• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜାମ୍ମୁ କାଶ୍ମୀର ଉରି ସେକ୍ଟରର LOC ପାଖରେ ଭାରତୀୟ ସେନାର ଆଣ୍ଟି ଟେରୋରିଷ୍ଟ ଅପରେସନ ବେଳେ ବାଧକ ସାଜୁଛି ପାକ୍ ଆର୍ମି । ପାକିସ୍ତାନ ଅଧିକୃତ କାଶ୍ମୀର ପଟୁ ଅନୁପ୍ରବେଶ ବେଳେ ଆଜି ଭାରତୀୟ ସେନା ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି । ତେବେ LOC ପାଖରେ ୨ ଜଣ ଆତଙ୍କବାଦୀଙ୍କ ମୃତଦେହ ଭାରତୀୟ ସେନା ଜବତ କରିଥିବା ବେଳେ ଅନ୍ୟ ଏକ ମୃତଦେହ ଜବତ ହୋଇପାରିନାହିଁ ।

ପାକିସ୍ତାନ ସେନାର ପକ୍ଷରୁ ଗୁଳି ମାଡ଼ କରି ଏଥିରେ ହସ୍ତକ୍ଷେପ କରୁଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଜାମ୍ମୁ କାଶ୍ମୀରରେ ୨ ଜଣ ସେନା

ଅଧିକାରୀଙ୍କ ସମେତ ୫ ଜଣ ଯବାନ ସହିଦ ହେବା ପରେ ଭାରତୀୟ ସେନା ପକ୍ଷରୁ ଆଣ୍ଟି ଟେରୋରିଷ୍ଟ ଅପରେସନ ଜୋରଦାର କରାଯାଇଛି । ,ସେପଟେ ଅନନ୍ତନାଗ ଅଞ୍ଚଳରେ ୪ ଦିନ ହେଲା ଜୋରଦାର ସର୍ଚ୍ଚ ଅପରେସନ ଚାଲିଛି ।

ଜାରି ରହିଛି ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ । ବିଗତ ୪ ଦିନ ହେବ ବିଭିନ୍ନ ଜିଲ୍ଲାରେ ହମଲା କରୁଛନ୍ତି ଆତଙ୍କୀ । ଏହାର ପ୍ରତିଜବାବ ଦେଉଛନ୍ତି ସୁରକ୍ଷାକର୍ମୀ । ଏହି ପରିପ୍ରେକ୍ଷୀରେ ଆଜି ଆଉ ତିନି ଜଣ ଆତଙ୍କୀଙ୍କୁ ନିପାତ ହୋଇଥିବା ସୂଚନା ମିଳିଛି । ବାରମୁଲ୍ଲା ଜିଲ୍ଲାରେ ଘଟିଥିବା ଏନକାଉଣ୍ଟରରେ ତିନି ଆତଙ୍କୀ ନିପାତ ହୋଇଛନ୍ତି । କଶ୍ମୀର ପୋଲିସ ଜୋନ୍ ସୋସିଆଲ ମିଡିଆ ମାଧ୍ୟମରେ ଏନେଇ ସୂଚନା ଦେଇଛି । ପୋଲିସର କହିବାନୁଯାୟୀ ବାରମୁଲ୍ଲା ଜିଲ୍ଲାର ହାଥଲଙ୍ଗା ଉରି ଅଞ୍ଚଳରେ ଆତଙ୍କବାଦୀ ହମଲା କରିଥିଲା । ସେନା ଓ ପୋଲିସ ମିଳିତ ଭାବେ ପାଲଟା ଜବାବ ଦେଇଥିଲେ ।

କିଛି ସମୟ ଧରି ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ଦୁଇ ଜଣ ଆତଙ୍କୀ ନିପାତ ହୋଇଛନ୍ତି । ଏଥିସହ ଦୁଇ ଜଣ ଆତଙ୍କୀଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି । ଗତ ବୁଧବାରରୁ ଜମ୍ମୁ-କାଶ୍ମୀରରେ ହମଲା କରୁଛନ୍ତି ଆତଙ୍କୀ । ଏଥିରେ ଗତକାଲି ଜଣେ ଯବାନ ସହିଦ ହୋଇଥିବା ବେଳେ ବୁଧବାର ଓ ଗୁରୁବାର ପୋଲିସଙ୍କ ସମେତ ୪ ଯବାନ ସହିଦ ହୋଇଥିଲେ ।