Advertisment

Munir's Bunker Hideout: ସାରା ଦେଶ ଥିଲା ଆତଙ୍କରେ, ମୁନୀର୍ ଲୁଚିଥିଲେ ବଙ୍କରରେ: ପଦାରେ ପଡିଲା ପାକ୍ ସେନା ମୁଖ୍ୟଙ୍କ କାରନାମା

ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କେଜେଏସ ଢିଲୋନ୍ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ନେଇ ବଡ ତଥ୍ୟ ପ୍ରକାଶ କରିଛନ୍ତି। ଭାରତ ଅପରେସନ ସିନ୍ଦୂର କରିବା ବେଳେ ମୁନିର ବଙ୍କର ଭିତରେ ଲୁଚି ରହିଥିଲେ ବୋଲି କହିଛନ୍ତି।

Asim Munir

Asim Munir

Advertisment

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କରିଥିଲା ଅପରେସନ୍ ସିନ୍ଦୂର। ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଉପରେ ବଦଲା ଭାରତ। ହେଲେ ଏବେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ନେଇ ଏକ ନୂଆ ତଥ୍ୟ ସାମନାକୁ ଆସିଛି। ଭାରତର ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନବାସୀ ଆତଙ୍କରେ ଥିବା ବେଳେ ନିଜ ସୁରକ୍ଷାକୁ ପ୍ରାଥମିକତା ଦେଇଥିଲେ ସେନା ମୁଖ୍ୟ ଅସୀମ ମୁନିର। ମୁନିର୍ ଏକ ବଙ୍କରରେ ଲୁଚି ରହି ନିଜକୁ ପ୍ରଥମେ ସୁରକ୍ଷିତ ରଖିଥିଲେ ବୋଲି ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ କେଜେଏସ ଢିଲୋନ୍ କହିଛନ୍ତି।

Advertisment

ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କେଜେଏସ ଢିଲୋନ୍ କହିଛନ୍ତି, ମୁନୀର୍ ଏକମାତ୍ର ସେନା ମୁଖ୍ୟ ଯିଏ ଅପରେସନ ସମୟରେ ବଙ୍କର ଭିତରକୁ ଯାଇଥିଲେ। ଯୁଦ୍ଧ ଶେଷ ହେବା ପରେ ଜନସାଧାରଣଙ୍କ ଆଖିରୁ ବଞ୍ଚିବା ପାଇଁ ସେ ନିଜକୁ ଫିଲ୍ଡ ମାର୍ଶାଲ ପଦବୀରେ ପଦୋନ୍ନତି କରିଥିଲେ। ଭାରତ ୧୦ ମଇରେ ୧୧ଟି ପାକିସ୍ତାନୀ ବାୟୁସେନା ଘାଟି ଉପରେ ନିଖୁଣ ଭାବେ ଆକ୍ରମଣ କରିଥିଲା। ପାକିସ୍ତାନର ବାୟୁ ପ୍ରତିରକ୍ଷା ଏତେ ଦୁର୍ବଳ ଥିଲା ଯେ ଆମର ଗୋଟିଏ ମଧ୍ୟ ମିସାଇଲକୁ ଅଟକାଇ ପାରି ନଥିଲା।

ପାକିସ୍ତାନ ଯୁଦ୍ଧବିରାମ ପାଇଁ ଭିକ୍ଷା ମାଗିଥିଲା। ଯେତେବେଳେ ପାକିସ୍ତାନର DGMO ୧୦ ମଇ ଅପରାହ୍ନ ୩ଟା ୩୫ରେ ଆମର DGMOଙ୍କୁ ଫୋନ କରି ଯୁଦ୍ଧବିରାମ ପାଇଁ ଭିକ୍ଷା ମାଗିଥିଲେ, ତାହା ଆମ ପାଇଁ ବିଜୟ ଥିଲା। ଯେତେବେଳେ ସେମାନେ ମଧ୍ୟସ୍ଥତା ଓ ଯୁଦ୍ଧବିରାମ ମାଗି ଆମେରିକା କିମ୍ବା ସାଉଦି ଆରବକୁ ଦୌଡ଼ିଥିଲେ, ତାହା ଆମର ବିଜୟ ଥିଲା। ଯେତେବେଳେ ଆମେ କହିଥିଲୁ ଯେ ଆମେ ନୀତିଗତ ଭାବେ ତୃତୀୟ ପକ୍ଷର ମଧ୍ୟସ୍ଥତା ଚାହୁଁ ନାହିଁ, ତାହା ଆମର ବିଜୟ ଥିଲା ବୋଲି ଢିଲୋନ୍ କହିଛନ୍ତି।

Advertisment

୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହେବା ପରେ ଭାରତ ଅପରେସନ ସିନ୍ଦୁର ଆରମ୍ଭ କରିଥିଲା। ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ ଜମ୍ମୁ-କଶ୍ମୀର (PoK) ରେ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିଥିଲା। ୯ଟି ଆତଙ୍କୀ ଆଡ୍ଡା ଧ୍ବଂସ ହେବା ସହ ୧୦୦ରୁ ଉର୍ଦ୍ଧ୍ବ ଆତଙ୍କବାଦୀ ନିପାତ ହୋଇଥିଲେ। ପାକିସ୍ତାନର ବାୟୁସେନା ଘାଟି ମଧ୍ୟ କ୍ଷତି ସହିଥିଲା। ଉଭୟ ଦେଶର DGMO ଆଲୋଚନା ପରେ ୧୦ ମଇରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ସମାପ୍ତ ହୋଇଥିଲା।

ଅଧିକ ପଢନ୍ତୁ: ଟେକ୍ସାସରେ ଭାରତୀୟ ନାଗରିକଙ୍କ ମୁଣ୍ଡ କାଟ ଘଟଣାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା

Advertisment
Indian Army Pakistan Army Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ