Owaisi
ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରଠୁ ବିଳି ବିଳାଉଛି ପାକିସ୍ତାନ । ପାକ୍ ସରକାରଙ୍କଠାରୁ ଆରମ୍ଭ କରି ସେନା ପର୍ଯ୍ୟନ୍ତ, ସମସ୍ତେ ଭାରତ ବିରୁଦ୍ଧରେ ଓଗାଳିଛନ୍ତି ବିଷ । ମୁନୀର, ଭୁଟ୍ଟୋଙ୍କ ପରେ ଏବେ ଭାରତ ବିରୋଧରେ କଡ଼ା ଶବ୍ଦ ପ୍ରୟୋଗ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ । କହିଥିଲେ, ଭାରତ, ପାକିସ୍ତାନରୁ ପାଣିର ଗୋଟିଏ ବୁନ୍ଦା ମଧ୍ୟ ଛଡ଼ାଇ ନେଇପାରିବ ନାହିଁ । ଆଉ ଏହାର ଜବାବରେ ସରିଫଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ ।
ଓୱେସୀ କହିଛନ୍ତି, ଆମ ପାଖରେ ବ୍ରହ୍ମୋସ ଅଛି । ସେମାନେ ଏପରି ବାଜେ କଥା କହିବା ଉଚିତ୍ ନୁହେଁ । ଏପରି ଧମକ ଦ୍ବାରା ଭାରତ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ବହୁତ କହିଲଣି, ଆଉ ବୃଥା ଧମକ ଦିଅ ନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଚେତାଇ ଦେଇଛନ୍ତି ହାଇଦ୍ରାବାଦ ସାଂସଦ ।
ସେହପରି ପାକିସ୍ତାନ ସହ କ୍ରିକେଟ୍ ମ୍ୟାଚ୍ ବିଷୟରେ ଓୱେସି କହିଛନ୍ତି, ‘ମୁଁ କ୍ରିକେଟ୍ ମ୍ୟାଚ୍ ଦେଖିବି ନାହିଁ । ମୋର ବିବେକ, ମୋର ହୃଦୟ ଏହାକୁ ଅନୁମତି ଦେଉନାହିଁ । ଯେଉଁମାନେ ଆମକୁ ପ୍ରତିଦିନ ଧମକ ଦେଉଛନ୍ତି, ଆମେ ସେହି ଦେଶର ଲୋକଙ୍କ ସହିତ କାହିଁକି କ୍ରିକେଟ୍ ଖେଳିବୁ ବୋଲି ସେ କହିଛନ୍ତି ।
ତେବେ ଏହା ପୂର୍ବରୁ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ସିନ୍ଧୁ ଜଳ ଚୁକ୍ତିନାମା ଉପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କ ମନ୍ତବ୍ୟ ଉପରେ ଚେତାବନୀ ଦେଇଥିଲେ । ସେ କହିଥିଲେ, ଯଦି ସେମାନେ ଏଭଳି କଥା ଜାରି ରଖିବେ, ତେବେ ଆମେ ଧୈର୍ଯ୍ୟ ହରାଇବୁ । ଆଉ ଏହା ପରେ ଆମେ ଗୋଟିଏ ପରେ ଗୋଟିଏ ବ୍ରହ୍ମୋସ ଛାଡ଼ିବୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Owaisi_1755225167.jpg)