Advertisment

Pahalgam Mastermind: ୧୪ ଦିନ ଟ୍ରାକ କରିବା ପରେ ଧରାପଡିଲା ମୁସା, ଏନକାଉଣ୍ଟର କରିଦେଲା ସେନା

ଡ଼ାଚିଗାମ ଜଙ୍ଗଲରେ ସେନା ଦ୍ୱାରା ଏକ ସନ୍ଦେହଜନକ କମ୍ୟୁନିକେସନ ଧରାପଡ଼ିଥିଲା । ପରେ ଲସ୍କର ଏବଂ ଜୈଶ ଆତଙ୍କବାଦୀଙ୍କୁ ୧୪ ଦିନ ଧରି ଟ୍ରାକ କରାଯାଇଥିଲା । ସ୍ଥାନୀୟ ଲୋକମାନେ ମଧ୍ୟ ଆତଙ୍କବାଦୀଙ୍କ ସଂପର୍କରେ ସୂଚନା ଦେଇ ଏହି ତଥ୍ୟ ଠିକ୍ ବୋଲି କହିଥିଲେ । ଏହା ପରେ ଏହି ଅଞ୍ଚଳକୁ ମିଲିଟାରୀ ଫୋର୍ସ ପଠାଯାଇଥିଲା। ସୋମବାର ପୂର୍ବାହ୍ନରେ ୨୪ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ୪ ପାରା ଟିମଙ୍କୁ ନେଇ ଗଠିତ ଦଳ ତିନି ଆତଙ୍କବାଦୀଙ୍କୁ ଚିହ୍ନଟ କରିଥିଲେ ।

ଅଦ୍ୟତନ ହୋଇଛି
terrorist

terrorist

Advertisment

ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ସୁଲେମାନ ଶାହ ଓରଫ ମୁସା ଫୌଜୀ ନିହତ ହୋଇଛି । ଶ୍ରୀନଗରରେ ଅପରେସନ ମହାଦେବରେ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ତିନି ପାକିସ୍ତାନୀ ଆତଙ୍କବାଦୀଙ୍କ ମଧ୍ୟରେ ମୁସା ଫୌଜୀ ଥିବା ଜଣାପଡ଼ିଛି। ଟପ୍ ଲସ୍କର କମାଣ୍ଡର ମୁସା ଏହି ଆକ୍ରମଣର ଷଡ଼ଯନ୍ତ୍ରକାରୀ ଥିଲା ଓ ନିଜେ ପହଲଗାମ୍ ଆକ୍ରମଣକୁ କାର୍ଯ୍ୟକାରୀ କରିଥିଲା । ସେହି ଘଟଣାରେ ୨୬ ଜଣ ନିରୀହ ନାଗରିକ ପ୍ରାଣ ହରାଇଥିଲେ।

Advertisment

ମୁସା ଗତ ବର୍ଷ ଶ୍ରୀନଗର-ସୋନମାର୍ଗ ହାଇୱେରେ ଜେଡ-ମୋର୍ ଟନେଲ ନିର୍ମାଣରେ ସାମିଲ ଥିବା ୭ ଜଣଙ୍କୁ ହତ୍ୟା ଘଟଣାରେ ମଧ୍ୟ ସଂଶ୍ଲିଷ୍ଟ ଥିଲା।

ଏହି ଅପରେସନ ମହାଦେବ ସେନା ଏବଂ ଜମ୍ମୁ ଓ କାଶ୍ମୀର ପୋଲିସ ଦ୍ୱାରା ମିଳିତ ଭାବେ କରାଯାଇଥିଲା । ଆତଙ୍କବାଦୀଙ୍କ ଗୁପ୍ତ ଆଡ୍ଡାରୁ ୧୭ଟି ଗ୍ରେନେଡ, ଗୋଟିଏ ଏମ୪ କାର୍ବାଇନ ଏବଂ ଦୁଇଟି ଏକେ-୪୭ ରାଇଫଲ ଜବତ କରାଯାଇଛି । ଶ୍ରୀନଗରର ଡ଼ାଚିଗାମ ଅଞ୍ଚଳରେ ମହାଦେବ ପର୍ବତ ନିକଟରେ ତିନି ବିଦେଶୀ ଆତଙ୍କବାଦୀଙ୍କ ଉପସ୍ଥିତି ସୂଚନା ମିଳିବା ପରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା।

Advertisment

ଜାବରୱାନ ଏବଂ ମହାଦେବ ରିଜ୍ ମଧ୍ୟରେ ଏହି ଅପରେସନ ହୋଇଥିବାରୁ ଏହାକୁ ମହାଦେବ ନାମ ଦିଆଯାଇଛି ।

ଜୁଲାଇ ମାସରେ ଡ଼ାଚିଗାମ ଜଙ୍ଗଲରେ ସେନା ଦ୍ୱାରା ଏକ ସନ୍ଦେହଜନକ କମ୍ୟୁନିକେସନ ଧରାପଡ଼ିଥିଲା । ପରେ ଲସ୍କର ଏବଂ ଜୈଶ ଆତଙ୍କବାଦୀଙ୍କୁ ୧୪ ଦିନ ଧରି ଟ୍ରାକ କରାଯାଇଥିଲା । ସ୍ଥାନୀୟ ଲୋକମାନେ ମଧ୍ୟ ଆତଙ୍କବାଦୀଙ୍କ ସଂପର୍କରେ ସୂଚନା ଦେଇ ଏହି ତଥ୍ୟ ଠିକ୍ ବୋଲି କହିଥିଲେ । ଏହା ପରେ ଏହି ଅଞ୍ଚଳକୁ ମିଲିଟାରୀ ଫୋର୍ସ ପଠାଯାଇଥିଲା। ସୋମବାର ପୂର୍ବାହ୍ନରେ ୨୪ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ୪ ପାରା ଟିମଙ୍କୁ ନେଇ ଗଠିତ ଦଳ ତିନି ଆତଙ୍କବାଦୀଙ୍କୁ ଚିହ୍ନଟ କରିଥିଲେ । କୌଶଳପୂର୍ଣ୍ଣ ଭାବେ ସେମାନଙ୍କୁ ଏନକାଉଣ୍ଟର୍ କରିଥିଲେ ।

Advertisment

ସୂତ୍ର ଅନୁଯାୟୀ, ଅନ୍ୟ ମୃତଦେହଗୁଡ଼ିକର ଚିହ୍ନଟ ପ୍ରକ୍ରିୟା ଚାଲିଛି। ଏହା ପରେ ଆତଙ୍କବାଦୀଙ୍କର ପହାଲଗାମ ଆକ୍ରମଣ ସହ ସମ୍ପର୍କ ରହିଛି କି ନାହିଁ ଜଣାପଡିବ।

ଗତ ମାସରେ ପହଲଗାମ ଘଟଣା ତଦନ୍ତର ନେତୃତ୍ୱ ନେଉଥିବା ଏନଆଇଏ ଦୁଇ ସ୍ଥାନୀୟ ବ୍ୟକ୍ତି ପରଭେଜ ଅହମଦ ଜୋଥାର ଏବଂ ବଶୀର ଆହମଦଙ୍କୁ ଆକ୍ରମଣକାରୀମାନଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଗିରଫ କରିଥିଲା।

ଅଧିକ ପଢ଼ନ୍ତୁ: ଅପରେସନ ମହାଦେବ; ସୁରକ୍ଷାବାହିନୀକୁ ବଡ ସଫଳତା, ୩ ଆତଙ୍କୀ ନିପାତ

Terrorists Killed Terrorists Gunned Down Srinagar Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ