Advertisment

ଏଥର ୫ ଜଣଙ୍କୁ ପଦ୍ମ ବିଭୂଷଣ-୧୭ ଜଣଙ୍କୁ ପଦ୍ମ ଭୂଷଣ-୧୧୦ ଜଣଙ୍କୁ ପଦ୍ମଶ୍ରୀ

ବରିଷ୍ଠ ଅଭିନେତା ତଥା ବିଜେପି ନେତା ମିଥୁନ୍ ଚକ୍ରବର୍ତ୍ତି, ଜଣାଶୁଣା ବ୍ୟବସାୟୀ ସୀତାରାମ ଜିନ୍ଦଲ୍, ଗାୟିକା ଉଷା ଉଥପ୍ ଭଳି ୧୭ ଜଣଙ୍କ ନାଁ ପଦ୍ମ ଭୂଷଣ ପାଇଁ ଘୋଷଣା କରାଯାଇଛି। ଏହାବ୍ୟତୀତ ୧୧୦ ଜଣଙ୍କ ନାଁ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା ହୋଇଛି।

Padma Awards

Padma Awards

Advertisment

ଘୋଷଣା ହୋଇଛି ଏବର୍ଷର ପଦ୍ମ ସମ୍ମାନ। ଏଥର ୫ ଜଣଙ୍କୁ ପଦ୍ମ ବିଭୁଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୦ ଜଣଙ୍କୁ ପଦ୍ମଶ୍ରୀ ଭାବେ ନାଁ ଘୋଷଣା କରାଯାଇଛି। ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ବରିଷ୍ଠ ଅଭିନେତ୍ରୀ ତଥା ଦେଶର ଜଣାଶୁଣା ନାଁ ବୈଜୟନ୍ତୀମାଲା, ବରିଷ୍ଠ ଅଭିନେତା ଚିରଞ୍ଜୀବି, ତାମିଲନାଡ଼ୁର ନୃତଶିଳ୍ପୀ ପଦ୍ମା ସୁବମର୍ଣ୍ଣୟମ୍ ଙ୍କୁ ପଦ୍ମ ବିଭୂଷଣ ମିଳିବ। ସେହିପରି ସମାଜସେବା ପାଇଁ ବିନ୍ଦେଶ୍ୱର ପାଠକଙ୍କୁ ମରଣତ୍ତୋର ଭାବେ ପଦ୍ମ ବିଭୁଷଣ ସମ୍ମାନ ଦିଆଯିବ।

Advertisment

ସେହିପରି ବରିଷ୍ଠ ଅଭିନେତା ତଥା ବିଜେପି ନେତା ମିଥୁନ୍ ଚକ୍ରବର୍ତ୍ତି, ଜଣାଶୁଣା ବ୍ୟବସାୟୀ ସୀତାରାମ ଜିନ୍ଦଲ୍, ଗାୟିକା ଉଷା ଉଥପ୍ ଭଳି ୧୭ ଜଣଙ୍କ ନାଁ ପଦ୍ମ ଭୂଷଣ ପାଇଁ ଘୋଷଣା କରାଯାଇଛି। ଏହାବ୍ୟତୀତ ୧୧୦ ଜଣଙ୍କ ନାଁ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା ହୋଇଛି।

ଅନ୍ୟପଟେ ଓଡ଼ିଶାର ୪ ବିଶିଷ୍ଟ କଳାକାର ପାଇବେ ସମ୍ମାନଜନକ ପଦ୍ମ ପୁରସ୍କାର। ଗଞ୍ଜାମ ଜିଲ୍ଲାର କୃଷ୍ଣ ଲୀଳା ଲୋକନାଟ୍ୟର ପ୍ରସିଦ୍ଧ ଚେହେରା ୧୦୫ ବର୍ଷୀୟ ଗୋପୀନାଥ ସ୍ୱାଇଁଙ୍କ ନାଁ ପଦ୍ମଶ୍ରୀ ପୁରସ୍କାର ଭାବେ ଘୋଷଣା କରାଯାଇଛି। ଗୋପୀନାଥ କୃଷ୍ଣ ଲୀଳା ନାଟ୍ୟର ପ୍ରଚାର ଓ ପ୍ରସାର ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି। ଗାଁ ଗାଁରେ ଅଖାଡା ନିର୍ମାଣ କରି ସେ ଶହ ଶହ କଳାକାରଙ୍କୁ ଏହି ଲୋକକଳାର ପ୍ରଶିକ୍ଷଣ ଦେଇଛନ୍ତି। କଳାକାର ପରିବାରରେ ଜନ୍ମଗ୍ରହଣ କରିଥିବା ଗୋପୀନାଥ ମାତ୍ର ୫ ବର୍ଷ ବୟସରୁ ଲୋକ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ। 

Advertisment

ସେହିପରି ଲୋକନୃତ୍ୟ ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ଭାଗବତ ପ୍ରଧାନ ବି ପାଇବେ ପଦ୍ମଶ୍ରୀ। ବରଗଡର ଭାଗବତ ଦୀର୍ଘ ୫ ଦଶନ୍ଧି ଧରି ଏହି କଳାର ପ୍ରଦର୍ଶନ ସହ ପ୍ରଚାର ଓ ପ୍ରସାର ପାଇଁ ନିଜକୁ ସମର୍ପି ଦେଇଛନ୍ତି। ନିଜ ଜୀବନକାଳରେ ସେ ପ୍ରାୟ ୬୦୦ରୁ ଉର୍ଦ୍ଧ୍ୱ ଶିଷ୍ୟଙ୍କୁ ଏହି କଳା ଶିଖାଇଛନ୍ତି। ସେହିଭଳି ସମ୍ବଲପୁରର ପ୍ରସିଦ୍ଧ କବି ବିନୋଦ ପଶାୟତ ଓ ଖୋର୍ଦ୍ଧାର ପଟ୍ଟଚିତ୍ର କଳାକାର ବିନୋଦ ମହାରଣାଙ୍କ ନାଁ ବି ପଦ୍ମ ପୁରସ୍କାର ପାଇଁ ଘୋଷଣା ହୋଇଛି।

Republic Day Padma Awards
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ