Advertisment

Pahalgam Terror Attack Casualties: ପହଲଗାମ୍ ହମଲା: ଆଉ ଜଣେ ବାୟୁ ସେନା ଅଧିକାରୀ ମୃତ

ପହଲଗାମ ଆତଙ୍କୀ ଆକ୍ରମଣରେ ଜଣେ ଏୟାରପୋର୍ସ ଅଧିକାରୀଙ୍କ ଜୀବନ ଯାଇଛି । ମୃତକ ହେଲେ ବାୟୁସେନା କର୍ପୋରାଲ ତେଗ୍ ହେଲାଙ୍ଗ ।

ଅଦ୍ୟତନ ହୋଇଛି
undefined

Pahalgam Terror Attack Casualties

Advertisment

ପହଲଗାମ ଆତଙ୍କୀ ଆକ୍ରମଣରେ ଜଣେ ଏୟାରପୋର୍ସ ଅଧିକାରୀଙ୍କ ଜୀବନ ଯାଇଛି । ମୃତକ ହେଲେ ବାୟୁସେନା କର୍ପୋରାଲ ତେଗ୍ ହେଲାଙ୍ଗ । ତେଗଙ୍କ ଘର ଅରୁଣାଚଳପ୍ରଦେଶ  ଲୋୟର ଶୁଭନସିରିର ତଜାଙ୍ଗ ଗାଁରେ ବୋଲି ଜଣାପଡିଛି । ସେ ଶ୍ରୀନଗରର ଏୟାରବେସରେ କାର୍ଯ୍ୟରତ ଅଛନ୍ତି । ପତ୍ନୀଙ୍କ ସହ ପହଲଗାମ ବୁଲିବାକୁ ଯାଇଥିବା ବେଳେ, ଆତଙ୍କୀ ଆକ୍ରମଣର ଶିକାର ହୋଇଥିଲେ । ତେଗ୍‌ଙ୍କ ବିୟୋଗରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଗଭୀର ଶୋକପ୍ରକାଶ କରିବା ସହ ରାଜ୍ୟ ଜଣେ ବୀର ସନ୍ତାନଙ୍କୁ ହରାଇଲା ବୋଲି କହିଛନ୍ତି ।

Advertisment

ପହଲଗାମ ଆତଙ୍କୀ ଆକ୍ରମଣରେ ଆଖି ବୁଜିଛନ୍ତି ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲ। ମାତ୍ର ୭ ଦିନ ତଳେ ବିବାହ କରିଥିଲେ ହରିୟାଣା କର୍ଣ୍ଣଲ ଅଞ୍ଚଳର ବିନୟ ନରୱାଲ। ଏପ୍ରିଲ ୧୬ ତାରିଖରେ ବିବାହ ସାରି ପତ୍ନୀଙ୍କ ସହ ହନିମୁନରେ ଯାଇଥିଲେ ୨୬ ବର୍ଷୀୟ ନୌସେନା ଅଧିକାରୀ। ଲେଫ୍ଟନାଣ୍ଟ ବିନୟ ନରୱାଲ କୋଚିରେ ଅବସ୍ଥାପିତ ଥିଲେ। ମାତ୍ର ଦୁଇ ବର୍ଷ ପୂର୍ବେ ସେ ନୌସେନାରେ ଯୋଗ ଦେଇଥିଲେ। ତେବେ ତାଙ୍କୁ ମଧ୍ୟ ଛାଡ଼ିନଥିଲେ ଆତଙ୍କବାଦୀ। ନବବିବାହିତ ସେନା ଅଧିକାରୀଙ୍କୁ ପତ୍ନୀଙ୍କ ସାମ୍ନାରେ ଗୁଳି କରି ହତ୍ୟା କରିଥିଲେ ଆତଙ୍କାବାଦୀ। ପହଲଗାମ ଘଟଣା ପରେ ପ୍ରଥମ ଥର ପାଇଁ ଆସିଥିଲା ବିନୟ ନରୱାଲ୍‌ଙ୍କ ଫଟୋ।

ଜମ୍ମୁ-କଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣରେ ମୃତ ୨୬ ଜଣଙ୍କ ପରିଚୟ ମିଳିଛି । ମୃତକଙ୍କ ତାଲିକା ଜାରି କରିଛି ସ୍ଥାନୀୟ ପ୍ରଶାସନ । ମୃତକ ମାନଙ୍କ ମଧ୍ୟରେ ଅଛନ୍ତି ଇନ୍ଦୋରର ସୁଶୀଲ ନାଥ୍ୟାଲ, ପହଲଗାମର ସୟଦ ଆଦିଲ ହୁସେନ ଶାହ, ମୁମ୍ବାଇର ହେମନ୍ତ ସୁହାସ ଯୋଶୀ, ହରିଆଣା କର୍ଣ୍ଣାଲର  ଭିନୟ ନରୱାଲ, ଠାକୁରୱାଡିର ଅତୁଲ ଶ୍ରୀକାନ୍ତ ମୋନି, ଉତ୍ତରାଖଣ୍ଡର ନୀରଜ ୱାଧୱାନୀ । ସେହିପରି କୋଲକାତାର ବିଟନ ଅଧିକାରୀ, ନେପାଳର ସୁଦୀପ ନୌପାନେ, ଉତ୍ତରପ୍ରଦେଶର ଶୁଭମ ଦ୍ବିବେଦୀ, ଓଡ଼ିଶା ବାଲେଶ୍ବରର ପ୍ରଶାନ୍ତ ଶତପଥୀ, ବିହାରର ମନୀଷ ରଂଜନ, କେରଳ କୋଚିର ଏନ୍ ରାମଚନ୍ଦ୍ର, ମୁମ୍ବାଇ ଥାନେର ସଂଜୟ ଲକ୍ଷ୍ମଣ ଲାଲି, ଚଣ୍ଡିଗଡକ ଦୀନେଶ ଅଗ୍ରୱାଲ, କୋଲକାତାର ସମୀର ଗୁହର, ମୁମ୍ବାଇ ପନଭେଲର ଦୀଲେଶ ଦଶାଲି, ବିଶାଖାପାଟଣାର ଜେ. ସଚ୍ଚେନ୍ଦ୍ର ମୋଲିଙ୍କ ଆତଙ୍କୀ ଆକ୍ରମଣରେ ମୃତ୍ୟୁ ହୋଇଛି ।

Advertisment

ସେହିପରି ବେଙ୍ଗାଲୁରୁର ମଧୁସୂଦନ ସମିସେଟ୍ଟୀ, ମହାରାଷ୍ଟ୍ର ପୁଣେର ସନ୍ତୋଷ ଜଘଡା, କର୍ଣ୍ଣାଟକର ମଂଜୁନାଥ ରାଓ, ପୁଣେର କସ୍ତୁବା ଗନଭୋଟେ, ବେଙ୍ଗାଲୁରୁକ ଭାରତ ଭୂଷଣ, ଗୁଜୁରାଟ ଭାବନଗରର ସୁମିତ ପାରମାର, ୟତେଶ ପାରମାର, ଅରୁଣାଚଳ ପ୍ରଦେଶର ତାଗେ ହାଏଲିଙ୍ଗ ଏବଂ ଗୁଜୁରାଟ ସୁରାଟର ଶୈଳେଶ ଏଚ୍. ହିମତଭାଲ କଳାଠିଆ ଅଛନ୍ତି ।

ଅଧିକ ପଢ଼ନ୍ତୁ: ପହଲଗାମରେ ହମଲା; ଏହି ଆତଙ୍କୀ ସଂଗଠନ କଲା ନିଜକୁ ଦାୟୀ

Casualties Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ