Advertisment

ପାନ୍‌-ଆଧାର ଲିଙ୍କ୍‌ ନକଲେ ଜୁନ୍‌ ୩୦ ପରେ ଅଚଳ ହୋଇପାରେ ପାନ୍‌ କାର୍ଡ...

ପାନ୍‌-ଆଧାର ଲିଙ୍କ୍‌ ସମୟ ସୀମାକୁ ୩ ମାସ ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି। ମାର୍ଚ୍ଚ ୩୧ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଏହି ସମୟ ସୀମା ବୃଦ୍ଧି କରାଯାଇଛି। ଯଦି ଏହି ସମୟସୀମା ମଧ୍ୟରେ ଆପଣ ପାନ୍‌-ଆଧାର ଲିଙ୍କ୍‌ ନକରନ୍ତି, ତା’ହେଲେ ଏହା ଅଦରକାରୀ ହୋଇଯିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
PAN-Aadhaar Linking

PAN-Aadhaar linking

ପାନ୍‌-ଆଧାର ଲିଙ୍କ୍‌ ସମୟ ସୀମାକୁ ୩ ମାସ ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି। ମାର୍ଚ୍ଚ ୩୧ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଏହି ସମୟ ସୀମା ବୃଦ୍ଧି କରାଯାଇଛି। ଯଦି ଏହି ସମୟସୀମା ମଧ୍ୟରେ ଆପଣ ପାନ୍‌-ଆଧାର ଲିଙ୍କ୍‌ ନକରନ୍ତି, ତା’ହେଲେ ଏହା ଅଦରକାରୀ ହୋଇଯିବ ବୋଲି CBDT(Central Board of Direct Taxes) ପକ୍ଷରୁ ଘୋଷଣା କରାଯାଇଛି। 

Advertisment

ଆୟକର ବିଭାଗ ଅନୁସାରେ, ‘ଟିକସଦାତାଙ୍କୁ ଅଧିକ ସମୟ ପ୍ରଦାନ କରିବାକୁ, ପାନ୍ ଓ ଆଧାର ଲିଙ୍କ୍‌ ସମୟ ସୀମାକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟ ସୀମା ମଧ୍ୟ ଲୋକମାନେ ସେମାନଙ୍କର ପାନ୍‌-ଆଧାର ଲିଙ୍କ୍‌ କରିପାରିବେ।’ 

ଅଧିକ ପଢ଼ନ୍ତୁ: ଆପଣ ପାନ୍‌ ସହ ଆଧାର ଲିଙ୍କ୍‌ କରିଛନ୍ତି ତ ? କିପରି ଜାଣିବେ…ଦେଖନ୍ତୁ ଷ୍ଟେପ୍

Advertisment

ପାନ୍‌-ଆଧାର ଲିଙ୍କ୍‌ ଫେଲ୍‌ ହେଲେ କ’ଣ ହେବ ? 

ଯଦି କୌଣସି ନାଗରିକ ପାନ୍‌-ଆଧାର ଲିଙ୍କ୍‌ କରି ନାହାନ୍ତି, ତା’ହେଲେ ଏହା ଧାର୍ଯ୍ୟ ସମୟସୀମା ପରେ ଅଦରକାରୀ ହୋଇଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। CBDT ନିୟମ ଅନୁସାରେ, ଆୟକର ନିୟମ 114AAA ଅନୁସାରେ, ଯଦି କୌଣସି ବ୍ୟକ୍ତିଙ୍କ ପାନ୍‌ କାର୍ଡ ଅଚଳ ହୋଇଯାଏ, ତା’ହେଲେ ଏହାକୁ ସେ ଆଉ କୌଣସି କାର୍ଯ୍ୟରେ ବ୍ୟବହାର କରିପାରିବେନି। 

ବିଳମ୍ବ ହେଲେ କେତେ ଟଙ୍କା ଦେବାକୁ ପଡ଼ିବ ଫାଇନ୍‌ ? 

ମାର୍ଚ୍ଚ ୩୧ ପୂର୍ବରୁ ପାନ୍‌-ଆଧାର ଲିଙ୍କ୍‌ ମାଗଣାରେ ହୋଇଥିବା ବେଳେ ଯେଉଁମାନେ ଏହା କରି ନାହାନ୍ତି ଧାର୍ଯ୍ୟ ସମୟସୀମା ପରେ ସେମାନଙ୍କୁ ହଜାରେ ଟଙ୍କା ଫାଇନ୍‌ ଦେବାକୁ ପଡ଼ୁଛି। ଯଦି ଆପଣ ଜୁନ୍‌ ୩୦ ସୁଦ୍ଧା ଲିଙ୍କ୍‌ ନକରନ୍ତି ତା’ହେଲେ ଆପଣଙ୍କ ପାନ୍‌ କାର୍ଡ ଅଚଳ ହୋଇପାରେ।

କେମିତି କରିବେ ପାନ୍‌-ଆଧାର ଲିଙ୍କ୍‌ ? 

  • ଇ-ଫିଲିଙ୍ଗ୍‌ ପୋର୍ଟାଲର ହୋମ୍‌ ପେଜ୍‌- https://incometaxindiaefiling.gov.in କୁ ଯାଆନ୍ତୁ ଓ ଆଧାର ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ
  • ଏହାପରେ ପାନ୍‌ ଓ ଆଧାର ନମ୍ବର ଦିଅନ୍ତୁ
  • e-Pay Tax ଚୟନ କରନ୍ତୁ
  • ଓଟିପି ରିସିଭ୍‌ କରିବା ପାଇଁ ପାନ୍‌, ପାନ୍‌ କନଫର୍ମେସନ୍‌ ଓ ମୋବାଇଲ୍‌ ନମ୍ବର ଦିଅନ୍ତୁ
  • ଓଟିପି ଦେବା ପରେ e-Pay Tax ପେଜ୍‌ ସ୍କ୍ରିନ୍‌ରେ ଦେଖିପାରିବେ
  • ଆବଶ୍ୟକୀୟ ଟଙ୍କା ଓ ତଥ୍ୟ ପ୍ରଦାନ କରନ୍ତୁ
Aadhaar Card PAN Card PAN-Aadhaar Link
Advertisment
Advertisment