Advertisment

Terror Attack in Pahalgam: ପହଲଗାମରେ ଆତଙ୍କୀ ହମଲା; ଏଇଠି ହୋଇଥିଲା ମାଷ୍ଟର ପ୍ଲାନ

ଗତକାଲି ପହଲଗାମର ବୈସରନ ଭ୍ୟାଲିରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଜାମ୍ମୁ କାଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Attack

Attack

Advertisment

ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣ ଆକ୍ରମଣ ନେଇ ପାକିସ୍ତାନ ଅଧିକୃତ କାଶ୍ମୀରରେ ହୋଇଥିଲା ମାଷ୍ଟର ପ୍ଲାନ । ଲସ୍କର ଏ ତୋଇବା ଆତଙ୍କୀ ସଂଗଠନ ଭାରତରେ ଆତଙ୍କୀ ଆକ୍ରମଣ ପାଇଁ ଆତଙ୍କବାଦୀ ପଠାଇବା ପାଇଁ ଘୋଷଣା କରିଥିଲା। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆତଙ୍କୀ ସଂଗଠନରେ ନେତାମାନେ ଏକାଠି ହୋଇ ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏମିତି କି ଭାରତରେ ହିନ୍ଦୁକୁ ଟାର୍ଗେଟ କରିବାକୁ କୁହାଯାଉଛି ।

Advertisment

ଅଧିକ ପଢ଼ନ୍ତୁ: ମୋଦିଙ୍କ ସହ କଥା ହେଲେ ଟ୍ରମ୍ପ; କହିଲେ- ଜଘନ୍ୟ ଆକ୍ରମଣର ଦୋଷୀଙ୍କୁ ମିଳିବ ଦଣ୍ଡ

ପିଓକେକୁ ଭାରତ ବିରୋଧରେ ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ୍ କରାଯାଇଥିବା ଏହି ଭିଡିଓରେ ସ୍ପଷ୍ଟ ହେଉଛି । ତେବେ ଏହି ଭିଡିଓ ଭାଇରାଲ ହେବାର ଦିନକ ପରେ ପାକିସ୍ତାନୀ ଆତଙ୍କବାଦୀ ଜାମ୍ମୁ କାଶ୍ମୀରର ପହଲଗାମରେ ନିରିହ ପର୍ଯ୍ୟଟକଙ୍କୁ ହତ୍ୟା କରିଛନ୍ତି ।

Advertisment

ସୂଚନାଯୋଗ୍ୟ, ଗତକାଲି ପହଲଗାମର ବୈସରନ ଭ୍ୟାଲିରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଜାମ୍ମୁ କାଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ। ଜଣେ ନେପାଳର ଓ ଆଉ ଜଣେ ସାଉଦି ଆରବ ନାଗରିକ। ଅନ୍ୟମାନଙ୍କ ଭିତରେ ଓଡ଼ିଶାରୁ ଜଣେ ଏବଂ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ, ତାମିଲନାଡୁ ଓ କର୍ଣ୍ଣାଟକରୁ ପର୍ଯ୍ୟଟକ ଅଛନ୍ତି। ଜଣେ ନୌସେନା ଓ ଜଣେ ଗୁଇନ୍ଦା ବ୍ୟୁରୋ ଅଧିକାରୀ ବି ପ୍ରାଣ ହରାଇଛନ୍ତି। ଆକ୍ରମଣରେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ମୋଦିଙ୍କ ସହ କଥା ହେଲେ ଟ୍ରମ୍ପ; କହିଲେ- ଜଘନ୍ୟ ଆକ୍ରମଣର ଦୋଷୀଙ୍କୁ ମିଳିବ ଦଣ୍ଡ

Advertisment
Pahalgam Terrorist Attack Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ