Advertisment

Pakistan Attacks Jammu: ଜମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ ପାକିସ୍ତାନର ଆକ୍ରମଣ; ସାଇରନ୍ ବଜାଇ ସତର୍କ କଲା ସେନା

ଜମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ ପାକିସ୍ତାନର ଆକ୍ରମଣ କରିବାକୁ ଉଦ୍ୟମ କରିଛି। ସମସ୍ତଙ୍କୁ ସାଇରନ୍ ବଜାଇ ସତର୍କ କଲା ସେନା ।

ଅଦ୍ୟତନ ହୋଇଛି
Pakistan Attacks Jammu

Pakistan Attacks Jammu

Advertisment

ଜମ୍ମୁ ଏୟାରପୋର୍ଟରେ ହମଲା। ରକେଟ୍ ଦ୍ବାରା ଆକ୍ରମଣ କରିଛି ପାକିସ୍ତାନ। ଏହାପରେ ଜମ୍ମୁ ଏୟାରପୋର୍ଟରେ ସାଇରନ୍ ବାଜିବା ସହ ଜମ୍ମୁକୁ ବ୍ଲାକ ଆଉଟ୍ କରାଯାଇଛି। ଏହାପରେ ଭାରତୀୟ ସେନା ବି କଡ଼ା ମୁକାବିଲା କରିଛି। S-400 ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଏକାଧିକ ରକେଟକୁ ଅକାମୀ କରିଛି। ସେହିପରି ଆକାଶରେ ୮ଟି ମିସାଇଲକୁ ମାରି ଖସାଇ ଦେଇଛି ଭାରତ। ଜମ୍ମୁ ସହ ଅଖନୁରରେ ବି ବାଜୁଛି ସାଇରନ୍। ଭାରତର ଅପରେସନ୍ ସିନ୍ଦୁର ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ। ସାମରିକ ପ୍ରତିଷ୍ଠାନ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି।

Advertisment

ଅପରେସନ୍ ସିନ୍ଦୂରରେ ନିହତ ହୋଇଛନ୍ତି ପ୍ରାୟ ୨୦୦ ଆତଙ୍କବାଦୀ। କୋଟଲିରେ ସର୍ବାଧିକ ଶହେ ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ବହାୱାଲପୁରରେ ୪୦, ମୁଜାଫରାବାଦ ମରିଛନ୍ତି ୨୮। ସେହିପରି ମୁରିଦକେରେ ୧୯ ଓ ଲିପାରେ ୧୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବି କହିଥିଲେ ଅପରେସନ୍ ସିନ୍ଦୂରରେ ଶହେ ହାର୍ଡକୋର ଆତଙ୍କବାଦୀ ଓ ସେମାନଙ୍କର ସହଯୋଗୀ ନିହତ ହୋଇଛନ୍ତି। 

ଅଧିକ ପଢ଼ନ୍ତୁ: ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲେ ଟ୍ରମ୍ପ; କହିଲେ- ଯେସାକୁ ତେସା ନୀତି

Advertisment

ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରର ୯ଟି ଲୋକେସନରେ ସେନା ଏୟାରଷ୍ଟ୍ରାଇକ କରିଥିଲା। ଏଥିରେ ଜୈସ-ଏ-ମହମ୍ମଦର ୪, ଲସ୍କର-ଏ-ତୋଇବାର ୩ ଓ ହିଜବୁଲ ମୁଜାହିଦ୍ଦିନର ୨ଟି ଠିକଣା ଛାରଖାର ହୋଇଛି। ବହାୱଲପୁରରେ ରହିଛି ଜୈସ-ଏ-ମହମ୍ମଦର ମୁଖ୍ୟାଳୟ। ମୁରିଦକେରେ ରହିଥିଲା ଲସ୍କର-ଏ-ତୋଇବାର ଆଡ୍ଡା।

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସେନା ମୁଖ୍ୟ। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ। ଏତିକିବେଳେ ଉପସ୍ଥିତ ଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍। ପ୍ରାୟ ଅଧା ଘଣ୍ଟା ଧରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ସେନା ମୁଖ୍ୟ ଓ ଏନଏସଏ। ବର୍ତ୍ତମାନର ସ୍ଥିତି ବାବଦରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ଏଥିସହ ଆଗାମୀ ରଣନୀତି ନେଇ ବି ଆଲୋଚନା ହୋଇଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ-ସେନା ମୁଖ୍ୟ ଓ ଏନଏସଏଙ୍କ ଏହି ବୈଠକ ପରେ ଆଗକୁ ପାକିସ୍ତାନ ବିରୋଧରେ ଆହୁରି ବଡ଼ ଧରଣର ଆକ୍ସନ ହେବ କି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। 

Advertisment
Explosion Jammu Kashmir S 400
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ