Advertisment

ବାହା ହେବେ OYO ମାଲିକ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦେଲେ...

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି OYO ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ। ଚଳିତ ବର୍ଷ ମାର୍ଚ୍ଚରେ ୨୯ ବର୍ଷୀୟ ଉଦ୍ୟୋଗପତି ରିତେଶ ଅଗ୍ରୱାଲ ବିବାହ କରିବେ ବୋଲି ସୂଚନା ମିଳିଛି।

ଅଦ୍ୟତନ ହୋଇଛି
OYO Founder Invites PM Modi To His Wedding

OYO Founder Invites PM Modi To His Wedding

Advertisment

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି OYO ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ। ଏନେଇ ରିତେଶ, ତାଙ୍କ ମା’ ଓ ଭାବି ପତ୍ନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଭେଟି ଆମନ୍ତ୍ରଣ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ୨୯ ବର୍ଷୀୟ ଉଦ୍ୟୋଗପତି ରିତେଶ ଅଗ୍ରୱାଲ ବିବାହ କରିବେ ବୋଲି ସୂଚନା ମିଳିଛି। 

Advertisment

ରିତେଶ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନିଜ ମା’ ଓ ଭାବି ପତ୍ନୀଙ୍କ ଫଟୋ ଶେୟାର କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ସେ ଭେଟିଥିଲେ। ଫଟୋରେ ରିତେଶ ଓ ତାଙ୍କ ଭାବି ପତ୍ନୀ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ବେଳେ ଆଉ ଏକ ଫଟୋରେ ରିତେଶଙ୍କ ମା’ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିବାହ ନିମନ୍ତ୍ରଣ ପତ୍ର ଦେଉଥିବା ଦେଖିବାକୁ ମିଳିଛି।

Advertisment

ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ରିସେପ୍‌ସନ୍‌ ପାର୍ଟି ହେବ ବୋଲି ଜଣାପଡ଼ିଛି। ରିତେଶ ଅଗ୍ରୱାଲ, ଦେଶର ସର୍ବକନିଷ୍ଠ କୋଟିପତିମାନଙ୍କ ମଧ୍ୟରୁ ଅନ୍ୟତମ। ମାତ୍ର ୧୯ ‍ବର୍ଷ ବୟସରେ ସେ OYO ପ୍ରତିଷ୍ଠା କରିଥିଲେ। ପକେଟ୍‌କୁ ସୁହାଇଲା ଭଳି ହୋଟେଲ୍‌ରେ ରୁମ୍‌ ଖୋଜୁଥିବା ଟୁରିଷ୍ଟଙ୍କୁ OYO ଶସ୍ତାରେ ରୁମ୍‌ ପ୍ରଦାନ କରିଥାଏ। ବର୍ତ୍ତମାନ ୮୦ଟି ଦେଶର ୮୦୦ରୁ ଅଧିକ ସହରରେ OYO ଅପରେଟ୍‌ କରୁଥିବା ଜଣାପଡ଼ିଛି।

୨୦୨୦ ମସିହାରେ ହ୍ୟୁମାନ୍ସ ଅଫ୍‌ ବମ୍ବେକୁ ସାକ୍ଷାତକାର ବେଳେ ରିତେଶ ଅଗ୍ରୱାଲ ତାଙ୍କ ଜୀବନ ଯାତ୍ରା ସମ୍ପର୍କରେ କହିଥିଲେ। ସେ କହିଥିଲେ ‘ବଡ଼ ସ୍ୱପ୍ନ ନେଇ ଏକ ଛୋଟ ସହରର ବାଳକ ମୁଁ। ଓଡ଼ିଶାରାୟଗଡ଼ା ରେ ଏକ ମଧ୍ୟବିତ୍ତ ପରିବାରରେ ମୋର ଲାଳନପାଳନ ହୋଇଥିଲା। ହେଲେ ସବୁବେଳେ ଜଣେ ଭଲ ଉଦ୍ୟୋଗପତି ହେବା ମୋର ସ୍ୱପ୍ନ ଥିଲା’।

Advertisment
PM Narendra Modi Oyo Hotels OYO Ritesh Agarwal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ