Advertisment

୨୦ ମହଲାରୁ ପଡ଼ିଗଲେ OYO ମାଲିକଙ୍କ ବାପା; ଚାଲିଗଲା ଜୀବନ

ରିତେଶଙ୍କ ବାପା ରମେଶ ଅଗ୍ରୱାଲ ୨୦ ମହଲାରୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ହରିୟାଣା ଗୁରୁଗ୍ରାମର ସେକ୍ଟର ୫୪ରେ ଏହି ଅଘଟଣ ଘଟିଛି । ଦିନ ଗୋଟାଏ ବେଳେ ଏହି ଆଘଟଣ ଘଟିଥିବା ବେଳେ ପୋଲିସ ଏନେଇ ପଚରାଉଚରା ଜାରି ରଖିଛି ।

ଅଦ୍ୟତନ ହୋଇଛି
Ramesh Parsad Agarwal

Ramesh Parsad Agarwal

Advertisment

OYO ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲଙ୍କ ବାପାଙ୍କ ମୃତ୍ୟୁ ହୋଇଛି । ୨୦ ମହଲା ଛାତରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ରିତେଶଙ୍କ ବାପାଙ୍କ ମୃତ୍ୟୁକୁ ନେଇ ତଦନ୍ତ ଚଳାଇଛି ।

Advertisment

ପୋଲିସର କହିବା ଅନୁସାରେ ରିତେଶଙ୍କ ବାପା ରମେଶ ଅଗ୍ରୱାଲ ୨୦ ମହଲା ଛାତରୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ହରିୟାଣା ଗୁରୁଗ୍ରାମର ସେକ୍ଟର ୫୪ରେ ଏହି ଅଘଟଣ ଘଟିଛି । ଦିନ ଗୋଟାଏ ବେଳେ ଏହି ଆଘଟଣ ଘଟିଥିବା ବେଳେ ପୋଲିସ ଏନେଇ ପଚରାଉଚରା ଜାରି ରଖିଛି ।

ପୋଲିସ ଗଣମାଧ୍ୟମକୁ ସୂଚନା ଦେଇ ଆହୁରି କହିଛି ଯେ, ରମେଶ ଛାତରୁ ପଡ଼ିଯିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ରମେଶ ଅଗ୍ରୱାଲଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ପୋଲିସ ଏନେଇ ତଦନ୍ତ ଜାରି ରଖିଥିବା କହିଥିବା ବେଳେ ରମେଶଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ସୂଚନା ଦିଆଯାଇଛି ।

Advertisment

ସୂଚନା ଥାଉ କି, ଗତ ୭ ତାରିଖରେ OYO ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲଙ୍କ ୱେଡିଂ ରିସେପସନ୍‌ ହୋଇଥିଲା । ସଫ୍ଟବ୍ୟାଙ୍କ ମୁଖ୍ୟ ମାସୋୟୋଶି ସନ୍‌ଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଏହି ବିବାହରେ ଯୋଗ ଦେଇଥିଲେ ।

ଗୀତାଂଶା ସୁଦ୍‌ଙ୍କୁ ରିତେଶ ବିବାହ କରିଥିଲେ । ବିବାହ କାର୍ଯ୍ୟକ୍ରମରେ ବହୁ କର୍ପୋରେଟ୍‌ ଲିଡର୍ସଙ୍କ ସମେତ ପେଟିଏମ୍‌(Paytm) ସିଇଓ ବିଜୟ ଶେଖର ଶର୍ମା ଓ ଲେନ୍ସକାର୍ଟ ମାଲିକ ପୀୟୁଷ ବଂଶଲ ପ୍ରମୁଖ ଯୋଗ ଦେଇଥିଲେ ।

Advertisment
OYO Ritesh Agarwal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ