Advertisment

ଭାରତରେ ଆତଙ୍କୀ ସ୍ଲିପରସେଲ୍‌ ଆକ୍ଟିଭ୍‌ ପାଇଁ ଟେଲିଗ୍ରାମ୍‌ରେ ଭିଡିଓ ଭାଇରାଲ !

୨୦୨୦ରେ ତାକୁ ଆତଙ୍କବାଦୀ ଘୋଷିତ କରିଥିଲା ଭାରତର ଗୃହ ମନ୍ତ୍ରାଳୟ। ଏବେ ସେ ଭାରତ ପାଇଁ ଜଣେ ପଳାତକ, ଯିଏକି ଶରଣ ନେଇଛି ପାକିସ୍ତାନରେ।

ଅଦ୍ୟତନ ହୋଇଛି
Terrorist

Terrorist

Advertisment

ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ଭାରତର ଟ୍ରେନ୍ ଲାଇନ୍ । ଟ୍ରେନକୁ ବୋମାରେ ଉଡ଼ାଇବାକୁ ଧମକ ଦେଇଛି ୱାଣ୍ଟେଡ୍ ଆତଙ୍କୀ ଫରାତୁଲ୍ଲା ଘୋରି। ଫରାତୁଲ୍ଲା, ଯିଏ କି ବେଙ୍ଗଳୁରୁର ରାମେଶ୍ୱରମ କାଫେ ବ୍ଲାଷ୍ଟର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ପାକିସ୍ତାନରେ ରହି ଭାରତ ବିରୋଧରେ ଟେରର୍ ପ୍ଲାନ୍ ରଚୁଛି ଫରାତୁଲ୍ଲା ଘୋରି। ତା ଟାର୍ଗେଟରେ ଟ୍ରେନ୍, ରେଲୱେ ଲାଇନ୍ ଓ ପୋଟ୍ରୋଲ ପାଇପଲାଇନ୍। ଦିଲ୍ଲୀ ଓ ମୁମ୍ବାଇ ସମେତ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ ପାଇଁ ସ୍ଲିପର ସେଲକୁ ନିର୍ଦ୍ଦେଶ ଦେଇଛି ଫରାତୁଲ୍ଲା।

Advertisment

ଭାରତର ସପ୍ଲାଏ ଚେନ୍ ଓ ଟ୍ରାନ୍ସପୋର୍ଟ ସିଷ୍ଟମ ଉପରେ ଆକ୍ରମଣ କରି ଦେଶର ଭିତ୍ତିଭୂମିକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର ରଚୁଛି। ସାରା ଭାରତରେ ଆତଙ୍କ ଓ ଅସ୍ଥିରତା ସୃଷ୍ଟି ପାଇଁ ଫରାତୁଲ୍ଲା ଜାରି କରିଛି ଏକ ଭିଡିଓ।

ଟେଲିଗ୍ରାମ୍ ଆପ୍‌ରେ ଛଡ଼ାଯାଇଥିବା ୩ ମିନିଟର ଭିଡିଓରେ, ଭାରତରେ ଲୁଚି ରହିଥିବା ସ୍ଲିପର ସେଲ୍‌କୁ ଆକ୍ଟିଭ୍ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୀର୍ଘଦିନ ଧରି ଭାରତୀୟ ଏଜେନ୍ସି ଟାର୍ଗେଟରେ ରହିଛି ଫରାତୁଲ୍ଲା ଘୋରି । ତେବେ ସମ୍ପୃକ୍ତ ଭିଡିଓ ପ୍ରାୟ ସପ୍ତାହେ ଦୁଇ ସପ୍ତାହ ଧରି ଘୁରିବୁଲୁଥିବା ବେଳେ, ହାଇଆଲର୍ଟରେ ଭାରତୀୟ ଏଜେନ୍ସି । କିଛି ଦିନ ଧରି ଲଗାତାର ଘଟୁଥିବା ଟ୍ରେନ୍ ଦୁର୍ଘଟଣା ସହ ଭିଡିଓର ଲିଙ୍କ୍ ନେଇ ଖୋଳତାଡ଼ ଚାଲିଛି ।

Advertisment

କାରଣ ଭିଡିଓରେ ଫରାତୁଲ୍ଲା କହିଛି, ଇଡି ଓ NIA ଜରିଆରେ ଆମ ସଂପତ୍ତିକୁ ଟାର୍ଗେଟ କରି ଭାରତ ସରକାର ସ୍ଲିପର ସେଲକୁ ଦୁର୍ବଳ କରିଦେଉଛନ୍ତି । ଆମେ ଫେରିବୁ ଓ ସରକାରକୁ ଥରହର କରିଦେବୁ । ଫିଦାୟିନ୍ ୱାର୍ ବା ଆତ୍ମଘାତୀ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେବା ସହ ବୋମା ତିଆରିର ବିଭିନ୍ନ ତରିକା ଭିଡିଓରେ କହୁଛି ଫରାତୁଲ୍ଲା । ଏପରିକି ପ୍ରେସରକୁକର୍ ବ୍ୟବହାର କରି ବୋମା ତିଆରିର କୌଶଳ ବିଷୟରେ ବି କହିଛି । ପୋଲିସ ଓ ହିନ୍ଦୁ ଲିଡରଙ୍କ ଉପରେ ଆକ୍ରମଣ କରିବା ପାଇଁ ଉସୁକାଇଥିବା ବି କୁହାଯାଉଛି।

ତେବେ କିଏ ଏହି ଫରାତୁଲ୍ଲା ଘୋରି। ଭାରତ ସହ ତାର କଣ ସଂପର୍କ ଏବଂ କାହିଁକି ସେ ଏବେ ଭାରତୀୟ ଏଜେନ୍ସିଙ୍କ ଟାର୍ଗେଟରେ ରହିଛି। ସୂଚନା ଅନୁସାରେ, ଫରାତୁଲ୍ଲା ଘୋରିର ଅନେକ ନାଁ । କିଏ ତାକୁ କହେ ସର୍ଦ୍ଦାର ସାହାବ୍, କିଏ ଅବୁ ସୁଫିୟାନ୍ ଆଉ କିଏ କହେ ଫାରୁ । ତା ଘର ହାଇଦ୍ରାବାଦ । କିନ୍ତୁ ବିଭିନ୍ନ ହାଇପ୍ରୋଫାଇଲ୍ ଟେରର ଆଟାକ୍ ଘଟଣାରେ ତାର ଲିଙ୍କ ସାମ୍ନାକୁ ଆସିବା ପରେ, ୨୦୨୦ରେ ତାକୁ ଆତଙ୍କବାଦୀ ଘୋଷିତ କରିଥିଲା ଭାରତର ଗୃହ ମନ୍ତ୍ରାଳୟ। ଏବେ ସେ ଭାରତ ପାଇଁ ଜଣେ ପଳାତକ, ଯିଏକି ଶରଣ ନେଇଛି ପାକିସ୍ତାନରେ।

Advertisment

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ଛତ୍ରଛାୟାରେ ରହି, ଲାହୋରରୁ ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛି ଫରାତୁଲ୍ଲା । ୨୦୨୦ରେ ଆତଙ୍କୀ ଘୋଷିତ ହୋଇଥିଲେ ବି, ତାର ଟ୍ରାକ୍ ରେକର୍ଡ ବହୁ ପୁରୁଣା । ୨୦୦୨ରେ ଗୁଜରାଟ ଅକ୍ଷରଧାମ ମନ୍ଦିର ଆକ୍ରମଣ ପଛରେ ରହିଛି ତାର ହାତ । ଏହି ଆତଙ୍କୀ ହମଲାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୮୦ ଜଣ ଆହତ ହୋଇଥିଲେ । ୨୦୦୫ରେ ହାଇଦ୍ରାବାଦରେ ଟାସ୍କ ଫୋର୍ସ ଅଫିସ ଉପରେ ସୁଇସାଇଡ୍ ଆଟାକରେ ରହିଛି ତାର ସଂପୃକ୍ତି ।

ଗତବର୍ଷ ଦିଲ୍ଲୀ ପୋଲିସ ଖୁଲାସା କରିଥିଲା ଯେ, ଘୋରି ଜିହାଦି ରିକ୍ରୁଟମେଣ୍ଟରେ ସଂପୃକ୍ତ ଅଛି । ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ୩ ଜଣ ମୋଷ୍ଟୱାଣ୍ଟେଡ୍ ଆତଙ୍କୀ ଏବଂ ପୁଣେରେ ISIS ମଡ୍ୟୁଲ ଧରା ପଡ଼ିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା ।

Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ