• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବୁଲା କୁକୁରଙ୍କ ଦୌରାତ୍ମ୍ୟ । ୬ ବର୍ଷର ଶିଶୁ ଖେଳୁଥିବା ବେଳେ ଝାମ୍ପିନେଲେ ପଞ୍ଝାଏ କୁକୁର । ରାଜସ୍ଥାନର ଜୟପୁରରୁ ସାମ୍ନାକୁ ଆସିଛି ଏହି ଘଟଣା । ଯାହାର ଛାତିଥରା ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍ ହେବାରେ ଲାଗିଛି ।

ଶିଶୁଟି ଖେଳୁଥିବା ବେଳେ ହଠାତ୍ ଗୋଟିଏ କୁକୁର ମାଡି ଆସିଥିଲା । ଚାହୁଁ ଚାହଉଁ ନିକଟରେ ଥିବା ଆଉ କିଛି କୁକୁର ମଧ୍ୟ ମାଡି ଆସିଥିଲେ । ଶିଶୁଟି ଭୟଭୀତ ହୋଇ ଏକ କାର ପଛ ପଟକୁ ଚାଲି ଯାଇଥିଲା । ହେଲେ କୁକୁର ପଲ ଶିଶୁଟିକୁ ଛାଡି ନଥିଲେ । ଜୀବନ ବିକଳରେ ଶିଶୁଟି ଦଉଡୁଥିବା ବେଳେ କୁକୁରମାନେ ତାକୁ ଗୋଡାଇଥିଲେ। ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଆସିବା ପରେ କୁକୁର ପଲ ଶିଶୁଟିକୁ ଛାଡି ପଳେଇଥିଲେ । କୁକୁରଙ୍କ ଆକ୍ରମଣରେ ଶିଶୁଟି ଗୁରୁତର ହୋଇପଡିଛି । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଦେଖନ୍ତୁ ସେହି ଛାତିଥରା ଦୃଶ୍ୟ :-

ଘଟଣାଟିର ପୁରା ଦୃଶ୍ୟ ପାଖରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି । ଯେଉଁଥିରେ କିପରି ଏକ ଶିଶୁକୁ କୁକୁର ପଲ ଏକାଠି ହୋଇ ଆକ୍ରମଣ କରୁଛନ୍ତି ତାହା ଦେଖିବାକୁ ମିଳିଛି । ତେବେ ସହରରେ ଦିନକୁ ଦିନ ବୁଲାକୁକୁରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଯାହା ଫଳରେ ସହରର ବୃଦ୍ଧ ତଥା ଛୋଟ ଶିଶୁମାନେ ଏହାର ଶିକାର ହେଉଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now