Advertisment

ବର୍ଷେ ଯାଏ ମିଳିବ ମାଗଣା ରାସନ୍‌, ଉପକୃତ ହେବେ ୮୦ କୋଟିରୁ ଅଧିକ ଲୋକ

୮୧.୩ କୋଟି ଗରିବ ଲୋକଙ୍କୁ ବର୍ଷେ ଯାଏ ଅର୍ଥାତ୍‌ ୨୦୨୩ ମସିହା ଡିସେମ୍ବର ଯାଏ ମାଗଣାରେ ରାସନ୍‌ ପ୍ରଦାନ ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

author-image
Rajalaxmi Sahoo
Over 80 Crore To Get Free Ration For One Year

Over 80 Crore To Get Free Ration For One Year

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ୍‌(National Food Security Act)କୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି।୮୧.୩ କୋଟି ଗରିବ ଲୋକଙ୍କୁ ବର୍ଷେ ଯାଏ ଅର୍ଥାତ୍‌ ୨୦୨୩ ମସିହା ଡିସେମ୍ବର ଯାଏ ମାଗଣାରେ ରାସନ୍‌(Free Ration) ପ୍ରଦାନ ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

Advertisment

ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ, ୧ ବର୍ଷ ପାଇଁ ୮୧.୩ କୋଟି ଲୋକଙ୍କୁ ମାଗଣା ରାସନ୍‌ ବଣ୍ଟନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏହି ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। 

କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ଆହୁରି କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ, ଚାଉଳ କିଲୋ ପ୍ରତି ୩ ଟଙ୍କା, ଗହମ କିଲୋ ପ୍ରତି ୨ ଟଙ୍କା ଓ ମୋଟା ଶସ୍ୟ କିଲୋ ପ୍ରତି ୧ ଟଙ୍କା ହିସାବରେ ସରକାର ଦେଉଛନ୍ତି। ତେବେ ଏହାକୁ ୨୦୨୩, ଡିସେମ୍ବର ଯାଏ ସମ୍ପୂର୍ଣ୍ଣ ଭାବେ ମାଗଣା ପ୍ରଦାନ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଏହାଦ୍ୱାରା ୮୧.୩୫ କୋଟି ଲୋକ ଉପକୃତ ହେବେ। 

Advertisment

ସୂଚନାଥାଉ କି, ଏହା ପୂର୍ବରୁ ୨୦୨୨ ମସିହା ଦୀପାବଳି ଅବସରରେ ସାଧାରଣ ଜନତାଙ୍କୁ ମୋଦି ସରକାର ଙ୍କ ବଡ଼ ଭେଟି ଦେଇଥିଲେ। ଦୀପାବଳି ପୂର୍ବରୁ ଦେଶର ୮୦ କୋଟି ଲୋକଙ୍କୁ କେନ୍ଦ୍ର ସରକାର ଏହି ଉପହାର ଦେଇଥିଲେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧି ୩ ମାସ ବୃଦ୍ଧି କରାଯାଇଥିଲା। ମାଗଣା ରାସନ୍‌ ଯୋଜନାର ଅବଧିକୁ ଆଉ ତିନି ମାସ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ।

Advertisment
Advertisment