Advertisment

ହଜିଗଲା କୁକୁର, ଖୋଜିବା ପାଇଁ ବାହାରିଗଲେ ବିଭାଗର ସବୁ ଅଧିକାରୀ

ହଜିଗଲା ପୋଷା କୁକୁର ।  ଅନେକ ଖୋଜାଖୋଜି ହେଲା, ମିଳିଲାନି। ଏପରିକି ସବୁ ପୋଲିସ ଅଫିସର ଜୀ-ଜାନ ଲାଗାଇ ଦେଲେ। ମଣିଷକୁ ଅପହରଣ କରି ଅଭିଯୁକ୍ତ ବୁଲୁଛି। ଅଥଚ ନିଖୋଜ କୁକୁର ଧରିବା ପାଇଁ ଏତେ ତତ୍ପରତା ? କ’ଣ ପାଇଁ ?

ହଜିଗଲା କୁକୁର, ଖୋଜିବା ପାଇଁ ବାହାରିଗଲେ ବିଭାଗର ସବୁ ଅଧିକାରୀ

commissioner deploys state machinery to search his missing dog

Advertisment

ଇସ୍‌ଲାମବାଦ:ହଜିଗଲା ପୋଷା କୁକୁର ।  ଅନେକ ଖୋଜାଖୋଜି ହେଲା, ମିଳିଲାନି। ଏପରିକି ସବୁ ପୋଲିସ ଅଫିସର ଜୀ-ଜାନ ଲାଗାଇ ଦେଲେ। ସମସ୍ତ ଯାନ୍ତ୍ରିକ କୌଶଳ ଖଟାଗଲା। ଏପରକି  ନଗର ନିଗମ ଅଧିକାରୀ ଓ ପୋଲିସ ଅଟୋ ରିକ୍ସାରେ ଲାଉଡ ସ୍ପିକର ଲଗାଇ କୁକୁର ନିଖୋଜ ଖବର ଦେଲେ। ଘର ଯାଇ ତଲାସି ନେଲେ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ! ମଣିଷକୁ ଅପହରଣ କରି ଅଭିଯୁକ୍ତ ବୁଲୁଛି। ଅଥଚ ନିଖୋଜ କୁକୁର ଧରିବା ପାଇଁ ଏତେ ତତ୍ପରତା ? କ’ଣ ପାଇଁ ? ହଁ, ଏ କୁକୁର ସାଧାରଣ କୁକୁର ନୁହେଁ, ପୋଲିସ ପ୍ରଶାସନର ଜଣେ ଅଧିକାରୀଙ୍କ ପୋଷା କୁକୁର।

Advertisment

ପୋଲିସ ଅଧିକାରୀ ଜଣକ ପାକିସ୍ତାନର ଗୁଜରାଂୱାଲା ଶହରର କମିଶନର ଜୁଲ୍‌ଫିକର ଘୁମନ। ତାଙ୍କର ପୋଷା କୁକୁର ଗତ ମଙ୍ଗଳବାର ନିଖୋଜ ହୋଇ ଯାଇଥିଲା। କୁକୁରକୁ ଖୋଜିବା ପାଇଁ  ସେ ସମସ୍ତ ଯନ୍ତ୍ର କୌଶଳ ଖଟାଇଦେଲେ। ସମସ୍ତ ବଡ ବଡ ପୋଲିସ ଅଫିସର କୁକୁରକୁ ଖୋଜି ବାହାର କରିବା ପାଇଁ ଲାଗି ପଡ଼ିଲେ। ମାଇକ୍‌ରେ ପ୍ରଚାର କଲେ। ଏପରିକି ଘର ଘର ବୁଲି ପୋଲିସ କୁକୁରକୁ ଖୋଜିଲା। ଶେଷରେ ଧମକ ବି ଦେଲା, ଯାହା ଘରୁ କୁକୁର ମିଳିବ ତାକୁ କଠୋରରୁ କଠୋର ସଜା ମିଳିବ। 

Advertisment

ଏଠି କହିରଖିବୁ, ଗୁଜରାଂୱାଲା ସହରର କମିଶନର ଜୁଲ୍‌ଫିକର ଘୁମନ କୁକୁର ନି‌ଖୋଜ ନେଇ ଥାନାରେ ଅଭିଯୋଗ କରିବା ସହ ଘର ଘର ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି। ଏହା ପରେ ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ଏପରି କରାଯାଉଛି। ରିପୋର୍ଟ ଅନୁଯାୟୀ, ପୋଲିସ ଏବଂ ଆଡ୍‌ମିନିଷ୍ଟ୍ରେଟିଭ ଷ୍ଟାଫ୍‌ଙ୍କୁ ସରକାରୀ ଡ୍ୟୁଟିରୁ ହଟାଇ କୁକୁର ଖୋଜିବା କାମରେ ଲାଗିବା ପାଇଁ ଆଦେଶ ଦିଆଯାଇଛି।
ତେବେ କାହିଁକି କୁକୁରକୁ ଖୋଜିବା ପାଇଁ ଏତେ ତତ୍ପରତା ? ମିଡିଆ ସୂତ୍ରରୁ ଜଣାଯାଇଛି, ଏହି କୁକୁରର ଦାମ ୪ ଲକ୍ଷରୁ ଅଧିକ। କୁକୁର ନିଖୋଜ ପାଇଁ କମିଶନ କେୟାରଟେକରଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଏପରିକି ଜଣେ ଷ୍ଟାଫଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି।
ପାକିସ୍ତାନୀ ସୋଶିଆଲ ମିଡିଆ ୟୁଜର୍ସ ଏହାକୁ ନେଇ କମିଶନରଙ୍କ ବେଶ ଟ୍ରୋଲ କରିଛନ୍ତି। ପ୍ରଶାସନିକ କଳର ଅପବ୍ୟବହାର କରାଯାଉଥିବା ସେମାନେ ଅଭିଯୋଗ ଆଣିଛନ୍ତି। ଜଣେ ୟୁଜର୍ସ କହିଛନ୍ତି, ଚୋର ଆଉ ଲୁଟେରାଙ୍କୁ ଧରିବା ପରିବର୍ତ୍ତେ ପୋଲିସ କୁକୁର ଖୋଜୁଛି !

Pakistan Dog Missing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ