Advertisment

ଛିଡ଼ିଗଲା ଝୁଲା ପୋଲ, ୬୦ରୁ ଅଧିକ ମୃତ

ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
Gujarat Morbi Bridge Collapse

bridge collapses in Gujarat

Advertisment

ଛିଡ଼ିଗଲା ପୋଲ୍, ନଦୀରେ ବୁଡ଼ି ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏହି ଅଘଟଣ ଘଟିଛି ଗୁଜରାଟ ମୋରବିରେ। ମାଛୁ ନଦୀର ଝୁଲା ପୋଲରେ ଏହି  ଦୁର୍ଘଟଣା ହୋଇଛି। ଏବେ ବି କିଛି ଲୋକଙ୍କ ପତ୍ତା ମିଳୁନାହିଁ। ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଛନ୍ତି।

Advertisment

ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଆହତଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫୦ ହଜାର ଲେଖାଏଁ ଟଙ୍କା ଦେବେ। ଘଟଣାସ୍ଥରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ଗୁଜରାଟର ଗୃହ ମନ୍ତ୍ରୀ।

ଉଦ୍ଧାର ପାଇଁ ଗାନ୍ଧିନଗରରୁ୨ଟି ଓ ବରୋଦାରୁ ଗୋଟିଏ NDRF ଟିମ୍ ମୋରବିକୁ ଯାଇଛନ୍ତି। ସୂଚନା ଅନୁସାରେ ଏହି ବ୍ରିଜ ବହୁତ ପୁରୁଣା। ଗତ ସପ୍ତାହରେ ଏହାର ମରାମତି ହୋଇଥିଲା। ଗୁଜରାଟି ନୂଆ ବର୍ଷ ଅକ୍ଟୋବର ୨୬ ତାରିଖରେ ଏହି ବ୍ରିଜକୁ ପୁଣି ଖୋଲା ଯାଇଥିଲା। ଆଜି ବ୍ରିଜ ଉପରେ ୫ ଶହରୁ ଅଧିକ ଲୋକ ଥିବା ବେଳେ ତାହା ଭୁଶୁଡ଼ି ପଡ଼ିଥିବାର କୁହାଯାଉଛି। 

Advertisment
Hanging Bridge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ