Advertisment

ଇୟରଫୋନ ଲଗାଇ ନ ପାରି ହଟହଟା ହେଲେ ପାକ୍‌ ପ୍ରଧାନମନ୍ତ୍ରୀ: ହସ ରୋକି ପାରିଲେନି ପୁଟିନ

ଇୟରଫୋନକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ଶରିଫଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କ ସାମ୍ନାରେ ବେଶ ହଟହଟା ହେବାକୁ ପଡ଼ିଛି। ବହୁ ଚେଷ୍ଟା କରି ବି କାନରେ ଇୟରଫୋନ ଲଗାଇ ପାରିଲେନି ପାକ ପ୍ରଧାନମନ୍ତ୍ରୀ। ଶରିଫଙ୍କର ଏପରି ଅବସ୍ଥା ଦେଖି ପୁଟିନ୍‌ ନିଜ ହସକୁ ରୋକି ପାରି ନ ଥିଲେ। ଶେଷରେ କିପରି ପିନ୍ଧିବାକୁ ହେବ ତାହା ମଧ୍ୟ ଦେଖାଇଥିଲେ। ତଥାପି କାନରେ ଇୟରଫୋନ ଲଗାଇବାରେ ବିଫଳ ହୋଇଥିଲେ ପାକ୍‌ ପ୍ରଧାନମନ୍ତ୍ରୀ। ଉଜବେକିସ୍ଥାନରେ ଚାଲିଥିବା କ୍ଷେତ୍ରୀୟ ସମ୍ମେଳନରେ ଗତକାଲି ଏପରି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଏହାର ଭିଡିଓ ଏବେ ଭାଇରାଲ ହୋଇଛି।

ଅଦ୍ୟତନ ହୋଇଛି
pak pm getting embarrassed while meeting with vladimir putin

ଉଜବେକିସ୍ଥାନରେ ଚାଲିଛି ସାଂଘାଇ କୋପରେଶନ ଅର୍ଗାନାଇଜେସନ (SCO)ର ୨୨ ତମ କ୍ଷେତ୍ରୀୟ ସମ୍ମେଳନ । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶରିଫ କାନରେ ଇୟର ଫୋନ ଲଗାଇବାକୁ ବେଶ କିଛି ସମୟ ନେଉଛନ୍ତି। ହେଲେ ଯେତେ ଚେଷ୍ଟା କଲେ ବି ତାହା ଖସି ପଡୁଛି। ପରେ ପାକ ପ୍ରଧାନମନ୍ତ୍ରୀ ଏଥିପାଇଁ ସାହାଯ୍ୟ ମାଗିଛନ୍ତି। ଜଣେ ଅଧିକାରୀ ଆସି ତାଙ୍କ କାନରେ ଇୟରଫୋନ ଲଗାଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ବ୍ୟାବସାୟିକ ଆଲୋଚନା ପାଇଁ ପୁଟିନ ଇୟରଫୋନ ଲଗାଇ ଅପେକ୍ଷା କରିଛନ୍ତି। ଅଧିକାରୀ ଶରିଫଙ୍କ କାନରେ ଇୟରଫୋନ ଲଗାଇ ଦେଇଛନ୍ତି। ହେଲେ ପରେ ପରେ ତାହା ପୁଣି ଖସି ପଡୁଛି। ଏ ଦୃଶ୍ୟ ଦେଖି ରୁଷ ରାଷ୍ଟ୍ରପତି ପୁଟିନ ନିଜ ହସକୁ ସମ୍ବରଣ କରିପାରି ନାହାନ୍ତି। ସେ ଖୁବ୍‌ ଜୋରରେ ହସୁଥିବା ଦେଖିବାକୁ ମିଳିଛି।

ସୋଶିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ବେଶ୍ ସମାଲୋଚନା କରାଯାଇଛି। ଏପରିକି ପାକ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଦଳ ଶରିଫଙ୍କୁ ସମାଲୋଚନା କରି ଏହା ଦେଶ ପାଇଁ ଏକ ଲଜ୍ଜା ବୋଲି କହିଛନ୍ତି।

Advertisment

ଭରା ସଭାରେ ଏମିତି ଅପଦସ୍ତ ହେବା ପାକିସ୍ତାନ ପାଇଁ କିଛି ନୂଆ କଥା ନୁହେଁ। ବିରୋଧୀ ଦଳ ପୂର୍ବରୁ ବେଲାରୁସ ନେତାଙ୍କ ସହ ହୋଇଥିବା ଏକ ଆଲୋଚନାର ଫଟୋ ଭାଇରାଲ କରାଇଛନ୍ତି। ଏଥରେ ଶାହବାଜ ଶରିଫଙ୍କ ଉଦ୍ଦେଶ୍ୟରେ   ‘ଭିକାରୀଙ୍କ ପରି ବସିଛନ୍ତି’ ବୋଲି ଉଲ୍ଲେଖ ରହିଛି। ପ୍ରକୃତରେ ଫଟୋଟିରେ ଦେଖିବାକୁ ମିଳିଛି, ବେଲାରୁସର ଅଧିକାରୀ ହାତରେ ପେନ, ପେପର ଧରି ମିଟିଂରେ ନୋଟ ଲେଖୁଥିବାବେଳେ ଶାହବାଜ ସରିଫ ଏବଂ ତାଙ୍କ ସହ ଥିବା ଅଧିକାରୀମାନେ ଖାଲି ହାତରେ ବସିଛନ୍ତି ଏବଂ କେତେଜଣ ଅଧିକାରୀଙ୍କୁ ଘୁମଉଥିବା ଅବସ୍ଥାରେ ଦେଖିବାକୁ ମିଳିଛି।

ଏହି ଫଟୋଟିକୁ ଟୁଇଟ କରି ପିଟିଆଇର ସଦସ୍ୟ ଶିରିନ ମଜାରୀ କହିଛନ୍ତି, ଯଦି ଆପଣ କେବଳ ମାଗଣା ଟ୍ରିପ୍‌ରେ ଆସିଛନ୍ତି ବୋଲି ଭାବୁଛନ୍ତି, ତେବେ ଆପଣଙ୍କର ଦେଶ ପାଇଁ କୌଣସି ଚିନ୍ତା ନାହିଁ। ତେଣୁ ଗୋଟିଏ ପକ୍ଷ ନୋଟ ପ୍ରସ୍ତୁତ କରୁଥିବାବେଳେ ଆପଣ ମିଟିଂ ସମୟରେ ଶୋଇ ପାରୁଛନ୍ତି।

Advertisment

ସୂଚନାଥାଉ କି, କୋଭିଡ କଟକଣା ପରେ ଦୀର୍ଘ ୨ ବର୍ଷ ପରେ ଅୟୋଜିତ ହୋଇଛି SCO ସମ୍ମେଳନ। ସମ୍ମେଳନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଶାଇ ୮ଟି ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଏଥିରେ ଯୋଗ ଦେଇଛନ୍ତି।

Vladimir Putin Russian President Vladimir Putin Pak Prime Minister SCO Summit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ