକୁ ଜବତ କରିଥିଲା। ଘଟଣା ପରେ ଡେରାଡୁନ ଯାଇ ୬ ବର୍ଷ ଧରି ପରିବାର ପାଖରେ ରହୁଥିଲେ ପ୍ରବୀଣ। ଏହା ଭିତରେ ୠଣ ପରିମାଣ ପହଞ୍ଚିଯାଇଥିଲା ପ୍ରାୟ ୨୦ କୋଟିରେ। ସେପଟେ ପଞ୍ଚକୁଲା ଆସି ପ୍ରବୀଣ ଟାକ୍ସି ଚଲାଉଥିଲେ। ହେଲେ ବ୍ୟାଙ୍କ, ଘର ଓ ଫାଇନାନସରେ ଆଣିଥିବା ଗାଡ଼ିକୁ ଜବତ କରିବା ପରେ ମାନସିକ ଚାପରେ ଥିଲେ ସମସ୍ତେ। ତେବେ ପୋଲିସ ସାଇଣ୍ଟିଫିକ୍ ଟିମ୍ ଦ୍ବାରା ମାମଲାର ତଦନ୍ତ କରୁଛି। ମିଳିଥିବା ଏକ ସୁଇସାଇଡ୍ ନୋଟରେ ୠଣଭାର ବୋଲି ଦର୍ଶାଯାଇଛି।

ଯେବେ ଜୀବନ ହାରିଯାଏ, ଚର୍ଚ୍ଚାକୁ ଆସେ ସେହି ଗଣ ଆତ୍ମହତ୍ୟାର ଲୋମଟାଙ୍କୁରା କାହାଣୀ। ସେ ଦିଲ୍ଲୀ ବୁରାରୀରେ ଭାଟିଆ ପରିବାରର ୧୧ ଜଣଙ୍କ ଆତ୍ମହତ୍ୟା ହେଉ ଅବା ସୁରତରେ ୩ ଶିଶୁଙ୍କ ସହ ୭ ଜଣଙ୍କ ମୃତ୍ୟୁ, ସେ ଦିଲ୍ଲୀ ବସନ୍ତକୁଞ୍ଜରେ ୪ ଝିଅଙ୍କ ସହ ବାପାର ସୁଇସାଇଡ୍ ହେଉ ଅବା ଓଡ଼ିଶାରେ ପାରଳା ରାଜପ୍ରସାଦ ଗଣଆତ୍ମହତ୍ୟା ଘଟଣା। ଅଧିକାଂଶ ମାମଲା ପଛରେ ଆର୍ଥିକ ସମସ୍ୟା ଥିବାବେଳେ ଏହାର ସମାଧାନ କ’ଣ ଜୀବନ ହାରିବା? ଶୁଣନ୍ତୁ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ।

Advertisment
Crime News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ